ନୂଆଦିଲ୍ଲୀ: ଆସନ୍ତା 2020 ଏପ୍ରିଲରେ ଦିଲ୍ଲୀକୁ ଆସିବ BS-VI ଗାଡ଼ି । ଏଥିପାଇଁ ବୈଦ୍ୟୁତିକ ଯାନ ଉପରେ ମିଳିବ ବଡ ରିହାତି । ସୋମବାର ଏନେଇ କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭେଦକର ସୂଚନା ଦେଇଛନ୍ତି । ଏହା ଦ୍ବାରା ବାୟୁପ୍ରଦୂଷଣ କମିବା ସହ ପରିବେଶ ସ୍ବଚ୍ଛ ହେବ ।
ପରିବେଶ ସମ୍ବନ୍ଧିତ ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ର ପରିବେଶ ମନ୍ତ୍ରୀ ଗଣମାଧ୍ୟମକୁ କହିଛନ୍ତି ଯେ, ‘2006ରୁ କ୍ରମଶଃ ବାୟୁ ପ୍ରଦୂଷଣ ବଢିବାରେ ଲାଗିଛି । ଏନେଇ 2014 ପର୍ଯ୍ୟନ୍ତ ନା କେହି ଦୃଷ୍ଟି ଦେଇଥିଲେ ନା କୌଣସି ପଦକ୍ଷେପ ଗ୍ରହଣ କରିଥିଲେ । ପରେ ଏହାକୁ ନେଇ ଚିନ୍ତା ବ୍ୟକ୍ତ କରି 2015ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ର ଆରମ୍ଭ କରିଥିଲେ । ଏହା ବାୟୁର ପ୍ରତି ମିନିଟର ତଥ୍ୟ ଦେଇଥାଏ। ’
ଏଥିସହ ମନ୍ତ୍ରୀ ଦର୍ଶାଇଥିଲେ କି , ଦିଲ୍ଲୀରେ ଦେଶର ସର୍ବଶ୍ରେଷ୍ଠ ମେଟ୍ରୋ ନେଟୱର୍କ ରହିଛି । ଯେଉଁଥିପାଇଁ 4 ଲକ୍ଷରୁ ଉର୍ଦ୍ଧ୍ବ ମୋଟର ଯାନବାହାନ ରାସ୍ତାଠାରୁ ଦୂରରେ ରହୁଛି। ଫଳରେ ପ୍ରଦୂଷଣ ମଧ୍ୟ କମୁଛି । ତେବେ ପାର୍ବଣ ସମୟରେ ଶବ୍ଦ ଓ ବାୟୁ ପ୍ରଦୂଷଣ ଯେପରି ନ ହେବ ସେଥିପ୍ରତି ଦୃଷ୍ଟି ଦିଆଯିବା ଦରକାର । ଏଥିପାଇଁ କେନ୍ଦ୍ର ପକ୍ଷରୁ ଗ୍ରୀନ ବାଣ ପାଇଁ 200 ଏଏମୟୁ ଉପରେ ହସ୍ତାକ୍ଷର କରାଯାଇଛି।