ETV Bharat / business

ଦେଶରେ ବଢୁଛନ୍ତି କୋଟିପତି କରଦାତା - କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ ରିପୋର୍ଟ

ଆସେସମେଣ୍ଟ ବର୍ଷ 2018-19ରେ କୋଟିପତି କରଦାତାଙ୍କ ସଂଖ୍ୟା 20 ପ୍ରତିଶତ ବଢିଛି । ଫଳରେ ଏହି ଗୋଟିଏ ବର୍ଷରେ ଦେଶର ବଡ ଧନୀଙ୍କ ସଂଖ୍ୟା 97,689ରେ ପହଞ୍ଚିଛି ।

ପ୍ରତିକାତ୍ମକ ଫଟୋ
author img

By

Published : Oct 12, 2019, 5:15 PM IST

ନୂଆଦିଲ୍ଲୀ: ଆସେସମେଣ୍ଟ ବର୍ଷ 2018-19ରେ କୋଟିପତି କରଦାତାଙ୍କ ସଂଖ୍ୟା 20 ପ୍ରତିଶତ ବଢିଛି । ଫଳରେ ଏହି ଗୋଟିଏ ବର୍ଷରେ ଦେଶର ବଡ ଧନୀଙ୍କ ସଂଖ୍ୟା 97,689ରେ ପହଞ୍ଚିଛି । ରାଜସ୍ବ ବିଭାଗ ପକ୍ଷରୁ ଜାରି କର ରିଟର୍ଣ୍ଣ ରିପୋର୍ଟରୁ ଏ ନେଇ ସୂଚନା ମିଳିଛି ।

ପ୍ରକାଶ ଯେ, 2017-18 ଆସେସମେଣ୍ଟ ବର୍ଷରେ କୋଟିଏରୁ ଉର୍ଦ୍ଧ୍ବ କରଦାତାଙ୍କ ସଂଖ୍ୟା 81,344 ରହିଥିଲା ।

କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ(ସିବିଡିଟି) ପକ୍ଷରୁ ଆର୍ଥିକ ବର୍ଷ 2018-19 ସୁଦ୍ଧା ରହିଥିବା ଆୟ ଓ ଏହାର ମୁଲ୍ୟାଙ୍କନ ନେଇ ଭରାଯାଇଥିବା କରର ରିପୋର୍ଟ ପ୍ରକାଶ ପାଇଛି । ଏହି ରିପୋର୍ଟରେ ବହୁ ନାମୀଦାମୀ କମ୍ପାନୀ, ହିନ୍ଦୁ ଅବିଭାଜିତ ପରିବାର, ବ୍ୟକ୍ତିବିଶେଷ ଆଦିଙ୍କ ଆୟର ବିବରଣୀ ଦିଆଯାଇଛି ।

ତଥ୍ୟ ଅନୁଯାୟୀ, ଚଳିତ ବର୍ଷ ଅଗଷ୍ଟ 15 ସୁଦ୍ଧା ମୋଟ 5.87 କୋଟି ଆୟକର ରିଟର୍ଣ୍ଣ ଦାଖିଲ କରିଛନ୍ତି ।

ଆର୍ଥିକ ବର୍ଷ ଓ ଆସେସମେଣ୍ଟ ବର୍ଷ ଭିତରେ ପାର୍ଥକ୍ୟ

ଏପ୍ରିଲ ପହିଲାରୁ ଆରମ୍ଭ ହୋଇ ମାର୍ଚ୍ଚ 31ରେ 2ଟି ବର୍ଷ ଶେଷ ହୁଏ । ହେଲେ ଆସେସମେଣ୍ଟ ସର୍ବଦା ଆର୍ଥିକ ବର୍ଷ ପରେ ଆସିଥାଏ । ଉଦାହରଣ - ଯଦି ଆର୍ଥିକ ବର୍ଷ 2017-18 ହୋଇଥାଏ ତେବେ 2018-19କୁ ଆସେସମେଣ୍ଟ ବର୍ଷ କୁହାଯାଏ । ଆର୍ଥିକ ବର୍ଷରେ ଆପଣଙ୍କ ଆୟ ହୁଏ । ଆଉ ଆସେସମେଣ୍ଟ ବର୍ଷରେ ସେହି ଆୟର ମୁଲ୍ୟାଙ୍କନ କରାଯାଏ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.