ETV Bharat / business

ମହାମାରୀ ମାଡ: ଗଡୁଛି ONGC ପ୍ରକଳ୍ପ, ପୂରଣ ହୋଇନି ନିବେଶ ଲକ୍ଷ୍ୟ

ଆର୍ଥିକ ବର୍ଷ 2020-21ରେ ଅଏଲ ଆଣ୍ଡ ନ୍ୟାଚୁରାଲ ଗ୍ୟାସ କର୍ପୋରେସନ୍ ଲିମିଟେଡ୍ (ଓଏନଜିସି) ଏହାର ବଜେଟ ନିବେଶ ଲକ୍ଷ୍ୟ ତୁଳନାରେ 20 ପ୍ରତିଶତ କମ ରାଶି ଖର୍ଚ୍ଚ କରିଛି । ଅଧିକ ପଢନ୍ତୁ..

author img

By

Published : Apr 22, 2021, 5:15 PM IST

Covid shaves off one-fifth capital expenditure of ONGC in FY21
ମହାମାରୀ ମାଡ: ଗଡୁଛି ONGC ପ୍ରକଳ୍ପ , ପୂରଣ ହୋଇନି ନିବେଶ ଲକ୍ଷ୍ୟ

ନୂଆଦିଲ୍ଲୀ: ପୂରଣ ହୋଇନି ଓଏନଜିସିର ପରିକଳ୍ପିତ ପ୍ରକଳ୍ପ । ଆର୍ଥିକ ବର୍ଷ 2020-21ରେ ଅଏଲ ଆଣ୍ଡ ନ୍ୟାଚୁରାଲ ଗ୍ୟାସ କର୍ପୋରେସନ୍ ଲିମିଟେଡ୍ (ଓଏନଜିସି) ଏହାର ବଜେଟ ନିବେଶ ଲକ୍ଷ୍ୟ ତୁଳନାରେ 20 ପ୍ରତିଶତ କମ ରାଶି ଖର୍ଚ୍ଚ କରିଛି ।

କୋଭିଡ-19 କଟକଣା ଯୋଗୁଁ ପ୍ରକଳ୍ପ ସବୁ ବିଳମ୍ବରେ ଆରମ୍ଭ ହୋଇଛି । ଫଳରେ କମ୍ପାନୀର ନିର୍ଦ୍ଧାରିତ ଲକ୍ଷ୍ୟ ଅନୁସାରେ ଖର୍ଚ୍ଚ କରିପାରିନାହିଁ । ଅନ୍ୟପଟେ ଇଣ୍ଡିଆନ ଅଏଲ କର୍ପୋରେସନ (ଆଇଓସି) ଭଳି ଇନ୍ଧନ ବିପଣନ କମ୍ପାନୀ ନିର୍ଦ୍ଧାରିତ ଲକ୍ଷ୍ୟରୁ ଅଧିକ ପୁଞ୍ଜିଗତ ଖର୍ଚ୍ଚ କରିଛି । ଏ ନେଇ ଏକ ସରକାରୀ ରିପୋର୍ଟରେ ସୂଚନା ଦିଆଯାଇଛି ।

ଓଏନଜିସି 2020 ଏପ୍ରିଲ ପହିଲାରୁ 2021 ମାର୍ଚ୍ଚ ମଧ୍ୟରେ 32,502 କୋଟି ଟଙ୍କାର ପୁଞ୍ଜିଗତ ବ୍ୟୟ ଲକ୍ଷ୍ୟ ରଖିଥିଲା । ହେଲେ ଆର୍ଥିକ ବର୍ଷ ମଧ୍ୟରେ କମ୍ପାନୀ ଏଥିରୁ କେବଳ 26,441 କୋଟି ଟଙ୍କା ଖର୍ଚ୍ଚ କରିପାରିଛି । ପେଟ୍ରୋଲିୟମ ମନ୍ତ୍ରାଳୟର ପେଟ୍ରୋଲିୟମ ଯୋଜନା ଏବଂ ବିଶ୍ଲେଷକ ପ୍ରକୋଷ୍ଠ (PPAC) ର ଏକ ରିପୋର୍ଟରେ ଏ ନେଇ ଖୁଲାସା କରାଯାଇଛି ।

କମ୍ପାନୀର ଜଣେ ଅଧିକାରୀ କହିଛନ୍ତି କି, କୋଭିଡ-19 ଯୋଗୁଁ ଲାଗୁ କଟକଣା ଦ୍ବାରା ଯୋଗାଣ ଶୃଙ୍ଖଳା ଓ ଶ୍ରମିକଙ୍କ ଯାତାୟତ ପ୍ରଭାବିତ ହୋଇଛି । ଯାହା ଦ୍ବାରା ପ୍ରକଳ୍ପର କାର୍ଯ୍ୟକାରିତାରେ ବିଳମ୍ବ ହୋଇଛି । ଏହି କାରଣରୁ କମ୍ପାନୀର ନିବେଶ ଲକ୍ଷ୍ୟ ଠାରୁ କମ ରହିଛି ।

ମହାମାରୀ ଯୋଗୁଁ ଅର୍ଥବ୍ୟବସ୍ଥାର ପୁନରୁଦ୍ଧାର ନେଇ ସରକାରଙ୍କ ଆଶା ସାର୍ବଜନିକ କ୍ଷେତ୍ର କମ୍ପାନୀର ପୁଞ୍ଜିଗତ ଖର୍ଚ୍ଚ ଉପରେ ଅଟକି ରହିଛି । ଏଭଳି ଖର୍ଚ୍ଚ ଦ୍ବାରା ଆର୍ଥିକ ଗତିବିଧି ବଢିଥାଏ । ଆଉ ବିଭିନ୍ନ କ୍ଷେତ୍ର ଯେପରି ଇସ୍ପାତ ଆଦିର ଚାହିଦା ବଢିଥାଏ । ଏଥିସହ ରୋଜଗାର ସୁଯୋଗ ବି ସୃଷ୍ଟି ହୁଏ ।

ଅଏଲ ଇଣ୍ଡିଆ ଲିମିଟେଡ ଗତ ଆର୍ଥିକ ବର୍ଷରେ 3,877 କୋଟି ଟଙ୍କାର ଲକ୍ଷ୍ୟ ତୁଳନାରେ 12,802 କୋଟି ଟଙ୍କାର ଖର୍ଚ୍ଚ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.