ETV Bharat / business

ପିଏମ କେୟାର୍ସ ପାଣ୍ଠିକୁ ଦାନ ପାଇଁ ବଡ କମ୍ପାନୀଙ୍କୁ ସରକାରଙ୍କ ଅପିଲ - ବଡ କମ୍ପାନୀଙ୍କୁ ସରକାରଙ୍କ ଅପିଲ

କୋରୋନାରେ ପ୍ରଭାବିତ ଲୋକଙ୍କୁ ସହାୟତା ଯୋଗାଇବାକୁ ପିଏମ କେୟାର୍ସ ପାଣ୍ଠିଙ୍କୁ ଟଙ୍କା ଦାନ ପାଇଁ ଅନୁରୋଧ । ଏଥିପାଇଁ 1000 ଶ୍ରେଷ୍ଠ କମ୍ପାନୀ ପ୍ରମୁଖଙ୍କୁ ଅପିଲ କରିଛନ୍ତି ସରକାର ।

pm fund
ପିଏମ କେୟାର୍ସ ପାଣ୍ଠିକୁ ଦାନ ପାଇଁ ବଡ କମ୍ପାନୀଙ୍କୁ ସରକାରଙ୍କ ଅପିଲ
author img

By

Published : Mar 31, 2020, 6:12 PM IST

ନୂଆଦିଲ୍ଲୀ: କୋରୋନା କବଳିତ ଅର୍ଥନୀତିକୁ ବୁଷ୍ଟର ପାଇଁ ଦରକାର ବିପୁଳ ଅର୍ଥ ରାଶି । ଏଥିପାଇଁ ପ୍ରଧାନମନ୍ତ୍ରୀ କେୟାର୍ସ ପାଣ୍ଠିକୁ ଦାନ କରିବାକୁ ବଡ ବଡ କମ୍ପାନୀଙ୍କୁ ଅପିଲ କରିଛନ୍ତି ସରକାର । ଏହି ପାଣ୍ଠିକୁ ଦାନ ହେଉଥିବା ଟଙ୍କା ସମ୍ପୁର୍ଣ୍ଣ କରମୁକ୍ତ ରହିଛି ।

ଦେଶରେ କୋରୋନା ଭାଇରସ ସଙ୍କଟର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ କେୟାର୍ସ ପାଣ୍ଠିକୁ କରାଯାଇଛି । ନେତା, ଅଭିନେତାଙ୍କ ଠାରୁ ବିଭିନ୍ନ ସ୍ତରର ଲୋକ ନିଜ ଇଚ୍ଛାନୁସାରେ ଏହି ପାଣ୍ଠିକୁ ଆର୍ଥିକ ସହାୟତା ପଠାଉଛନ୍ତି ।

ଏହି ପରିପେକ୍ଷ୍ରୀରେ କର୍ପୋରେଟ ମାମଲାର ସଚିବ ଇଞ୍ଜେଟି ଶ୍ରୀନିବାସ ବଜାର ପୁଞ୍ଜିକରଣ ହିସାବରେ ଶୀର୍ଷ 100 କମ୍ପାନୀଙ୍କ ପ୍ରମୁଖଙ୍କୁ ଏହି ପାଣ୍ଠିକୁ ଟଙ୍କା ଦେବାକୁ ଆବେଦନ କରିଛନ୍ତି । କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ ପୂର୍ବରୁ ନିର୍ଦ୍ଦେଶ ଦେଇଛି ଯେ, ଏହି ପାଣ୍ଠିକୁ ପଠାଯାଉଥିବା ଦାନ କର୍ପୋରେଟ ସାମାଜିକ ଉତ୍ତରଦାୟିତ୍ବ (ସିଏସଆର) ଅଧୀନରେ ହୋଇଥିବା ଖର୍ଚ୍ଚ ଭାବେ ବିବେଚନା କରାଯିବ।

ଏହା ବ୍ୟତିତ କୋରୋନା ଭାଇରସ ସହ ମୁକାବିଲା ପାଇଁ କମ୍ପନୀ କରୁଥିବା ଖର୍ଚ୍ଚକୁ ମଧ୍ୟ ସିଏଆର ଅଧିନରେ ରଖାଯିବ । ଶ୍ରୀନିବାସ ଏକ ପତ୍ରରେ କହିଛନ୍ତି ଯେ, ‘‘ପାଣ୍ଠି ପାଇଁ ଆପଣଙ୍କ ଯୋଗଦାନ ସରକାରଙ୍କ ସାର୍ବଜନୀକ ସ୍ବାସ୍ଥ୍ୟ ଢାଞ୍ଚାକୁ ମାର୍ଜିତ କରିବା ପ୍ରୟାସରେ ସାହାଯ୍ୟ କରିବ । ଯାହାକି ଏହି ଅଦ୍ଭୁଦପୂର୍ବ ସଙ୍କଟରୁ ମୁକୁଳିବାରେ ସହଯୋଗ କରିବ ।

କୋଭିଡ-19 ସଙ୍କଟ ପରିସ୍ଥିତିର ମୁକାବିଲା ପାଇଁ ଜରୁରିକାଳୀନ ସ୍ଥିତିରେ ପ୍ରଧାନମନ୍ତ୍ରୀଙ୍କ ନାଗରିକ ସହାୟତା ଓ ରିଲିଫ ପାଣ୍ଠି (ପିଏମ କେୟାର୍ସ ପାଣ୍ଠି)କୁ ଗଠନ କରାଯାଇଛି । ସରକାର ଏଥିପାଇଁ ଟଙ୍କା ଏକଜୁଟ କରି ପ୍ରଭାବିତ ଲୋକଙ୍କୁ ରିଲିଫ ଯୋଗାଇବାକୁ ପ୍ରୟାସ କରୁଛନ୍ତି । ତେବେ ଏହି ପାଣ୍ଠିକୁ ଦାନ ଟଙ୍କା ପାଇଁ ସମସ୍ତ କମ୍ପାନୀଙ୍କୁ ନୂଆ-ପୁରୁଣା ଆୟକର ଢାଞ୍ଚାରେ ଆୟକର ଆଇନ 80ଜି ଧାରା ଅଧିନରେ କର ଆଶ୍ବସ୍ତି ମିଳିବ ।

PTI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.