ETV Bharat / business

କୋରୋନା ଭାଇରସ୍‌ ଏବଂ ଅର୍ଥନୀତି: ସରକାର ଓ ଆମ ଆଗରେ ଦ୍ବୈତ ସଂକଟ

ମତାମତ ସମ୍ବଳିତ ଏହି ଆଲେଖ୍ୟରେ ବିଶିଷ୍ଟ ସାମ୍ବାଦିକ ଶେଖର ଆୟାରଙ୍କ ମତରେ, ଲୋକଙ୍କ ଜୀବନ ରକ୍ଷା ଏବଂ ଜୀବିକାର ସୁରକ୍ଷା ମଧ୍ୟରେ ସମୁଚିତ ଭାରସାମ୍ୟ ରଖି ସରକାରଙ୍କୁ କାର୍ଯ୍ୟ କରିବାକୁ ହେବ । ଅଣ ସଙ୍ଗଠିତ କ୍ଷେତ୍ରରେ କାର୍ଯ୍ୟରତ ଲକ୍ଷ ଲକ୍ଷ ଲୋକଙ୍କ ସୁରକ୍ଷା ପାଇଁ ନଗଦ ଟଙ୍କା ହସ୍ତାନ୍ତର ସହିତ କ୍ଷତିପୂରଣ ପ୍ରଦାନ କାର୍ଯ୍ୟକ୍ରମକୁ ସରକାର ତ୍ବରାନ୍ବିତ କରିବା ଦରକାର ବୋଲି ସେ ପ୍ରସ୍ତାବ ଦିଅନ୍ତି । ଅଧିକ ପଢନ୍ତୁ...

କରୋନା ଭାଇରସ୍‌ ଏବଂ ଅର୍ଥନୀତି: ସରକାର ଓ ଆମ ଆଗରେ ଦ୍ବୈତ ସଂକଟ

author img

By

Published : Mar 26, 2020, 2:03 PM IST

ପାଖାପାଖି 400 ସଂକ୍ରମିତ ବ୍ୟକ୍ତି ଏବଂ ମୃତ୍ୟୁସଂଖ୍ୟା ଦଶ ନିକଟବର୍ତ୍ତୀ ହେଉଥିବା ବେଳେ ଭାରତରେ କୋଭିଡ୍‌-19 ଆଶଙ୍କା ଏବେ ନିହାତି ବାସ୍ତବିକତାର ରୂପ ନେଇଛି । ଏବେ ହୁଏତ ଆମ ଜୀବନ ଓ ଅର୍ଥନୀତି ଉପରେ ଏହାର ସଂପୂର୍ଣ୍ଣ ପ୍ରଭାବକୁ ବୁଝିବାରେ ଆମେ ସକ୍ଷମ ନୁହଁ । କିନ୍ତୁ ଆମେ ନିଶ୍ଚିତ ଭାବରେ ଜାଣିଛୁ ଯେ, ଏହାର ସୁଦୂରପ୍ରସାରୀ ପ୍ରଭାବ ପଡ଼ିବ ଏବଂ ଆମ ଅର୍ଥନୀତିକୁ ଏହା ବିପର୍ଯ୍ୟସ୍ତ କରିଦେବ । ମାର୍ଚ୍ଚ 19 ତାରିଖରେ ଗଣମାଧ୍ୟମରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାର୍ତ୍ତା ପ୍ରସାରିତ ହେଲା ପର୍ଯ୍ୟନ୍ତ, ସମଗ୍ର ଦେଶ ଏକଥା ବୁଝିପାରି ନଥିଲା ଯେ, କୋଭିଡ୍‌-19 ସର୍ବବ୍ୟାପୀ ମହାମାରୀ ଏଭଳି ଏକ ବାସ୍ତବ ସଂକଟ, ଯାହାକି ପ୍ରତ୍ୟେକ ନାଗରିକଙ୍କୁ ପ୍ରଭାବିତ କରିବ । “ଜନତା କର୍ଫ୍ୟୁ” ସଫଳ ହେବାର ଦିନକ ପରେ, ମାର୍ଚ୍ଚ 22 ତାରିଖ ଦିନ, ତାଲାବନ୍ଦ ବା ଲକ୍‌ଡାଉନ୍‌ର ସମସ୍ତ ନିୟମ ଉପଯୁକ୍ତ ଭାବେ ପାଳନ କରାଯାଉଛି ବୋଲି ସୁନିଶ୍ଚିତ କରିବା ଲାଗି ମୋଦିଙ୍କୁ ସବୁ ରାଜ୍ୟ ସରକାରଙ୍କୁ କହିବାକୁ ପଡ଼ିଥିଲା ।

ଦେଶବ୍ୟାପୀ ତାଲାବନ୍ଦ

ସ୍ବାଧୀନତା ପରବର୍ତ୍ତୀ ସମୟରେ ଭାରତ ଯେ ତା’ର ଅନ୍ୟତମ ସର୍ବାଧିକ ସଂକଟମୟ ପରିସ୍ଥିତି ସହ ମୁକାବିଲା କରୁଛି, ସେ କଥା ଆଗାମୀ ଦିନରେ ନିଶ୍ଚିତ ରୂପରେ ଜଣାପଡ଼ିବ । ଏହି ରୋଗର ସଂଚାରଣ ଚକ୍ରକୁ ପ୍ରତିହତ କରିବା ପାଇଁ, କେନ୍ଦ୍ର ହେଉ କି ରାଜ୍ୟ କିମ୍ବା ସ୍ଥାନୀୟ କର୍ତ୍ତୃପକ୍ଷ, ଆଜିକାର ସବୁ ସରକାର ତାଲାବନ୍ଦ ଲାଗୁ କରିବାକୁ ବାଧ୍ୟ ହେଉଛନ୍ତି । ଅର୍ଥନୀତି ଏବଂ ଏହି ରୋଗର ବ୍ୟାପ୍ତି ନିୟନ୍ତ୍ରଣ ପରସ୍ପର ସହ ସଂଲଗ୍ନ ପ୍ରସଙ୍ଗ । ଯେତେବେଳେ କେହି ଘର ବାହାରକୁ ଆସିବେନି, କୌଣସି ବ୍ୟବସାୟ ଚାଲୁ ଅବସ୍ଥାରେ ରହିବ ନାହିଁ ଏବଂ ସବୁ କିଛି ଠପ୍‌ ହୋଇଯିବ, ସେତେବେଳେ ହିଁ ଜଣେ ବ୍ୟକ୍ତିଙ୍କ ପାଖରୁ ଅନ୍ୟ ବ୍ୟକ୍ତିଙ୍କୁ ଏହି ରୋଗ ସଂକ୍ରମଣର ଆଶଙ୍କା ହ୍ରାସ ପାଇବ । କିନ୍ତୁ ଅର୍ଥନୀତି ଉପରେ ଏହାର ସାଂଘାତିକ ପ୍ରଭାବ ପଡ଼ିବା ଅବଶ୍ୟମ୍ଭାବୀ । ସ୍ବାସ୍ଥ୍ୟରକ୍ଷା ଦିଗରେ ନିଆଯାଉଥିବା ପଦକ୍ଷେପ କୋହଳ ହେଲେ ହିଁ, ଅତି କମ୍‌ରେ କିଛି ଦିନ ପାଇଁ ଏହାର ଅର୍ଥନୈତିକ କୁପରିଣାମ କମ୍‌ ହେବ । କିନ୍ତୁ, ଅର୍ଥନୈତିକ ଫାଇଦା ତୁଳନାରେ ମଣିଷ ଜୀବନ ଅଧିକ ମୂଲ୍ୟବାନ । ବର୍ତ୍ତମାନ ପର୍ଯ୍ୟନ୍ତ, ମଣିଷ ଜୀବନ ରକ୍ଷା କରିବା ଏବଂ ଜୀବିକାକୁ ସୁରକ୍ଷିତ ରଖିବା ମଧ୍ୟରେ ଉପଯୁକ୍ତ ଭାରସାମ୍ୟ ବଜାୟ ରଖିବାକୁ କେନ୍ଦ୍ର ସରକାର ପ୍ରୟାସ କରି ଆସୁଛନ୍ତି । ସଂକଟ ଓ ବିପତ୍ତି ସମୟରେ ବାଟ ଦେଖାଇବାକୁ ଲୋକେ ସରକାରଙ୍କ ଉପରେ ଭରସା କରନ୍ତି । ସରକାରୀ ଅଧିକାରୀ ଏବଂ ବ୍ୟାବସାୟିକ ସଂସ୍ଥାର ମୁଖିଆମାନେ କହନ୍ତି ଯେ ଯଦି ମେ ମାସ ମଧ୍ୟଭାଗ ସୁଦ୍ଧା ଏହି ରୋଗ ନିୟନ୍ତ୍ରଣ କରାଯାଇପାରେ, ତାହେଲେ ଆଗକୁ ଚଳେଇ ନେଇ ହେବ । କିନ୍ତୁ ଏହାଠାରୁ ଅଧିକ ସମୟ ଲାଗିଲେ, ଅର୍ଥନୈତିକ କାର୍ଯ୍ୟକ୍ରମରେ ଯେଉଁ ବାଧା ଉପୁଜିବ, ତାହାର କୁପ୍ରଭାବ ପରବର୍ତ୍ତୀ ଆର୍ଥିକ ବର୍ଷ ଯାଏଁ ବି ଲାଗି ରହିପାରେ । ଏହି ରୋଗର ନକାରାତ୍ମକ ପ୍ରଭାବ ଆକଳନ ସହିତ ସଂକଟର ସମ୍ମୁଖୀନ ହୋଇଥିବା ସମସ୍ତ କ୍ଷେତ୍ର ପାଇଁ ସହାୟତା ପ୍ୟାକେଜ୍‌ର ରୂପରେଖ ପ୍ରସ୍ତୁତି ଲାଗି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନେତୃତ୍ବରେ ଏକ ଟାସ୍କ ଫୋର୍ସ ଗଠନ ନିମନ୍ତେ ପ୍ରଧାନ ମନ୍ତ୍ରୀ ଘୋଷଣା କରିଛନ୍ତି । ଭାରତୀୟ ଷ୍ଟକ୍‌ ବଜାର ଉପରେ ଶକ୍ତ ଆଘାତ ପରିଲକ୍ଷିତ ହୋଇଛି ଏବଂ ପ୍ରତି ଦିନ ସୂଚକାଙ୍କ ଦ୍ରୁତ ହାରରେ ଖସିବାରେ ଲାଗିଛି । ଅର୍ଥନୀତିଜ୍ଞମାନେ କହନ୍ତି ଯେ ଗୋଟିଏ ଦିନ ସଂପୂର୍ଣ୍ଣ ବନ୍ଦ ରହିବା ଅର୍ଥ ସାମଗ୍ରୀ ଓ ସେବା ଉତ୍ପାଦନ ଶୂନ ହୁଏ ଏବଂ ପ୍ରକୃତ ମୋଟ ଘରୋଇ ଉତ୍ପାଦ ବା ଜିଡିପିରେ ଏହା 50,000 କୋଟି ଟଙ୍କାରେ ପ୍ରତିଫଳିତ ହୁଏ । 10 ଦିନ ତାଲାବନ୍ଦ ରହିଲେ ଏହା 5 ଲକ୍ଷ କୋଟି ଟଙ୍କା କିମ୍ବା ଜିଡିପିର 3.4 ପ୍ରତିଶତରେ ପହଞ୍ଚିପାରେ ।

କ୍ଷେତ୍ର ଭିତ୍ତିକ ପ୍ରଭାବ

ସରକାର ସହାୟତା ଦିଗରେ ପ୍ରୋତ୍ସାହନର ଏକ ବୃହତ୍‌ ରୂପରେଖ ପ୍ରସ୍ତୁତି କରୁଥିବା ବେଳେ, ପ୍ରତିଟି ବୃହତ୍‌ ଶିଳ୍ପ ସଂସ୍ଥାର ନିଜସ୍ବ ଦ୍ବନ୍ଦ୍ବ ଓ ସମସ୍ୟା ରହିଛି, ଯାହାର ସମାଧାନ ଆବଶ୍ୟକ । ତାଲାବନ୍ଦ ସରିବା ପରେ ହିଁ ବିଭିନ୍ନ କ୍ଷେତ୍ର ଉପରେ ପଡ଼ିଥିବା କୁପ୍ରଭାବର ଆକଳନ କରିହେବ । ଆମେ ଜାଣିଛୁ ଯେ, ଏହା ରବି ଫସଲ ଅମଳ ଆରମ୍ଭ କରିବାର ସମୟ ହୋଇଥିବାରୁ ସଂପ୍ରତି କୃଷି କ୍ଷେତ୍ର ଏକ ସମ୍ବେଦନଶୀଳ ଅବସ୍ଥାରେ ରହିଛି । ତାଲାବନ୍ଦ ଲାଗୁ ହୋଇଥିବା ବେଳେ ଯୋଗାଣରେ ବାଧାବିଘ୍ନ ଦେଖାଦେବାର ସମ୍ଭାବନା ରହିଛି ଏବଂ ଏହା ଫଳରେ କୃଷକମାନଙ୍କ ରୋଜଗାର ପ୍ରଭାବିତ ହେବ । କଞ୍ଚାମାଲ ଯୋଗାଣ ହ୍ରାସ ପାଇବା କାରଣରୁ ଯୋଗାଣ ଶୃଙ୍ଖଳରେ ସମ୍ଭାବ୍ୟ ଗୁରୁତର ସମସ୍ୟାର ମୁକାବିଲା ଲାଗି ସାମଗ୍ରୀ ନିର୍ମାଣ କ୍ଷେତ୍ର ମଧ୍ୟ ପ୍ରସ୍ତୁତ ହେଉଛି । ଯଦି ସରକାରଙ୍କ ବଜେଟ୍‌, ଭିତ୍ତିଭୂମି ଗଠନ କାର୍ଯ୍ୟରୁ ସଂପୂର୍ଣ୍ଣ ରୂପେ ଦୂରେଇ ଯାଇ ସହାୟତା ଯୋଗାଣର ଆବଶ୍ୟକତା ପୂରଣ ଉପରେ ଧ୍ୟାନ ଦିଏ, ତେବେ ଷ୍ଟିଲ୍‌ ଏବଂ ସିମେଣ୍ଟ ଭଳି ଶିଳ୍ପ ସଂସ୍ଥା ଗୁରୁତର ଭାବେ ପ୍ରଭାବିତ ହେବେ । ପୁଞ୍ଜିନିବେଶରେ ମାନ୍ଦାଳିଆ ଅବସ୍ଥା ସମୟରେ ସେବା କ୍ଷେତ୍ର ହିଁ ଭାରତୀୟ ଅର୍ଥନୀତିକୁ ଆଗେଇ ନେବାରେ ଉପଯୋଗୀ ସାବ୍ୟସ୍ତ ହୋଇଥାଏ । କିନ୍ତୁ ଆଜି, ଏହି ରୋଗର ପ୍ରାଦୁର୍ଭାବ ଯୋଗୁଁ, ବିମାନ ଚଳାଚଳ, ହୋଟେଲ, ରେସ୍ତୋରାଁ, ପର୍ଯ୍ୟଟନ, ଖୁଚୁରା କାରବାର କରୁଥିବା ମଲ୍‌ ଏବଂ ମନୋରଞ୍ଜନ ସଂସ୍ଥା ସମେତ ସେବା କ୍ଷେତ୍ରକୁ ବାସ୍ତବରେ ଏକ ଶକ୍ତ ଆଘାତ ସହିବାକୁ ପଡ଼ିଛି ।

ଉପାର୍ଜନ ସହାୟତାରେ ଲକ୍ଷ୍ୟଧାର୍ଯ୍ୟର ଆବଶ୍ୟକତା

ଅଣ ଆନୁଷ୍ଠାନିକ ଅର୍ଥନୀତିର ବିଭିନ୍ନ ଅଧିକ ସମ୍ବେଦନଶୀଳ କ୍ଷେତ୍ର ଅବସ୍ଥା କ’ଣ ହେବ ? ସରକାର କ’ଣ ଆର୍ଥିକ ଶୃଙ୍ଖଳାର ସମସ୍ତ ନୀତି ଓ ବଳକା ଅନୁପାତକୁ ଜଳାଞ୍ଜଳି ଦେଇ କେବଳ ଲୋକଙ୍କ ଜୀବିକାର ସୁରକ୍ଷା ଲାଗି ନଗଦ ଅର୍ଥ ସହାୟତା ଦେବା ଉଚିତ ? ନାଗରିକମାନେ କେତେ ତ୍ୟାଗ ସ୍ବୀକାର କରିବାକୁ ପ୍ରସ୍ତୁତ ? ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ ଲକ୍ଷ ଲକ୍ଷ ଲୋକଙ୍କୁ ସିଧାସଳଖ ଅର୍ଥ ସହାୟତା ପ୍ରଦାନ କରିବା ଲାଗି 2-3 ଲକ୍ଷ କୋଟି ଟଙ୍କାର ସହାୟତା ପ୍ୟାକେଜ୍‌ ଦେବାକୁ ନିକଟରେ ପ୍ରଧାନ ମନ୍ତ୍ରୀଙ୍କ ସହ ଭିଡିଓ କନ୍‌ଫରେନ୍‌ସରେ ବାର୍ତ୍ତାଳାପ କରିଥିବା ଶିଳ୍ପ ଜଗତର ପ୍ରମୁଖ ନେତାମାନେ ଅନୁରୋଧ କରିଥିଲେ । କୋଭିଡ୍‌-19 ପ୍ରାଦୁର୍ଭାବ ଯୋଗୁଁ ଉପୁଜିଥିବା ସଂକଟ କାରଣରୁ ହିଁ ଏହି ଲୋକମାନେ ସେମାନଙ୍କ ଚାକିରି ହରାଇଛନ୍ତି । କର୍ମଚାରୀମାନଙ୍କୁ ଛଟେଇ ନ କରିବା କିମ୍ବା ସେମାନଙ୍କ ଦରମା ନ କାଟିବା ପାଇଁ ପ୍ରଧାନ ମନ୍ତ୍ରୀ ଶିଳ୍ପ ଓ ବ୍ୟାବସାୟିକ ସଂସ୍ଥା ସମୂହକୁ ନିବେଦନ କରିଆସୁଥିବା ସମୟରେ ଦରମା ଏବଂ ପେନ୍‌ସନ ପ୍ରଦାନକୁ ଅବ୍ୟାହତ ରଖିବା ସହିତ ବେକାରମାନଙ୍କ ପାଇଁ ଥିବା କାର୍ଯ୍ୟକ୍ରମକୁ ପାଣ୍ଠି ଯୋଗାଣ ଉପରେ ସରକାରଙ୍କୁ ମନୋନିବେଶ କରିବାକୁ ପଡ଼ିବ । ଆୟ ପରିମାଣ କମିଯାଇଥିବା ସମୟରେ, କର୍ମଚାରୀମାନଙ୍କୁ ଦରମା ଦେବା ଲାଗି ସରକାର ଘରୋଇ କ୍ଷେତ୍ରକୁ ବାଧ୍ୟ କରିପାରିବେ ନାହିଁ । ଠିକ୍‌ ଏହି କ୍ଷେତ୍ରରେ ହିଁ ସରକାର ନଗଦ ଅର୍ଥ ହସ୍ତାନ୍ତର ସମ୍ବଳିତ ଏକ ବ୍ୟାପକ କ୍ଷତିଭରଣା କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବା ଲାଗି ଆଗେଇ ଆସିବା ଆବଶ୍ୟକ । ସମସ୍ତ ପ୍ରକାର ଋଣ ପରିଶୋଧ ଉପରେ ତିନି ମାସ ପାଇଁ ସ୍ଥଗନ ସମୟ ଜାରି କରିବା ସହିତ ବାର୍ଷିକ 5 ଲକ୍ଷ ଟଙ୍କାରୁ କମ୍‌ ରୋଜଗାର କରୁଥିବା କର୍ମଚାରୀମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ସିଧାସଳଖ ଅର୍ଥ ଜମା କରିବା ଲାଗି ଶିଳ୍ପୋଦ୍ୟୋଗୀମାନେ ସରକାରଙ୍କୁ ଅନୁରୋଧ କରିଥିଲେ । ସବୁ ନାଗରିକଙ୍କ ବ୍ୟାଙ୍କ ଆକାଉଣ୍ଟରେ ସିଧାସଳଖ ଟଙ୍କା ଜମା କରିବା କଥା ବିଚାର କରିବା ଲାଗି ସେମାନେ ପ୍ରଧାନ ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ଯେଉଁମାନଙ୍କ ବୟସ 25 ବର୍ଷରୁ କମ୍‌ ସେମାନଙ୍କୁ ଥରକ ପାଇଁ 5,000 ଟଙ୍କା ଏବଂ 65 ବର୍ଷରୁ ଅଧିକ ବୟସର ବରିଷ୍ଠ ନାଗରିକମାନଙ୍କୁ 10,000 ଟଙ୍କା ପ୍ରଦାନ କରିବାକୁ ଭାରତୀୟ ଶିଳ୍ପ ମହାସଂଘ (CII) ପ୍ରଧାନ ମନ୍ତ୍ରୀଙ୍କୁ ସୁପାରିସ କରିଥିଲା ।

ସଂକ୍ଷେପରେ କହିବାକୁ ଗଲେ, ଆକାଉଣ୍ଟରେ ଅର୍ଥ ଜମା, ରିହାତି ଦରରେ ଖାଦ୍ୟ ସାମଗ୍ରୀ, ଋଣ ପରିଶୋଧର ସମୟସୀମା ସଂପ୍ରସାରଣ, ମାଗଣା ଡାକ୍ତରୀ ଚିକିତ୍ସା ସୁବିଧା ପ୍ରଦାନ ଏବଂ ଜରୁରୀ ଔଷଧର ଦର ହ୍ରାସ, କରାଯାଇ ପାରିବ । ବିଶେଷତଃ ଅର୍ଥନୈତିକ କାର୍ଯ୍ୟକଳାପ ହ୍ରାସ ପାଇବା ସହିତ ନାଟକୀୟ ଢଙ୍ଗରେ ରାଜସ୍ବ ସଂଗ୍ରହ ହ୍ରାସ ପାଇବାର ସମ୍ଭାବନା ରହିଥିବା ସମୟରେ ଭାରତ କ’ଣ ଏଭଳି ପଦକ୍ଷେପ ନେବାରେ ସମର୍ଥ ହେବ ? ଅବଶ୍ୟ, ସରକାରଙ୍କୁ ଏ ସଂପର୍କରେ ଜରୁରୀକାଳୀନ ଭିତ୍ତିରେ ନିଷ୍ପତ୍ତି ନେବାକୁ ପଡ଼ିବ । ଯେମିତି କୁହାଯାଏ, ଏ ସବୁ ଅସ୍ବାଭାବିକ ସମୟ ଏବଂ ଏଥିପାଇଁ ଅସାଧାରଣ ପଦକ୍ଷେପ ନେବା ଆବଶ୍ୟକ । ଏ କ୍ଷେତ୍ରରେ ସରକାରଙ୍କୁ ବାଟ ଦେଖାଇବା ପାଇଁ କୌଣସି ପୂର୍ବ ଦୃଷ୍ଟାନ୍ତ ନାହିଁ ।

ଶେଖର ଆୟାର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.