ନୂଆଦିଲ୍ଲୀ: କୋଲ ଇଣ୍ଡିଆ ଶ୍ରମିକ ସଙ୍ଗଠନର ଧର୍ମଘଟ ତୃତୀୟ ଦିନରେ ପହଞ୍ଚିଛି । ତେବେ ଏହି ଆନ୍ଦୋଳନ ଶତ ପ୍ରତିଶତ ଶାନ୍ତିପୂର୍ଣ୍ଣ ବୋଲି ଟ୍ରେଡ ୟୁନିଅନର ଜଣେ ନେତା ଦାବି କରିଛନ୍ତି । କୋଇଲା ସେକ୍ଟରରେ କମର୍ସିଆଲ ମାଇନିଂ ଅନୁମତି ଦେବା ବିରୋଧରେ ଏହି ଆନ୍ଦୋଳନ ଡାକରା ଦିଆଯାଇଛି ।
କୋଲ ଇଣ୍ଡିଆର ରାଷ୍ଟ୍ରୀୟ ସ୍ବଂୟ ସେବକ ସଂଘ (ଆରଏସଏସ)ସହ ଜଡିତ ଭାରତୀୟ ମଜଦୁର ସଂଗଠନ ସମେତ 5ଟି ଶ୍ରମିକ ସଙ୍ଗଠନ ଗୁରୁବାର ଠାରୁ ଏହି ଧର୍ମଘଟ ଜାରି ରଖିଛନ୍ତି ।
ଶନିବାର ଏହି 5 ସଙ୍ଗଠନର ଭର୍ଚୁଆଲ ବୈଠକ ହୋଇ ଆଗାମୀ ରଣନୀତି ପ୍ରସ୍ତୁତ କରାଯିବ । ତେବେ ପ୍ରଥମ 2 ଦିନ ତୁଳନାରେ ଶନିବାର ଅଧିକ ଶ୍ରମିକ ସାମିଲ ହୋଇଥିବା ନେଇ ସେଣ୍ଟର ଅଫ ଇଣ୍ଡିଆନ ଟ୍ରେଡ ୟୁନିଅନର ମହାସଚିବ ତପନ ସେନ କହିଛନ୍ତି ।