ETV Bharat / business

ସୀତାରମଣଙ୍କୁ ସିଓଏଆଇର ଚିଠି, ଟେଲିକମ ସେକ୍ଟରକୁ ରିଲିଫ ଦାବି

author img

By

Published : Apr 2, 2020, 11:33 PM IST

ସିଓଏଆଇ ଚିଠି ଲେଖି ଅର୍ଥମନ୍ତ୍ରୀଙ୍କୁ ଜଣାଇଛି ଯେ, କୋଭିଡ-19ର ପ୍ରତିକୂଳ ପ୍ରଭାବକୁ ନଜରରେ ରଖି ଦୂରସଞ୍ଚାର କମ୍ପାନୀଙ୍କ ଉପରୁ ବିଭିନ୍ନ ଶୁଳ୍କ ହ୍ରାସ ଆବଶ୍ୟକ ରହିଛି । ଅଧିକ ପଢ଼ନ୍ତୁ...

coai wrote to sitharaman seeking relief for telecom sector
ସୀତାରମଣଙ୍କୁ ସିଓଏଆଇର ଚିଠି, ଟେଲିକମ ସେକ୍ଟରକୁ ରିଲିଫ ଦାବି

ନୂଆଦିଲ୍ଲୀ: କୋରୋନା ମାଡରେ ସଙ୍କଟରେ ଥିବା ଟେଲିକମ ସେକ୍ଟର ପାଇଁ ଅର୍ଥମନ୍ତ୍ରୀଙ୍କୁ ସହାୟତା ମାଗିଲ ସେଲ୍ୟୁଲର ଅପରେଟର୍ସ ଆସୋସିଏସନ ଅଫ ଇଣ୍ଡିଆ(ସିଓଏଆଇ) । ଦୂରସଞ୍ଚାର କମ୍ପାନୀ ସଙ୍ଗଠନ ସିଓଆଇ ଆର୍ଥିକ ପ୍ୟାକେଜ ଦେବାକୁ ଦାବି କରିଛି ।

ସିଓଏଆଇ ଚିଠି ଲେଖି ଅର୍ଥମନ୍ତ୍ରୀଙ୍କୁ ଜଣାଇଛି ଯେ, କୋଭିଡ-19ର ପ୍ରତିକୂଳ ପ୍ରଭାବକୁ ନଜରରେ ରଖି ଦୂରସଞ୍ଚାର କମ୍ପାନୀଙ୍କ ଉପରୁ ବିଭିନ୍ନ ଶୁଳ୍କ ହ୍ରାସ ଆବଶ୍ୟକ ରହିଛି ।

ସେହିରି ଉଦ୍ୟୋଗ ସଙ୍ଗଠନ କହିଛି ଯେ, ଏହି ମହାମାରୀ ସଂକ୍ରମଣ ପରେ ବି ଅପରେଟରମାନେ ଲୋକ, କମ୍ପାନୀ, କାର୍ଯ୍ୟକ୍ଷମ ସେବା, ଜରୁରୀକାଳୀନ ପରିସ୍ଥିତି ଏବଂ ଅନ୍ୟାନ୍ୟ ସେବା ଜାରି ରଖିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି |

ସଓଏଆଇ କହିଛି ଯେ, ଏଭଳି ଚ୍ୟାଲେଞ୍ଜପୂର୍ଣ୍ଣ ସମୟରେ ଏହି ସେବା ଗୁଡିକ ଜାରି ରହିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ।

ମାର୍ଚ୍ଚ 28ରେ ଅର୍ଥମନ୍ତ୍ରୀଙ୍କୁ ଲେଖିଥିବା ଏକ ଚିଠିରେ ସଓଏଆଇ କହିଛି ଯେ ଟେଲିକମ ସେବା ପ୍ରଦାନକାରୀଙ୍କ ଉପରେ ନିୟାମକ ଚାର୍ଜର ଭାରକୁ ତୁରନ୍ତ ସମନ୍ୱିତ କରିବାର ଜରୁରୀ ଆବଶ୍ୟକତା ରହିଛି।

ସିଓଏଆଇର ସଦସ୍ୟମାନଙ୍କ ମଧ୍ୟରେ ଭାରତୀ ଏୟାରଟେଲ, ରିଲାଏନ୍ସ ଜିଓ ଓ ଭୋଡାଫୋନ ଆଇଡିଆ ଭଳି ଦୂରସଞ୍ଚାର କମ୍ପାନୀ ସାମିଲ ଅଛନ୍ତି । ଉଦ୍ୟୋଗ ସଙ୍ଗଠନରେ ମଧ୍ୟ ସମସ୍ତ ଅପରେଟରଙ୍କ ପାଇଁ ସ୍ପେକ୍ଟ୍ରମ ପ୍ରୟୋଗ ଶୁଳ୍କ(ଏଏସୟୁସି)ରେ 3 ପ୍ରତିଶତ ହ୍ରାସ ପାଇଁ ଦାବି ହୋଇଛି । ଏଥିସହ ଲାଇସେନ୍ସ ଶୁଳ୍କ ଯୋଗଦାନ(ୟୁଏସଓଏଫ) ଯୋଗଦାନ ମଧ୍ୟ 8 ପ୍ରତିଶତରୁ ହ୍ରାସ କରି 3 ପ୍ରତିଶତ କରିବା ଦରକାର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.