ETV Bharat / business

କୋଚିଂ କ୍ଲାସ ପାଇଁଁ ଦେବାକୁ ପଡିବ ଜିଏସଟି

author img

By

Published : Aug 10, 2020, 3:02 PM IST

କୋଚିଂ କ୍ଲାସକୁ ମିଳିବନି ଜିଏସଟି ଛାଡ ସୁବିଧା । ଜିଏସଟି ଆଇନ ଅନସାରେ କୋଚିଂ କ୍ଲାସ ସେବା ପାଇଁ 18 ପ୍ରତିଶତ ଜିଏସଟି ଗଣିବାକୁ ହେବ । ଅଧିକ ପଢନ୍ତୁ..

କୋଚିଂ କ୍ଲାସ ପାଇଁ ଦେବାକୁ ପଡିବ ଜିଏସଟି
କୋଚିଂ କ୍ଲାସ ପାଇଁ ଦେବାକୁ ପଡିବ ଜିଏସଟି

ନୂଆଦିଲ୍ଲୀ: ଦ୍ରବ୍ୟ ଓ ସେବା କର ( ଜିଏସଟି) ଛାଡରୁ ବାଦ ପଡିବେନି କୋଚିଂ କ୍ଲାସ । ସେମାନଙ୍କ ଶିକ୍ଷା ସେବା ବାବଦରେ 18 ପ୍ରତିଶତ ଜିଏସଟି ଦେବାକୁ ପଡିବ । ଅଥରିଟି ଫର ଆଡଭାନ୍ସ ରୁଲିଂସ (ଏଏଆର)ର ମହାରାଷ୍ଟ୍ର ଖଣ୍ଡପୀଠ ଏ ନେଇ ଶୁଣାଣୀ କରିଛି । ଏହା ପୂର୍ବରୁ ଏଏଆର ଆନ୍ଧ୍ରପ୍ରଦେଶ ଖଣ୍ଡପୀଠ ମଧ୍ୟ ଏନେଇ ସମାନ ରାୟ ଦେଇଥିଲା ।

ଅନ୍ୟ ଦିଗରୁ ଦେଖିବାକୁ ଗଲେ କୋଚିଂ କ୍ଲାସ ସବୁ ଷ୍ଟୁଡେଣ୍ଟଙ୍କ ଠାରୁ 18 ପ୍ରତିଶତ ଜିଏସଟି ଆଦାୟ କରନ୍ତି । ଜିଏସଟି ଆଇନର ଏଣ୍ଚ୍ରି ନମ୍ବର 66 ଅଧିନରେ କିଛି ସର୍ତ୍ତାବଳୀ ସହ ଶିକ୍ଷାନୁଷ୍ଠାନ ଦ୍ବାରା ଦିଆଯାଉଥିବା ଶିକ୍ଷା ସେବାକୁ ଜିଏସଟି ଛାଡ ନେଇ ନିୟମ ରହିଛି । ତେବେ ପାଠ୍ୟକ୍ରମର ଅଂଶଭାବେ ଯେଉଁସବୁ ସେବା ମିଳୁଛି ସେଗୁଡିକୁ ଜିଏସଟି ଛାଡ ମିଳୁଛି ।

ମାଷ୍ଟରମାଇଣ୍ଡସ ଏଏଆର ମହରାଷ୍ଟ୍ର ଖଣ୍ଡପୀଠରରେ ଜିଏସଟି ଛାଡ ନେଇ ଆବେଦନ କରିଥିଲା । ମାଷ୍ଟରମାଇଣ୍ଡ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଓ କଷ୍ଟ ଆକାଉଣ୍ଟାଣ୍ଟ ପାଇଁ ଆଶାୟୀ ପିଲାଙ୍କୁ ନିୟମିତ, କ୍ରାସ କୋର୍ସ, ରିଭିଜନ, ପରୀକ୍ଷା କୋର୍ସ ପାଇଁ ନେଇ ମୋଟା ଫି ମଧ୍ୟ ନେଇଥାଏ ।

ହେଲେ ଏ ନେଇ ମାଷ୍ଟର ମାଇଣ୍ଡ ଦେଉଥିବା କୋର୍ସ ସବୁ ଜିଏସଟି ଆଇନ ବାହାରେ । ଏଥିସହ ଏହି ସବୁ କୋଚିଂ କ୍ଲାସ ଷ୍ଟୁଡେଣ୍ଟଙ୍କୁ କୌଣସି ପ୍ରମାଣପତ୍ର ମଧ୍ୟ ଦେଉନାହିଁ । ଏହା ସୀକୃତ ମଧ୍ୟ ନୁହେଁ । ଏଣୁ ଏହା ଜିଏସଟି ରିହାତି ପାଇଁ ଯୋଗ୍ୟ ନୁହେଁ । ଜିଏସଟି ଆଇନ ଅନସାରେ ଏଭଳି କୋଚିଂ କ୍ଲାସ ସେବା ପାଇଁ 18 ପ୍ରତିଶତ ଜିଏସଟି ଗଣିବେ ବୋଲି ଖଣ୍ଡପୀଠ କହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.