ବେଙ୍ଗାଲୁରୁ: ଚୀନ ଆପ ଟିକଟକ ବ୍ୟାନ ପରେ ଦେଶରେ ବଢିଛି ଦେଶୀ ଆପ ‘ଚିଙ୍ଗାରୀ’ର କ୍ରେଜ । ଏହା ଭାରତୀୟଙ୍କ ମଧ୍ୟରେ ଏତେ ଆଦୃତ ହୋଇପାରିଛି କି, ଘଣ୍ଟା ପ୍ରତି 1 ଲକ୍ଷ ନୂଆ ଉପଭୋକ୍ତା ଏହାକୁ ଡାଉନଲୋଡ କରିବା ସହ 2 ମିଲିୟନ ଭିଓର୍ସ ହେଉଥିବା ଦେଖିବାକୁ ମିଳିଛି । ସୋମବାର ସରକାର ରାଷ୍ଟ୍ରୀୟ ସୁରକ୍ଷା ଦୃଷ୍ଟିରୁ ଚୀନର 59 ଆପ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ।
ଜୁନ 10ରେ ଆନୁଷ୍ଠାନିକ ଭାବେ ଉନ୍ମୋଚନ ହୋଇଥିବା ଏହି ଆପ ଏବେ ସୁଦ୍ଧା 3 ମିଲିୟନ ଡାଉନଲୋଡ ସରିଲାଣି । ଚିଙ୍ଗାରୀ ଆପକୁ ଓଡିଆ ପୁଅ ତଥା ଆଇଟି ଇଞ୍ଜିନିୟମର ବିଶ୍ବାତ୍ମା ନାୟକ ଏବଂ ସିଦ୍ଧାର୍ଥ ଗୌତମ ଗତ ବର୍ଷ ବିକାଶ କରିଛନ୍ତି । ତେବେ ଟିକଟକ ବ୍ୟାନ ପରେ ଏଭେ ଏହା ଗୁଗୁଲ ପ୍ଲେ ଷ୍ଟୋରରେ ଶୀର୍ଷରେ ଟ୍ରେଣ୍ଡ କରୁଛି ।
ଏ ନେଇ ନାୟକ କହିଛନ୍ତି କି, ବର୍ତ୍ତମାନ ଚୀନ ଆପର ବିକଳ୍ପ ଭାବେ ଚିଙ୍ଗାରି ଲୋକପ୍ରିୟ ହେବାରେ ଲାଗିଛି । ବର୍ତ୍ତମାନ ଚିଙ୍ଗାରି ଏକ ବେଞ୍ଚମାର୍କ ସୃଷ୍ଟି କରିଛି । ଅନେକ ନିବେଶ ଆମ ପ୍ରତି ରୁଚି ଦେଖାଇଛନ୍ତି । ତେବେ ଆମ ବୋର୍ଡରେ ଏକ ଭଲ ନିବେଶକଙ୍କୁ ପାଇବା ପାଇଁ ଆଲୋଚନା ଜାରି ରଖିଛୁ । so as to scale up our free-of-cost social platform ।
ଉଦ୍ୟୋଗପତି ଆନନ୍ଦ ମହିନ୍ଦ୍ରା , ‘‘ ଯେ କି କେବେ ବି ଟିକଟକ ବ୍ୟବହାର କରିନଥିଲେ , ସେ ମଧ୍ୟ ଚିଙ୍ଗାରି ଆପ ଡାଉନଲୋନ କରି ଟ୍ବିକ କରିଛନ୍ତି । ଆଉ ଏ ନେଇ କହିଛନ୍ତି କି , ‘ଏହା ଅଧିକ ଶକ୍ତିଶାଳୀ’ ( More power to you)।
ଚିଙ୍ଗାରି ଆପର ଫିଚର
- ଏହା ଭାରତର ଏକମାତ୍ର ଦେଶୀ ସୋସିଆଲ ଆପ ଯାହାକି ଟିକଟକକୁ ପ୍ରତିଦ୍ବନ୍ଦୀତା କରୁଛି । ଏହା ଓଡିଶା ସମେତ 10ଟି ଭିନ୍ନ ଭିନ୍ନ ଆଞ୍ଚଳିତ ଭାଷାରେ ଉପଲବ୍ଧ ।
- ଚିଙ୍ଗାରିରେ ଉପଭୋକ୍ତା ଫଟୋ, ଭିଡିଓ ଡାଉନଲୋଡ ଓ ଅପଲୋଡ ସହ ତାଜା ଖବର ମଧ୍ୟ ଦେଖିପାରିବେ ।
- ଏଥିସହ ନୂଆ ଲୋକଙ୍କ ସହ କଥାବର୍ତ୍ତା , କଣ୍ଟେଣ୍ଟ ସେୟାର କରିପାରିବେ ।
- ଚିଙ୍ଗିରି ଉପଭୋକ୍ତାଙ୍କୁ ହ୍ବାଟସଆପ ଷ୍ଟାଟସ, ଭିଡିଓ, ଅଡିଓ କ୍ଲିପ, ଜିଆଇଏଫ ଷ୍ଟିକର ଓ ଫଟୋ ସହ କ୍ରିଏଟିଭ ହେବା ପାଇଁ ମଧ୍ୟ ସୁଯୋଗ ମିଳୁଛି ।
- ଭଲ ଭଲ ଗେମସ ମଧ୍ୟ ଖେଳିପାରେ ।
- ଭିଡିଓ ସେୟାରିଂ ବ୍ୟବସ୍ଥା ରହିଛି ।
- ଆପରେ ଡାଉନଲୋଡ କରାଯାଇଥିବା ପ୍ରତ୍ୟେକ ଭିଡିଓରେ ୟୁଜର୍ସଙ୍କୁ ଭ୍ୟୁଜ ହିସାବରେ ପଏଣ୍ଟସ ମିଳିଥାଏ । ଏହି ପଏଣ୍ଟସକୁ ପରେ ଟଙ୍କାରେ ପରିବର୍ତ୍ତନ କରାଯାଇପାରେ ।