ETV Bharat / business

ଟ୍ରେଡୱାର ଟକ୍କର: ଖସିଲା ଆମେରିକା-ଚୀନ ବେପାର

author img

By

Published : Sep 9, 2019, 10:39 AM IST

ଆମେରିକା ଓ ଚୀନ ଟ୍ରେଡୱାର ବଦଳାଉଛି ବ୍ୟବସାୟ ମୋଡ । ଅଗଷ୍ଟରେ ଆମେରିକା ସହ ଚୀନର ବ୍ୟବସାୟ 10 ପ୍ରତିଶତ କମିଛି । ଫଳରେ ବିଶ୍ବ ଅର୍ଥନୀତି ବାଧାପ୍ରାପ୍ତ ହୋଇ ଅନ୍ତର୍ଜାତୀୟ ବଜାର ପ୍ରଭାବିତ ହେଉଛି ।

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଥମୁନି ବିଶ୍ବର 2 ମହାଶକ୍ତି ଆମେରିକା ଓ ଚୀନ ଟ୍ରେଡୱାର । ଯେଉଁଥିପାଇଁ ଅଗଷ୍ଟରେ ଆମେରିକା ସହ ଚୀନ ବ୍ୟବସାୟ 10 ପ୍ରତିଶତ କମିଛି । ଫଳରେ ଅନ୍ତର୍ଜାତୀୟ ବଜାର ପ୍ରଭାବିତ ହେଉଛି ।

ଆପୋଷ ଆଲୋଚନା କରି ବିବାଦର ସମାଧାନ ପାଇଁ 2ଦେଶ ପ୍ରସ୍ତୁତ ରହିଛନ୍ତି । ହେଲେ ଅତିରିକ୍ତ ଆମଦାନୀ ଶୁଳ୍କ ନେଇ ମତଭେଦ ଲଗାତାର ଜାରି ରହିଛି । ଯାହାକି ବିଶ୍ବ ଅର୍ଥନୀତି ନକ୍ସାକୁ ବିଗାଡାଇ ରଖିଛି ।

ସୀମା ଶୁଳ୍କକୁ ନେଇ ରବିବାର ଜାରି ରିପୋର୍ଟ ଅନୁସାରେ, ଚୀନ ଆମଦାନୀ କରୁଥିବା ଆମେରିକା ଉତ୍ପାଦନର ପରିମାଣ ଗୋଟିଏ ମାସ(ଅଗଷ୍ଟ)ରେ 22.5ରୁ ଖସି 10.3 ପ୍ରତିଶତରେ ପହଞ୍ଚିଛି । ଏପଟେକଡା ଟିକସ ପ୍ରହାର ଜବାବରେ ଚୀନ ମଧ୍ୟ ଆମେରିକା ପ୍ରଡକ୍ଟ ଉପରେ ଅତିରିକ୍ତ ଶୁଳ୍କ ବଢାଇ ଦେଇଛି ।

ଏଥିସହ ନିଜ ଅର୍ଡର ରଦ୍ଦ ପାଇଁ ନିଜ ଦେଶର କମ୍ପାନୀକୁ ରୋକଠୋକ କହିଦେଇଛି । ଏପରିକି ଆମେରିକା ବଦଳରେ ଅନ୍ୟ ବଜାର ବିକଳ୍ପ ଖୋଜିବାକୁ ଚୀନ ତାର ରପ୍ତାନୀକାରୀଙ୍କୁ ନିର୍ଦ୍ଦେଶ ଦେଇଛି । କିନ୍ତୁ ଚାହିଦା ହ୍ରାସ ଯୋଗୁଁ ଏହି ପକ୍ରିୟାରେ ସମସ୍ୟା ଉପୁଜୁଛି । ଅଗଷ୍ଟରେ ଚୀନର ବିଶ୍ବ ରପ୍ତାନୀ 3 ପ୍ରତିଶତ କମି 214.8 ଅରବ ଡଲାର ରହିଛି । ଯାହାକି ଜୁଲାଇରେ 12.2ପ୍ରତିଶତ ବୃଦ୍ଧି ଦର୍ଜ ହୋଇଥିଲା ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.