ETV Bharat / business

ଭାରତରୁ 43 ଚାଇନା ଆପ୍‌ ଆଉଟ, ବିରୋଧ କଲା ଚୀନ - Chinese apps

43 ଚୀନି ଆପ ବ୍ୟାନ ପରେ ଭାରତ ନିର୍ଣ୍ଣୟକୁ ଚୀନର ଜୋରଦାର ବିରୋଧ । ଚୀନ ଦାବି କରିଛି କି ଏହି ପଦକ୍ଷେପ ବିଶ୍ବ ବ୍ୟାପର ସଙ୍ଗଠନ (ଡବ୍ଲ୍ୟୁଟିଓ) ନିୟମ ବିରୋଧରେ ନିଆଯାଇଛି । ଅଧିକ ପଢନ୍ତୁ..

ଭାରତରୁ ଆଉଟ 43 ଚୀନି ଆପ ,  ଚୀନ କଲା ବିରୋଧ
ଭାରତରୁ ଆଉଟ 43 ଚୀନି ଆପ , ଚୀନ କଲା ବିରୋଧ
author img

By

Published : Nov 26, 2020, 7:23 PM IST

ନୂଆଦିଲ୍ଲୀ: ଭାରତର ଏକତା-ଅଖଣ୍ଡତା ପ୍ରତି ବିପଦ ଦର୍ଶାଇ ଚୀନ ଆପ ବ୍ୟବହାର ପ୍ରତି କଟକଣା ଲଗାଇ ଚାଲିଛନ୍ତି କେନ୍ଦ୍ର ସରକାର । ଏହି କ୍ରମରେ ଆଉ 43 ଆପକୁ ବ୍ୟାନ କରି ଡିଜିଟାଲ ଷ୍ଟ୍ରାଇକ ଆହ୍ବାନ ଦେଇଛି ଭାରତ । ହେଲେ ଏହାକୁ ଘୋର ବିରୋଧ କରିଛି ଚୀନ । ଚୀନ ଦାବି କରିଛି କି ଏହି ପଦକ୍ଷେପ ବିଶ୍ବ ବ୍ୟାପର ସଙ୍ଗଠନ (ଡବ୍ଲ୍ୟୁଟିଓ) ନିୟମ ବିରୋଧରେ ।

ଭାରତର ସଦ୍ୟ ପଦକ୍ଷେପ ନେଇ ପଚରାଯିବାକୁ ଚୀନର ବିଦେଶୀ ମନ୍ତ୍ରାଳୟ ମୁଖପାତ୍ର ଝାଓ ଲିଜିଆନ ସାମ୍ବାଦିକ ସମ୍ମିଳନୀର ଏ ନେଇ ଗମ୍ଭୀର ଚିନ୍ତା ଦର୍ଶାଇଛନ୍ତି । ସେ କହିଛନ୍ତି ଯେ, ‘ଏ ବର୍ଷ ଜୁନରୁ ଏବେ ସୁଦ୍ଧା 4 ଥର ଭାରତ ଜାତୀୟ ସୁରକ୍ଷା ନାଁରେ ଚୀନ ସହ ଜଡିତ ସ୍ମାର୍ଟଫୋନ ଆପରେ ପ୍ରତିବନ୍ଧକ ଲଗାଇଛି ।

ଏହି ପଦକ୍ଷେପ ବଜାର ସିଦ୍ଧାନ୍ତ ଓ ବିଶ୍ବ ବ୍ୟବସାୟ ସଙ୍ଗଠନ ନିୟମ ବିରୋଧରେ ରହିଛି । ଏଥିରେ ଚୀନ କମ୍ପାନୀଙ୍କ ହିତ ଓ ଆଇନଗତ ଅଧିକାରକୁ ଅଣଦେଖା କରାଯାଇଥିବା ମୁଖପାତ୍ର କହିଛନ୍ତି ।

ଝାଓ ଆହୁରୀ ମଧ୍ୟ ଜଣାଇଛନ୍ତି ଯେ, ଚୀନ ସରକାର ସବୁବେଳେ ନିଜ କମ୍ପାନୀକୁ ଅନ୍ୟ ଦିଗରେ କାମ କରିବା ସମୟରେ ଅନ୍ତରାଷ୍ଟ୍ରୀୟ ନିୟମ ଓ ସ୍ଥାନୀୟ ଆଇନର ପାଳନ କରିବା ପାଇଁ କହିଥାଏ । ଚୀନ ଓ ଭାରତର ଆର୍ଥିକ ତଥା ବ୍ୟାପର ସହଯୋଗ ଉଭୟ ଦେଶ ପାଇଁ ଲାଭଦାୟକ ଅଟେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.