ନୂଆଦିଲ୍ଲୀ: ଆୟ ନାହିଁ, ନିଯୁକ୍ତି ମିଳୁନି, ବେପାର ହେଉନି, ନିବେଶ ଖସୁଛି । ଏପରି ମାନ୍ଦାବସ୍ଥାରୁ ମୁକୁଳିବା ପାଇଁ ସରକାରଙ୍କ ପାଖରେ କିଛି ଯୋଜନା ରହିଛି କି? ଏନେଇ ଜବାବ ମାଗି ବର୍ତ୍ତମାନର ଆର୍ଥିକ ପରିସ୍ଥିତି ପାଇଁ ନିଜର ଚିନ୍ତା ଦର୍ଶାଇଛନ୍ତି ଆଇଏନଏକ୍ସ ମିଡିଆ ମାମଲାରେ ଗିରଫ ହୋଇଥିବା ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ।
ଏବେ ଦେଶ ଘୋର ମନ୍ଦାବସ୍ଥା ଦେଇ ଗତିକରୁଛି । ଆଉ ଏଥିଯୋଗୁଁ ଗରିବ ଓ ମଧ୍ୟବିତ୍ତ ଲୋକ ଅଧିକ ପ୍ରଭାବିତ ହେଉଛନ୍ତି । ଏଭଳି ନୈରାଶ୍ୟଜନକ ସ୍ଥିତିରୁ ବାହାରିବା ପାଇଁ କ’ଣ ଯୋଜନା ରହିଛି ବୋଲି ଚିଦାମ୍ବରମ ତାଙ୍କ ଟ୍ବିଟର ପେଜରେ ପୋଷ୍ଟ କରିଛନ୍ତି ।
ତିହାର ଜେଲରେ ବନ୍ଦ ଥିବା ଚିଦାମ୍ବରମ ଟ୍ବିଟ ମାଧ୍ୟମରେ କହିଛନ୍ତି ଯେ, ଆପଣଙ୍କ ସହଯୋଗ ପାଇଁ ଧନ୍ୟବାଦ । ‘କହିବାକୁ ଚାହେଁ ଯେ, ମୁଁ ନ୍ୟାୟ ଓ ଅନ୍ୟାୟ ମଧ୍ୟରେ ପାର୍ଥକ୍ୟ ଦର୍ଶାଉଥିବା ଗରିବଙ୍କ କ୍ଷମତାକୁ ଦେଖି ଆଶ୍ଚର୍ଯ୍ୟ । ଗତ କିଛି ଦିନରେ ସେମାନଙ୍କୁ ଭେଟିବା ପାଇଁ ମତେ ସୁଯୋଗ ମିଳିଛି ’ ।