ନୂଆଦିଲ୍ଲୀ: ଦେଶର ବ୍ୟାଙ୍କଗୁଡିକୁ ପ୍ରଫିଟ କମାଇବାକୁ ହେଲେ କାରବାର ମଡେଲର ପରିବର୍ତ୍ତନ ଦରକାର । କାରଣ ଡିଜିଟାଲ ଟେକ୍ନୋଲୋଜି ଜରିଆରେ ଆର୍ଥିକ ସେବା ଦେଉଥିବା କମ୍ପାନୀ ଏବେ ବ୍ୟାଙ୍କିଙ୍ଗ ସେକ୍ଟର ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ମଙ୍ଗଳବାର ବିଶ୍ବ ପରାମର୍ଶ ସେବା କମ୍ପାନୀ McKinseyjର ବାର୍ଷିକ ରିପୋର୍ଟରେ ଏ ନେଇ ଦର୍ଶାଇଯାଇଛି ।
ଏହି ରିପୋର୍ଟ ଏପରି ସମୟରେ ପ୍ରକାଶ ପାଇଛି, ଯେତେବଳେ କି ଦେଶର ଆର୍ଥିକ ବୃଦ୍ଧି ଦର ହ୍ରାସ ପାଇଛି । ଉତ୍ପାଦକରେ ମଧ୍ୟ ସୁଧାର ଆସୁଛି ଏବଂ ଡିଜିଟାଲ ଟେକ୍ନୋଲୋଜିର ପ୍ରୟୋଗ କରୁଥିବା କମ୍ପାନୀର ଦବଦବା ବଢିବାରେ ଲାଗିଛି ।
ଏ ସବୁ କମ୍ପାନୀ ବ୍ୟାଙ୍କର ଅଂଶଧନ ଉପରେ କବଜା ଜମେଇବାରେ ଲାଗିଛନ୍ତି । ଏଥିପାଇଁ ବ୍ୟାଙ୍କର ବିଶ୍ଲେଷଣ ପ୍ରଣାଳୀ ସହ ଏହାର ବ୍ୟବସ୍ଥାରେ ସୁଧାର ଆଣିବାକୁ ବଦୁ ପଦକ୍ଷେପ ଗ୍ରହଣ କରିବା ଦରକାର । ରିପୋର୍ଟ ପ୍ରସ୍ତୁତିରେ ବଡ ଭାଗୀଦାର ଥିବା McKinseyjର ବରିଷ୍ଠ ଭାଗୀଦାର ଜୟଦ୍ବୀପ ସେନଗୁପ୍ତା କହିଛନ୍ତି ଯେ, କାରବାର ମଡେଲରେ ପରିବର୍ତ୍ତନ ଦ୍ବାରା ବ୍ୟାଙ୍କିଙ୍ଗ ସେକ୍ଟର ଅଭିବୃଦ୍ଧି ହ୍ରାସରେ ବ୍ରେକ ଲାଗିପାରିବ ।
ରିପୋର୍ଟରେ ଭାରତ ବିଷୟରେ କୁହାଯାଇଛି ଯେ, ଦେଶର ବ୍ୟାଙ୍କିଙ୍ଗ ସେକ୍ଟରରେ ଆୟ ବୃଦ୍ଧି 22 ପ୍ରତିଶତ (2002-07)ରୁ ହ୍ରାସ ପାଇ 2010-18ରେ 10.3 ପ୍ରତିଶତ ଥିଲା । ଏହା ବ୍ୟତୀତ ବ୍ୟାଙ୍କର ଭୌତିକ ସମ୍ପତ୍ତି(ଟେନଜିବଲ ଇକ୍ୟୁଟି) ଉପରେ ରିଟର୍ଣ୍ଣ ଗତ 5 ବର୍ଷରେ କମି 2018ରେ 2.3 ପ୍ରତିଶତରେ ପହଞ୍ଚିଥିଲା । ଯାହା 2013ରେ 17.7 ପ୍ରତିଶତ ରହିଥିଲା ।