ନୂଆଦିଲ୍ଲୀ: ଗ୍ରାମୀଣ ସ୍ଥାନୀୟ ସଂସ୍ଥାକୁ ଅନୁଦାନ ପାଇଁ 18 ରାଜ୍ୟକୁ 18,351 କୋଟି ଟଙ୍କା ଜାରି କଲା ଅର୍ଥମନ୍ତ୍ରଣାଳୟ । ଏହି ଟଙ୍କା ଆର୍ଥିକ ବର୍ଷ 2021-22ରେ ଜାରି କରାଯାଇଥିବା ମୂଳ ଅନୁଦାନର ଦ୍ବିତୀୟ କିସ୍ତି ବୋଲି କହିଛି ମନ୍ତ୍ରଣାଳୟ ।
ବିବୃତ୍ତି ଅନୁସାରେ, ଅର୍ଥମନ୍ତ୍ରଣାଳୟ ଅଧିନରେ ବ୍ୟୟ ବିଭାଗ ଗ୍ରାମୀଣ ସ୍ଥାନୀୟ ସଂସ୍ଥା (ଆରଏଲବି)କୁ ଅନୁଦାନ ଦେବା ପାଇଁ 18 ରାଜ୍ୟକୁ ରାଜ୍ୟକୁ 12,351.5 କୋଟି ଟଙ୍କା ଜାରି କରାଯାଇଛି । ଆରଏଲବିର ଏହି ଅନୁଦାନ ପଞ୍ଚଦଶ ଅର୍ଥ ଆୟୋଗର ସୁପାରିଶ ଅନୁସାରେ ସାମଦାୟିକ ସମ୍ପତ୍ତିର ନିର୍ମାଣ ଓ ଗ୍ରାମୀଣ ସ୍ଥାନୀୟ ସଂସ୍ଥାର ଆର୍ଥିକ ସ୍ଥିତିରେ ସୁଧାର ପାଇଁ ଜାରି କରାଯାଇଛି ।
ପଞ୍ଚଦଶ ଅର୍ଥ ଆୟୋଗ ଆରଏଲବି ପାଇଁ 2 ପ୍ରକାର -ମୂଳ ଓ ସଶର୍ତ୍ତ (basic and tied)ର ସୁପାରିଶ କରିଥିଲେ । ମୂଳ ଅନୁଦାନର ବ୍ୟବହାର ସ୍ଥାନୀୟ ସଂସ୍ଥା କୌଣସି ସ୍ଥାନୀୟ ଆବଶ୍ୟକତା ପାଇଁ କରିପାରିବେ । ସେହିଭଳି ସଶର୍ତ୍ତ ଅନୁଦାନର ବ୍ୟବହାର କିଛି ଭିତ୍ତଭୂମି ସେବା ପାଇଁ କରାଯାଇପାରିବ । ଯେପରିକି ଶୌଚାଳୟ, ପାଣିର ଯୋଗାଣ ଆଦି ସେବା ପାଇଁ ହେବ ।
ତେବେ ମନ୍ତ୍ରଣାଳୟ କହିଥିଲେ କି ଏହି ଉକ୍ତ ଅନୁଦାନ କେନ୍ଦ୍ର ଓ ରାଜ୍ୟ ଦ୍ବାରା ସ୍ବଚ୍ଛ ଭାରତ ପାଇଁ ଜାରି ଧନରାଶି ଓ ଜଳ ଜୀବନ ମିଶନ ଭଳି କେନ୍ଦ୍ର ଯୋଜନା ବ୍ୟତିତ ରହିଛି । ଯେପରି ଆରଏଲବିକୁ ଅତିରିକ୍ତ ଧନରାଶି ମିଳିପାରିବ । ରାଜ୍ୟକୁ କେନ୍ଦ୍ର ସରକାରଙ୍କ ଠାରୁ ଅନୁଦାନ ମିଳିବାର 10 କାର୍ଯ୍ୟଦିବସ ଭିତରେ ସେମାନଙ୍କୁ ଆରଏଲବିକୁ ଦେବା ଜରୁରୀ ରହିଛି । ଏହାଠାରୁ ଅଧିକ ବିଳମ୍ବ ହେବା ପରେ ରାଜ୍ୟ ସରକାରଙ୍କୁ ସୁଧ ସହ ଅନୁଦାନ ଜାରି କରିବାକୁ ପଡିଥାଏ । ମୂଳ ଅନୁଦାନର ପ୍ରଥମ କିସ୍ତି ଭାବରେ 18,199 କୋଟି ଟଙ୍କା ରାଜ୍ୟକୁ 2020 ଜୁନରେ ଜାରି କରାଯାଇଥିଲା ।