ETV Bharat / business

96% ଜିଏସଟି କ୍ଷତିପୂରଣ ପାଇଲେ ରାଜ୍ୟ ଓ ୟୁଟି, ଓଡିଶା ବି ଅଛି ସାମିଲ - ଜିଏସଟି କ୍ଷତିପୂରଣ

ଦ୍ରବ୍ୟ ଓ ସେବା କର (ଜିଏସଟି) କ୍ଷତିପୂରଣର 19 ତମ ସାପ୍ତାହିକ କିସ୍ତି ଜାରି କଲା ଅର୍ଥ ମନ୍ତ୍ରଣାଳୟ । ଏହାକୁ ମିଶାଇ ଏବେ ସୁଦ୍ଧା ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ 96 ପ୍ରତିଶତ ଜିଏସଟି କ୍ଷତିପୂରଣ ପ୍ରଦାନ ହୋଇଛି । ଏଥିମଧ୍ୟରେ ଓଡିଶାରୁ 3714.67 କୋଟି ଟଙ୍କା ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ..

96% ଜିଏସଟି କ୍ଷତିପୂରଣ ପାଇଲେ ରାଜ୍ୟ ଓ ୟୁଟି, ଓଡିଶା ବି ଅଛି ସାମିଲ

author img

By

Published : Mar 10, 2021, 5:00 PM IST

ନୂଆଦିଲ୍ଲୀ: ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଦ୍ରବ୍ୟ ଓ ସେବା କର (ଜିଏସଟି) କ୍ଷତିପୂରଣର 19 ତମ ସାପ୍ତାହିକ କିସ୍ତି ଜାରି କଲା ଅର୍ଥ ମନ୍ତ୍ରଣାଳୟ । ମଙ୍ଗଳବାର ମନ୍ତ୍ରାଳୟ ରାଜ୍ୟ ଓ ୟୁଟିକୁ 2,104 କୋଟି ଟଙ୍କା ପ୍ରଦାନ କରିଛି ।

ଏହାକୁ ମିଶାଇ ଏବେ ସୁଦ୍ଧା ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ 96 ପ୍ରତିଶତ ଜିଏସଟି କ୍ଷତିପୂରଣ ପ୍ରଦାନ ହୋଇଛି । ଏଥିମଧ୍ୟରେ ଓଡିଶାରୁ 3714.67 କୋଟି ଟଙ୍କା ପ୍ରଦାନ କରାଯାଇଛି । ମନ୍ତ୍ରାଳୟ ତଥ୍ୟ ଅନୁସାରେ 1.10 ଲକ୍ଷ କୋଟି ଟଙ୍କା ମଧ୍ୟରୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ 1.06 ଲକ୍ଷ କୋଟି ଟଙ୍କା ଦିଆଯାଇଛି । ସେଥିରୁ ରାଜ୍ୟକୁ 97,242.03 କୋଟି ଟଙ୍କା ଓ 3 କେନ୍ଦ୍ରଶାସିତ ଅଞ୍ଚଳ( ଦିଲ୍ଲୀ, ଜାମ୍ମୁ ଏବଂ କାଶ୍ମୂର ଓ ପଣ୍ଡିଚେରୀ) କୁ 8,861.97 କୋଟି ଟଙ୍କା ଜାରି ହୋଇଛି । । ଏହି 3 ଟି ୟୁଟି ଜିଏସଟି ପରିଷଦର ମଧ୍ୟ ସଦସ୍ୟ ରହିଛି ।

ସରକାର ଋଣ କରି ରାଜ୍ୟଗୁଡିକୁ ଜିଏସଟି କ୍ଷତିପୂରଣ ଟଙ୍କା ଦେଉଛନ୍ତି । 23 ଟି ରାଜ୍ୟ ଓ 3 କେନ୍ଦ୍ରଶାସିତ ଅଞ୍ଚଳକୁ ଏହି ଟଙ୍କା ଦିଆଯାଇଛି । ବାକି 5ଟି ରାଜ୍ୟ- ଅରୁଣାଞ୍ଚଳ ପ୍ରଦେଶ , ମଣିପୁର, ମିଜୋରାମ , ନାଗାଲାଣ୍ଡ ଏବଂ ସିକ୍କିମରେ ଜିଏସଟି ଲାଗୁ ପରେ ରାଜସ୍ବ ଆଦାୟରେ ସେହିଭଳି କୌଣସି ବଡ ପାର୍ଥକ୍ୟ ଦେଖିବାକୁ ମିଳିନି । ଏଣୁ ଜିଏସଟି କ୍ଷତିପୂରଣ ପ୍ରଦାନ ଲିଷ୍ଟରେ ଏମାନଙ୍କୁ ସାମିଲ କରାଯାଇନାହିଁ ।

ଜିଏସଟି ଲାଗୁ କରାଯିବା ପରେ ରାଜସ୍ବରେ 1.10 ଲକ୍ଷ କୋଟି ଟଙ୍କାର ଆନୁମାନିକ ହ୍ରାସ ଦେଖାଦେଇଛି । ଏହାକୁ ପୂରଣ କରିବା ପାଇଁ କେନ୍ଦ୍ର 2020 ଅକ୍ଟୋବରରେ ଏକ ସ୍ପେଶାଲ ୱିଣ୍ଡୋ ବ୍ୟବସ୍ଥା ଆରମ୍ଭ କରିଥିଲା । ଚଳିତ ସପ୍ତାହରେ ଜିଏସଟି କ୍ଷତିପୂରଣ ପ୍ରଦାନ ପାଇଁ କେନ୍ଦ୍ର ସରକାର 5.8594 ପ୍ରତିଶତ ସୁଧ ହାରରେ ଋଣ କରିଛନ୍ତି । କେନ୍ଦ୍ର ସରକାର ଏବେ ସୁଦ୍ଧା ସ୍ପେଶାଲ ୱିଣ୍ଡୋ ମାଧ୍ୟମରେ ହାରାହାରି 4.8842 ପ୍ରତିଶତ ସୁଧ ହାରରେ1,06,104 କୋଟି ଟଙ୍କା ଋଣ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.