ETV Bharat / business

ନୂଆ ପ୍ରାଇଭେସି ପଲିସି ହଟାଉ ହ୍ବାଟସଆପ, ନିର୍ଦ୍ଦେଶ ଦେଲେ ସରକାର

author img

By

Published : May 19, 2021, 10:02 PM IST

ନୂଆ ପ୍ରାଇଭେସି ପଲିସିକୁ ପ୍ରତ୍ୟାହାର କରିବା ପାଇଁ ହ୍ବାଟସଆପକୁ ନିର୍ଦ୍ଦେଶ ଦେଲା ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟ । ଅଧିକ ପଢନ୍ତୁ..

ନୂଆ ପ୍ରାଇଭେସି ପଲିସି ହଟାଉ ହ୍ବାଟସଆପ, ନିର୍ଦ୍ଦେଶ ଦେଲେ ସରକାର
ନୂଆ ପ୍ରାଇଭେସି ପଲିସି ହଟାଉ ହ୍ବାଟସଆପ, ନିର୍ଦ୍ଦେଶ ଦେଲେ ସରକାର

ନୂଆଦିଲ୍ଲୀ: ହ୍ବାଟସଆପକୁ ସରକାରଙ୍କ ତାଗିଦ । ନୂଆ ପ୍ରାଇଭେସି ପଲିସିକୁ ପ୍ରତ୍ୟାହାର କରିବା ପାଇଁ ହ୍ବାଟସଆପକୁ ନିର୍ଦ୍ଦେଶ ଦେଲା ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟ ।

ସରକାରୀ ସୂତ୍ର ଅନୁସାରେ ଆଇଟି ମନ୍ତ୍ରାଳୟ ଅନୁସାରେ ହ୍ବାଟସଆପ ପ୍ରାଇଭେସି ପଲିସିରେ ପରିବର୍ତ୍ତନ ଗୋପନୀୟତା ଓ ଡାଟା ସୁରକ୍ଷାର ଗୁଣବତ୍ତାକୁ ଦୁର୍ବଳ କରିଥାଏ । ଏଥିସହ ଭାରତୀୟ ନାଗରିକଙ୍କ ଅଧିକାରକୁ କ୍ଷତି ପହଞ୍ଚାଇଥାଏ ।

ରିପୋର୍ଟରେ କୁହାଯାଇଛି କି, ସରକାର ନୋଟିସର ଜବାବ ଦେବା ପାଇଁ ହ୍ବାଟସଆପକୁ 7 ଦିନର ସମୟ ଦେଇଛନ୍ତି । ଆଉ ଯଦି କୌଣସି ସନ୍ତୋଷଜନକ ଉତ୍ତର ମିଳିବ ନାହିଁ ତେବେ ଆଇନ ଅନୁସାରେ ଜରୁରୀ ପଦକ୍ଷେପ ଗ୍ରହଣ କରାଯିବ ।

18 ମେ ରେ ହ୍ବାଟସଆପକୁ ପଠାଯାଇଥିବା ଏକ ନୋଟିସରେ ମନ୍ତ୍ରଣାଳୟ ପୁଣି ଥରେ ମେସେଜିଂ ଆପକୁ ଏହାର ଗୋପନୀୟତା ନୀତି 2021 ପ୍ରତ୍ୟାହାର କରିବାକୁ କହିଛି । ମନ୍ତ୍ରଣାଳୟ ଏହାର ବିଜ୍ଞପ୍ତିରେ ଦର୍ଶାଇଛି କି କୌଣସି ପ୍ରକାର ହ୍ବାଟସଆପର ନୂଆ ପ୍ରାଇଭେସି ପଲିସିରେ ସମ୍ପ୍ରତ୍ତି ଭାରତୀୟ ଆଇନ ଓ ନିୟମର ଅନେକ ବ୍ୟବସ୍ଥାର ଉଲଙ୍ଘନ କରାଯାଇଛି । ତେବେ ଭାରତୀୟ ନାଗରିକଙ୍କ ଅଧିକାର ଓ ହିତର ସୁରକ୍ଷା ପାଇଁ ସରକାର ଭାରତୀୟ ଆଇନ ଅଧିନରେ ଉପଲବ୍ଧ ବିଭିନ୍ନ ବିକଳ୍ପ ଉପରେ ବିଚାର କରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.