ETV Bharat / business

କରଦାତାଙ୍କୁ ମିଳିଲା 2.62 ଲକ୍ଷ କୋଟି ରିଫଣ୍ଡ

author img

By

Published : Apr 1, 2021, 11:04 PM IST

ଗତ ଆର୍ଥିକ ବର୍ଷ 2.62 ଲକ୍ଷ କୋଟି ଟଙ୍କାରୁ ଅଧିକ ଟିକସ ରିଫଣ୍ଡ ଜାରି କଲା ସିବିଡିଟି । 2.38 କୋଟିରୁ ଅଧିକ କରଦାତାଙ୍କୁ ମିଳିଛି ଏହି ରାଶି । ଅଧିକ ପଢନ୍ତୁ..

କରଦାତାଙ୍କୁ ମିଳିଲା  2.62 ଲକ୍ଷ କୋଟି ରିଫଣ୍ଡ
କରଦାତାଙ୍କୁ ମିଳିଲା 2.62 ଲକ୍ଷ କୋଟି ରିଫଣ୍ଡ

ନୂଆଦିଲ୍ଲୀ: 2020-21 ରେ 2.38 କୋଟିରୁ ଅଧିକ କରଦାତାଙ୍କୁ 2.62 ଲକ୍ଷ କୋଟି ଟଙ୍କାରୁ ଅଧିକ ଟଙ୍କା ରିଫଣ୍ଡ କରିଛି ଆୟକର ବିଭାଗ । ଏ ନେଇ ଗୁରୁବାର ଅର୍ଥମନ୍ତ୍ରାଳୟ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି ।

ଏଥିରେ ବ୍ୟକ୍ତିଗତ ଆୟକର ଦୃଷ୍ଟିରୁ 2.34 କୋଟି କରଦାତାଙ୍କୁ 87,749 କୋଟି ଟଙ୍କା ଦିଆଯାଇଛି । ସେହିପରି କର୍ପୋରେଟ କର ବାବଦରେ 3.46 ଲକ୍ଷ କ୍ଷେତ୍ରରେ 1.74 ଲକ୍ଷ କୋଟି ଟଙ୍କା ଫେରସ୍ତ କରିଛି ।

ଆୟକର ବିଭାଗ ଏକ ବିବୃତ୍ତିରେ କହିଛି କି, 2020-21 ରେ କର ରିଫଣ୍ଡରେ ପ୍ରାୟ 43.2 ପ୍ରତିଶତ ବୃଦ୍ଧି ହୋଇଛି । ବିବୃତ୍ତି ଅନୁସାରେ , ‘‘ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) 2020 ଏପ୍ରିଲ ପହିଲାରୁ 2021 ମାର୍ଚ୍ଚ 31 ମଧ୍ୟରେ 2.38 କୋଟିରୁ ଅଧିକ କରଦାତାଙ୍କ 2.62 ଲକ୍ଷ କୋଟିରୁ ଅଧିକ ଟଙ୍କା ରିଫଣ୍ଡ କରିଛି । ଏହା ପୂର୍ବରୁ 2019-20ରେ ମୋଟ 1.83 ଲକ୍ଷ କୋଟି ଟଙ୍କାରୁ ଅଧିକ ଟଙ୍କା ଫେରସ୍ତ କରାଯାଇଥିଲା ।

ବିବୃତ୍ତି ଅନୁଯାୟୀ ମହାମାରୀର ଆର୍ଥିକ ପ୍ରଭାବକୁ ହ୍ରାସ କରିବା ପାଇଁ ସରକାର ଅନେକ ପଦକ୍ଷେପ ନେଇଛନ୍ତି । ସେହି କ୍ରମରେ ସିବିଡିଟି ତୀବ୍ର ଗତିରେ ଟିକସ ରିଫଣ୍ଡ ଜାରି କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.