ETV Bharat / business

କୋରୋନା ସଙ୍କଟ, ଆୟକର ରିଟର୍ଣ୍ଣ ଫର୍ମରେ ସଂଶୋଧନ କରୁଛି ସିବିଡିଟି

ଆୟକରଦାତା ଯେପରି କୋରୋନା ସଙ୍କଟ ମଧ୍ୟରେ ହୋଇଥିବା ବିଭିନ୍ନ ସମୟସୀମା ଅବଧିର ଲାଭ ଉଠାଇପାରିବେ, ସେଥିପାଇଁ ଆୟକର ରିଟର୍ଣ୍ଣ ଫର୍ମରେ ସଂଶୋଧନ କରୁଛି ସିବିଡିଟି । ଅଧିକ ପଢ଼ନ୍ତୁ...

author img

By

Published : Apr 21, 2020, 1:15 AM IST

cbdt amending the income tax return form
କୋରୋନା ସଙ୍କଟ, ଆୟକର ରିଟର୍ଣ୍ଣ ଫର୍ମରେ ସଂଶୋଧନ କରୁଛି ସିବିଡିଟି

ନୂଆଦିଲ୍ଲୀ: 2019-20 ଆର୍ଥିକ ବର୍ଷ (ଆକଳନ ବର୍ଷ 2020-21) ପାଇଁ ଆୟକର ରିଟର୍ଣ୍ଣ (ଆଇଟିଆର) ଫର୍ମରେ ସଂଶୋଧନ କରୁଛି କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ(ସିବିଡିଟି) । ଚଳିତ ମାସର ଶେଷ ସୁଦ୍ଧା ଏ ସମ୍ବନ୍ଧରେ ସୂଚିତ ହେବ ବୋଲି ରବିବାର ଅର୍ଥମନ୍ତ୍ରାଣଳୟ କହିଛି ।

ଏହା ଦ୍ବାରା ଆୟକରଦାତା କୋରୋନା ସଙ୍କଟ ମଧ୍ୟରେ ହୋଇଥିବା ବିଭିନ୍ନ ସମୟସୀମା ଅବଧିର ଲାଭ ଉଠାଇପାରିବେ । ଏକ ସରକାରୀ ବିବୃତ୍ତିରେ କୁହାଯାଇଛି ଯେ, ସିବିଡିଟି ଦର୍ଶାଇଛି କି ଆଗାମୀ ଜୁନ 30 ପର୍ଯ୍ୟନ୍ତ ସରକାର ବୃଦ୍ଧି କରିଥିବା ବିଭିନ୍ନ ସମୟସୀମା ଗୁଡିକର ସମ୍ପୂର୍ଣ୍ଣ ଫାଇଦା ଟିକସଦାତାଙ୍କୁ ଦେବା ପାଇଁ ରିଟର୍ଣ୍ଣ ଫର୍ମରେ ଆବଶ୍ୟକ ପରିବର୍ତ୍ତନ ହୋଇଛି । ଫଳରେ ଟିକସଦାତାମାନେ 2020 ଏପ୍ରିଲ 1, ଠାରୁ ଜୁନ 30 ମଧ୍ୟରେ କରିଥିବା ନେଣଦେଣ ନେଇ 2019-20 ଆର୍ଥିକ ରିଟର୍ଣ୍ଣ ଫର୍ମରେ ଲାଭ ଉଠାଇପାରିବେ ।

ଏଥିସହ ଏପ୍ରିଲ-ଜୁନ ଅବଧି ଭିତରେ କରଦାତା କରିଥିବା ନିବେଶ ଓ ନେଣଦେଣର ଲାଭ ଉଠାଇବାକୁ ଅନୁମତି ପାଇଁ ରିଟର୍ଣ୍ଣ ଫର୍ମରେ ସଂଶୋଧନ କରାଯାଉଛି ।

କୋଭିଡ -19 ମହାମାରୀ ହେତୁ ସରକାର ଆୟକର ଅଧିନିୟମ 1961 ଅନୁଯାୟୀ ଟିକସ ଏବଂ ଅନ୍ୟାନ୍ୟ ଆଇନ (ନିର୍ଦ୍ଦିଷ୍ଟ ବ୍ୟବସ୍ଥାରେ ଛାଡ) ଅଧ୍ୟାଦେଶ, 2020 ମାଧ୍ୟମରେ ବିଭିନ୍ନ ସମୟସୀମାକୁ ବୃଦ୍ଧି କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.