ନୂଆଦିଲ୍ଲୀ: ଲକଡାଉନରେ ଠପ ଅର୍ଥନୀତିକୁ ବଳ ଦେବା ବିଭିନ୍ନ ସେକ୍ଟରକୁ ବୁଷ୍ଟର ଦେଉଛନ୍ତି ଅର୍ଥମନ୍ତ୍ରୀ । 20 ଲକ୍ଷ କୋଟି ପ୍ୟାକେଜର ଦ୍ବିତୀୟ ପର୍ଯ୍ୟାୟର ଘୋଷଣାରେ ଅର୍ଥମନ୍ତ୍ରୀ ଶ୍ରମିକ, କୃଷକ, ବ୍ୟବସାୟୀ ଓ ମଧ୍ୟବିତ୍ତଙ୍କ ପାଇଁ ଆଣିଛନ୍ତି ରିଲିଫ ପ୍ୟାକେଜ । ଏଥିରେ ଆଦାବାସୀ ଓ ଜନଜାତିଙ୍କ ରୋଜଗାରକୁ ମଧ୍ୟ ଧ୍ୟାନ ଦିଆଯାଇଛି ।
କେନ୍ଦ୍ର ସରକାର CAMPA ଅଧିନରେ ଜନଜାତି ଓ ଆଦିବାସୀଙ୍କୁ ରୋଜଗାର ଉପଲବ୍ଧ ଲକ୍ଷ୍ୟରେ 6000 କୋଟିର ପ୍ଲାନ ଆଣିବେ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ନାଗରିକଙ୍କ ପାଇଁ ରୋଜଗାର ଅବସର ସୃଷ୍ଟି ଜରୁରୀ ରହିଛି ।
ଏହି ଫଣ୍ଡକୁ ଖର୍ଚ୍ଚ କରି ରାଜ୍ୟ ସରକାରଙ୍କ ପକ୍ଷରୁ ସହରୀ କ୍ଷେତ୍ରରେ ବୃକ୍ଷରୋପଣ, ଜଙ୍ଗଲ ପରିଚାଳନା, ମୃତ୍ତିକା / ମାଟି କାମ, ଜଙ୍ଗଲ ସୁରକ୍ଷା ଇତ୍ୟାଦି କାର୍ଯ୍ୟ ପାଇଁ କରାଯିବ । ଏହା ସହରାଞ୍ଚଳ, ଅର୍ଦ୍ଧ ସହରୀ ଏବଂ ଗ୍ରାମାଞ୍ଚଳରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ଏହା ଜରିଆରେ ଜନଜାତି / ଆଦିବାସୀମାନଙ୍କ ପାଇଁ ରୋଜଗାରର ସୁଯୋଗ ସୃଷ୍ଟି ହେବ ।