ETV Bharat / business

ଚୀନ ସାମଗ୍ରୀ ବହିଷ୍କାର ଅଭିଯାନ ଆରମ୍ଭ କଲା CAIT - ବ୍ୟବସାୟୀ ସଂଗଠନର ଆନ୍ଦୋଳନ

ଚୀନରୁ ଆମଦାନୀ ହେଉଥିବା ବସ୍ତୁର ବହିଷ୍କାର ନେଇ ଆଜିଠାରୁ ଦେଶବ୍ୟାପୀ ଅଭିଯାନ ଆରମ୍ଭ କରିଛି CAIT । ଏହି ଅଭିଯାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଲୋକାଲ ଫର ଭୋକାଲ’ ଓ ଆତ୍ମନିର୍ଭର ଭାରତ ଆହ୍ବାନକୁ ସଫଳ କରିବାରେ ସହାୟକ ହେବ । ଅଧିକ ପଢନ୍ତୁ..

CAIT Launched  a Boycott Campaign for Chinese Goods Across Nation
ଚୀନ ସାମଗ୍ରୀ ବହିଷ୍କାର ଅଭିଯାନ ଆରମ୍ଭ କଲା CAIT
author img

By

Published : Jun 10, 2020, 9:31 PM IST

ନୂଆଦିଲ୍ଲୀ: ଚୀନ ସାମଗ୍ରୀ ବର୍ଜନ ପାଇଁ ଦେଶବ୍ୟାପୀ ଅଭିଯାନ ଆରମ୍ଭ କରିଛି ବ୍ୟବସାୟୀ ସଂଗଠନ କନଫେଡେରେସନ ଅଫ ଅଲ ଇଣ୍ଡିଆ ଟ୍ରେଡର୍ସ(CAIT) । ‘ଭାରତୀୟ ସାମାନ, ଆମର ଅଭିମାନ’ ଏହି ଅଭିଯାନର ମୂଳମନ୍ତ୍ର ।

ସିଏଆଇଟି କହିଛି କି, ଏହି ଅଭିଯାନ ମାଧ୍ୟମରେ 2021 ଡିସେମ୍ବର ସୁଦ୍ଧା ଚୀନ ବସ୍ତୁର ଭାରତ ଦ୍ଵାରା ହେଉଥିବା ଆମଦାନୀରେ ପ୍ରାୟ 1 ଲକ୍ଷ କୋଟି ଟଙ୍କା ହ୍ରାସ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ଏଥିସହ ଏହି ଅଭିଯାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଲୋକାଲ ଫର ଭୋକାଲ’ ଓ ଆତ୍ମନିର୍ଭର ଭାରତ ଆହ୍ବାନକୁ ସଫଳ କରିବା ଦିଶାରେ ଏକ ମହତ୍ବପୂର୍ଣ୍ଣ ପଦକ୍ଷେପ ବୋଲି ସିଏଆଇଟି କହିଛି । ସିଏଆଇଟି ମହାସଚିବ ପ୍ରବୀଣ ଖଣ୍ଡେଲୱାଲ ଦିଲ୍ଲୀର ଏକ ଭିଡିଓ କନଫରେନ୍ସିରେ କହିଛନ୍ତି କି, ଏହି ଅଭିଯାନର ପ୍ରଥମ ଚରଣରେ ସଂଗଠନ ଚୀନରୁ ଆମଦାନୀ ହେଉଥିବା ପ୍ରାୟ 3 ହଜାର ବସ୍ତୁର ଏକ ତାଲିକା ପ୍ରସ୍ତୁତ କରିଛି । ଯାହାର ଉତ୍ପାଦନ ପୂର୍ବରୁ ଭାରତରେ ନିର୍ମାଣ ହେଉଛି । ସଂଗଠନ ଏହି ଅଭିଯାନ ମାଧ୍ୟମରେ ବ୍ୟବସାୟୀଙ୍କୁ ଚୀନ ବସ୍ତୁ ବିକ୍ରି ନ କରିବାକୁ ଆବେଦନ କରିବା ସହ ଦେଶର ଜନତାଙ୍କୁ ସ୍ଵଦେଶ ଉତ୍ପାଦ ବ୍ୟବହାର ପାଇଁ ସଚେତନ କରାଇବ । ଚୀନରୁ ଭାରତ ବାର୍ଷିକ ଆମଦାନୀ ପ୍ରାୟ 70 ଅରବ ଡଲାର ହୋଇଥାଏ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.