ETV Bharat / business

କୋଭିଡ ମୁକାବିଲା, ସରକାରୀ ଖର୍ଚ୍ଚର ହିସାବ ଆରମ୍ଭ କରିବ CAG - କୋଭିଡ ଖର୍ଚ୍ଚ

କୋଭିଡ-19 ମହାମାରୀକୁ ପ୍ରତିହିତ ଓ ଏହାର ମୁକାବିଲା ପାଇଁ ମୋଟା ଅଙ୍କଟର ଖର୍ଚ୍ଚ ହୋଇଛି । ଏନେଇ ସରକାରଙ୍କ ଦ୍ବାରା 2020-21 ରେ ହୋଇଥିବା ଖର୍ଚ୍ଚର ଅଡିଟ ଆରମ୍ଭ କରିବ ମହାଲେଖା ନିୟନ୍ତ୍ରକ ଓ ମହା ସମୀକ୍ଷକ । ଅଧିକ ପଢନ୍ତୁ...

କୋଭିଡ ମୁକାବିଲା, ସରକାରୀ ଖର୍ଚ୍ଚର ହିସାବ  ଆରମ୍ଭ କରିବ  CAG

author img

By

Published : Aug 8, 2020, 9:23 PM IST

ନୂଆଦିଲ୍ଲୀ: କୋଭିଡ-19 ମହାମାରୀ ମୁକାବିଲା ପାଇଁ ସରକାରଙ୍କ ଦ୍ବାରା 2020-21 ରେ ହୋଇଥିବା ଖର୍ଚ୍ଚର ଅଡିଟ ଆରମ୍ଭ କରିବ ମହାଲେଖା ନିୟନ୍ତ୍ରକ ଓ ମହା ସମୀକ୍ଷକ (ସିଏଜି) । ଏନେଇ ଜଣେ ବରିଷ୍ଠ ଅଧିକାରୀ ଇଟିଭି ଭାରତକୁ କହିଛନ୍ତି ।

ରାଷ୍ଟ୍ରୀୟ ଅଡିଟରଙ୍କ ଏହି ପଦକ୍ଷେପ ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ଅନେକ ରିପୋର୍ଟ ପୃଷ୍ଠଭୂମିରେ ମହତ୍ବପୂର୍ଣ ଅଟେ । ଯେଉଁଥିରେ କୋରୋନା ଭାଇରସ ମୁକାବିଲା ପାଇଁ କିଟ ପରୀକ୍ଷଣ, ଔଷଧ ଏବଂ ଯନ୍ତ୍ରପାତି କ୍ରୟ, ଚିକିତ୍ସା, ନୂତନ ଚିକିତ୍ସା ଭିତ୍ତିଭୂମି ନିର୍ମାଣ ଏବଂ ଅନ୍ୟାନ ଲଜିଷ୍ଟିକ୍ସରେ ମୋଟା ଅଙ୍କର ଧନରାଶିର ଅପବ୍ୟବହାର ଏବଂ ଦୁର୍ନୀତି ଅଭିଯୋଗ ଆସିଛି ।

ଅଧିକାରୀ ଜଣଙ୍କ ନିଜ ନାଁ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ଯେ, 2020-21 ବର୍ଷ ପାଇଁ ଏକ ଯୋଜନା ପ୍ରସ୍ତୁତ ହୋଇସାରିଛି । ଯାହା ରାଜ୍ୟର ସରକାରୀ ମେଡିକାଲରେ ଔଷଧ ଏବଂ ଉପକରଣ ଉପଲବ୍ଧତା ଉପରେ ଧ୍ୟାନ ଦିଆଯିବ । ଯେଉଁଥିରେ ଟେକ୍ନୋଲୋଜିର ଲାଭ ଉଠାଇ କେନ୍ଦ୍ରୀଭୂତ କ୍ରୟ, ବଣ୍ଟନ ଏବଂ ଗୋଦାମ ଗୃହ ଉପରେ ଦୃଷ୍ଟି ଦିଆଯିବ । କୋଭିଡ 19 ଖର୍ଚ୍ଚର ଏକ ଅଲଗା ଅଡିଟ୍ କରିବା କୌଣସି ଆବଶ୍ୟକତା ନାହିଁ।

ଏହି ଅଡିଟରେ କୋଭିଡ-19 ସମ୍ବନ୍ଧୀୟ କାର୍ଯ୍ୟରେ ହୋଇଥିବା ଖର୍ଚ୍ଚକୁ ସାମିଲ କରାଯିବ । ଅଡିଟରେ ଏହାର ଉତ୍ସରେ ରାଜ୍ୟ ଚିକିତ୍ସା ସେବା ନିଗମ କିମ୍ବା ସ୍ୱାସ୍ଥ୍ୟ ନିଗମ ବା ରାଜ୍ୟ ସରକାରଙ୍କ ବିଭାଗ ଅନ୍ତର୍ଭୁକ୍ତ ହେବ ବୋଲି ସେ କହିଛନ୍ତି।

ଅଡିଟ କରିବା ପାଇଁ ସିଏଜି ର ଦକ୍ଷିଣାଞ୍ଚଳକୁ ଦାୟିତ୍ବ ଦିଆଯାଇଛି । ଅବଶ୍ୟ, ଏହି ପଦକ୍ଷେପ ଅନେକ କାରକ (ଯେପରି ମହାମାରୀ କେତେ ଦିନ ଯାଏଁ ଚାଲିବ )ଉପରେ ନିର୍ଭର କରିବ ।

ଯଦି ସମସ୍ତ ଖର୍ଚ୍ଚ ହୋଇଥିବା ତଥ୍ୟ ଇଲେକ୍ଟ୍ରୋନିକ୍ ଫର୍ମରେ ଉପଲବ୍ଧ ହୋଇଥାଏ , ତେବେ କୋଭିଡ-19 ଅଡିଟ ବହୁତ ସହଜ ହୋଇଥାଏ । ଯେପରି ଆଜିକାଲି ପ୍ରଚଳିତ ଡାଟାର ମାନୁଆଲ ଏଣ୍ଟ୍ରି ବିପରୀତ ହୋଇଥଏ । ତଥାପି ଗୋଟିଏ ପଦକ୍ଷେପ ନିଶ୍ଚିତ ଭାବରେ ସିଏଜିକୁ ନିଜ କାର୍ଯ୍ୟ ଏବଂ ପ୍ରକ୍ରିୟାରେ ଏକ କାଗଜହୀନ ଅନୁଷ୍ଠାନ ଦିଗକୁ ନେଇଥାଏ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.