ନୂଆଦିଲ୍ଲୀ: ଦେଶରେ ନିର୍ମାଣ ହେବ ଏୟାର କଣ୍ଡିସନର ଓ ଏଲଇଡି ଭଳି ହ୍ବାଇଟ ସାମଗ୍ରୀ । ଏଥିସହ ତିଆରି ହେବ ଉଚ୍ଚ କ୍ଷମତା ସମ୍ପର୍ଣ୍ଣ ସୌର ପିଭି ମଡ୍ୟୁଲ । ଏସବୁର ବିନିର୍ମାଣକୁ ପ୍ରୋତ୍ସାହନ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳ 6,238 କୋଟି ଟଙ୍କାର ପ୍ରଡକ୍ସନ ଲିଙ୍କଡ ଇନିସେଟିଭ (PLI) ସ୍କିମକୁ ଦେଇଛନ୍ତି ମଞ୍ଜୁରୀ । କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ ଏ ନେଇ ସୂଚନା ଦେଇଛନ୍ତି ।
କେନ୍ଦ୍ର ମନ୍ତ୍ରୀମଣ୍ଡଳ ଏହି ନିର୍ଣ୍ଣୟ ସହ ବୁଧବାର 13 ପିଏଲଆଇ ଯୋଜନା ମଧ୍ୟରୁ ମୋଟ 9 ଟି କୁ ଅନୁମୋଦିତ କରିଛନ୍ତି । ଯେତେବେଳେ କି ବାକି 4 ଯୋଜନା ଏକ ଉନ୍ନତ ପର୍ଯ୍ୟାୟରେ ରହିଛି । ଏହି ଯୋଜନା ମିଶି ଭାରତର ବିନିର୍ମାଣ ସେକ୍ଟର ଗାଡିକୁ ଆଗକୁ ଠେଲିବେ । ଏଥିସହ ଏହି 2 ପିଏଲଆଇ ସ୍କିମ ଦ୍ବାରା ଦେଶରେ ଦେଢ ଲକ୍ଷ ନିଯୁକ୍ତି ସୃଷ୍ଟି ହେବ ।
ଗୋୟଲ କହିଛନ୍ତି କି ଭାରତ ଦୁନିଆର ଏକ ପ୍ରମୁଖ ମ୍ୟାନୁଫେକ୍ଚରିଂ ହବ୍ । ଆଉ ସରକାରଙ୍କ ପ୍ରୋତ୍ସାହନ ଯୋଜନା ଓ କର ସମ୍ବନ୍ଧୀୟ ନିୟମରେ ସୁଧାର ନେଇ ବଡ ପଦକ୍ଷେପ ନେଇଛନ୍ତି । ସରକାର 13 ଏଭଳି କ୍ଷେତ୍ର ବାଛିଛନ୍ତି , ଯେଉଁଠି ଆମେ ବୈଶ୍ବିକ ସ୍ତରରେ ପ୍ରତିଯୋଗୀତା କରିପାରିବେ । ଆଉ ଏଥିଲାଗି ସରକାର ଯଥାସମ୍ଭବ ପ୍ରୋତ୍ସାହନ ଦେଉଛନ୍ତି । ଯାହା ଅଧିନରେ ସରକାର ଉତ୍ପାଦନ ଲିଙ୍କଡ ପ୍ରୋତ୍ସାହନ (ପିଏଲଆଇ) ଦିଆଯାଉଛି । ମୋବାଇଲ ଫାର୍ମାସ୍ୟୁଟିକଲ , ମେଡିକାଲ ଡିଭାଇସ କ୍ଷେତ୍ରକୁ ପୂର୍ବରୁ ହିଁ ପ୍ରୋତ୍ସାହନ ଦିଆଯାଇଛି ।