ନୂଆଦିଲ୍ଲୀ: ହ୍ୟାଣ୍ଡିକ୍ରାଫ୍ଟ ଆଣ୍ଡ ହ୍ୟାଣ୍ଡଲୁମ୍ସ ଏକ୍ସପୋର୍ଟ କର୍ପୋରେସନ ଅଫ ଇଣ୍ଡିଆ ଲିମିଟେଡ (HHECIL) ବନ୍ଦ ହେବ । ଏ ନେଇ ଦିଆଯାଇଥିବା ପ୍ରସ୍ତାବକୁ ମଙ୍ଗଳବାର ମଞ୍ଜୁରୀ ଦେଇଛି କେନ୍ଦ୍ର ମନ୍ତ୍ରୀମଣ୍ଡଳ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ପ୍ରସ୍ତାରକୁ ମଞ୍ଜୁରୀ ମିଳିଛି । ସରକାରୀ ବିବୃତ୍ତିରେ କୁହାଯାଇଛି କି ଆର୍ଥିକ ବର୍ଷ 2015-16 ରୁ କର୍ପୋରେସନ ଲଗାତାର କ୍ଷତିରେ ଚାଲିଛି । ଆଉ ଏହାର ସଞ୍ଚାଳନ ଖର୍ଚ୍ଚକୁ ପୂରା କରିବା ପାଇଁ ପର୍ଯ୍ୟାପ୍ତ ଆୟ କରିପାରୁନଥିଲା । ଏହାର ପୁନରୁଦ୍ଧାର କରିବା ସମ୍ବାବନା ବହୁତ କମ ରହିଥିଲା । ଏଣୁ କମ୍ପାନୀକୁ ବନ୍ଦ କରିବା ଜରୁରୀ ରହିଛି ।
ଏଥିରେ କୁହାଯାଇଛି କି କର୍ପୋରେସନରେ 59 ସ୍ଥାୟୀ କର୍ମଚାରୀ ଅଛନ୍ତି, ଆଉ 6 ପରିଚାଳନା ପ୍ରଶିକ୍ଷକ ରହିଛନ୍ତି । ସମସ୍ତ ସ୍ଥାୟୀ କର୍ମଚାରୀ ଓ ପରିଚାଳନା ପ୍ରଶିକ୍ଷକକୁ ସାର୍ବଜନୀକ ଉଦ୍ୟୋଗ ବିଭାଗ ଦ୍ବାରା ନିର୍ଦ୍ଧାରିତ ପ୍ରକ୍ରିୟା ଅନୁସାରେ ସ୍ବେଚ୍ଛାକୃତ ଅବକାଶ ପ୍ରାପ୍ତି ଯୋଜନା (ଭିଏସଆର)ର ଲାଭ ଉଠାଇବାର ସୁଯୋଗ ମିଳିବ ।