ETV Bharat / business

15 ହଜାର କୋଟି FDI ପ୍ରସ୍ତାବକୁ ମୋଦି ସରକାରଙ୍କ ମଞ୍ଜୁରୀ, ସୃଷ୍ଟି ହେବ ବୃହତ ନିଯୁକ୍ତି - କ୍ୟାବିନେଟର ଆର୍ଥିକ ମାମଲା କମିଟି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟର ଆର୍ଥିକ ମାମଲା କମିଟି (CCEA) ବୈଠକରେ କାନାଡାର ପେନସନ ଫଣ୍ଡର ସହଯୋଗୀ ଏନକରେଜ ଇନଫ୍ରାଷ୍ଟ୍ରକଚର ଇନଭେଷ୍ଟମେଣ୍ଟ ହୋଲ୍ଡିଂ ଲିମିଟେଡର ୧୫ ହଜାର କୋଟି ଟଙ୍କାର FDI ପ୍ରସ୍ତାବକୁ ଦିଆଯାଇଛି ମଞ୍ଜୁରୀ । ଅଧିକ ପଢନ୍ତୁ...

15000 କୋଟି FDI ପ୍ରସ୍ତାବକୁ ମୋଦି ସରକାରଙ୍କ ମଞ୍ଜୁରୀ, ସୃଷ୍ଟି ହେବ ବୃହତ ନିଯୁକ୍ତି

author img

By

Published : Aug 25, 2021, 10:09 PM IST

ନୂଆଦିଲ୍ଲୀ: ଭିତ୍ତିଭୂମି କ୍ଷେତ୍ରରେ ପ୍ରତ୍ୟେକ୍ଷ ବିଦେଶୀ ପୁଞ୍ଜିନିବେଶକୁ ନେଇ ମୋଦି ସରକାରଙ୍କ ବଡ ନିଷ୍ପତ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟର ଆର୍ଥିକ ମାମଲା କମିଟି (CCEA) ବୈଠକରେ କାନାଡାର ପେନସନ ଫଣ୍ଡର ସହଯୋଗୀ ଏନକରେଜ ଇନଫ୍ରାଷ୍ଟ୍ରକଚର ଇନଭେଷ୍ଟମେଣ୍ଟ ହୋଲ୍ଡିଂ ଲିମିଟେଡର ୧୫ ହଜାର କୋଟି ଟଙ୍କାର FDI ପ୍ରସ୍ତାବକୁ ଦିଆଯାଇଛି ମଞ୍ଜୁରୀ ।

ବିଦେଶୀ ପୁଞ୍ଜିକୁ ଲିଜିଷ୍ଟିକ ସହିତ ବିମାନବନ୍ଦର ସହ ଜଡିତ ସେବାରେ ବ୍ୟବହୃତ କରିହେବ । ଏକ ସରକାରୀ ବିବୃତ୍ତି ଅନୁଯାୟୀ, ଏହି ବିନିଯୋଗରେ ବେଙ୍ଗାଲୁରୁ ଅନ୍ତରାଷ୍ଟ୍ରୀୟ ବିମାନବନ୍ଦର ଲିମିଟେଡର ଅଂଶଧନକୁ ଏନକରେଜ ଇନଫ୍ରାଷ୍ଟ୍ରକଚର ଇନଭେଷ୍ଟମେଣ୍ଟ ହୋଲଡିଂ ଲିମିଟେଡକୁ ହସ୍ତାନ୍ତର କରାଯାଇଛି । ଏହା ବ୍ୟତୀତ ଓଣ୍ଟାରିୟୋ ଇଙ୍କ୍‌ ପକ୍ଷରୁ ଏନକରେଜ ଇନଫ୍ରାଷ୍ଟ୍ରକଚରରେ 950 କୋଟି ଟଙ୍କା ବିନିଯୋଗ ମଧ୍ୟ ଏଥିରେ ଜଡିତ ଅଛି ।

ଓଣ୍ଟାରିୟୋ କମ୍ପାନୀ ହେଉଛି OAC ର ସମ୍ପୂର୍ଣ୍ଣ ମାଲିକାନା ସହାୟକ କମ୍ପାନୀ, ଯାହା OMERS ପରିଚାଳନା କରେ । ଏହା କାନାଡାର ସବୁଠାରୁ ବଡ ସ୍ଥିର ଲାଭ ପେନ୍ସନ୍ ଯୋଜନା ମଧ୍ୟରୁ ଗୋଟିଏ । ଏହି ବିନିଯୋଗ ଭିତ୍ତିଭୂମି ଏବଂ ନିର୍ମାଣ କ୍ଷେତ୍ର ସହିତ ବିମାନବନ୍ଦର କ୍ଷେତ୍ରକୁ ପ୍ରୋତ୍ସାହନ ଯୋଗାଇବ । ବିଶ୍ବସ୍ତରୀୟ ବିମାନବନ୍ଦର ଏବଂ ପରିବହନ ଭିତ୍ତିଭୂମି ବିକାଶ ପାଇଁ ସରକାରଙ୍କ ଯୋଜନା କାର୍ଯ୍ୟକାରୀ କରିବାରେ ଏହା ସହାୟକ ହେବ।

ଏହି ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ବିନିଯୋଗ ମଧ୍ୟ ଭିତ୍ତିଭୂମି କ୍ଷେତ୍ରକୁ ଆର୍ଥିକ ସହାୟତା ଦେବା ପାଇଁ ବଜାରରେ ସରକାରୀ କ୍ଷେତ୍ରର ସମ୍ପତ୍ତିର ପରିଚୟ ସହିତ ଏହି ସପ୍ତାହରେ ଘୋଷିତ ଜାତୀୟ ମୋନିଟାଇଜେସନ୍ ପାଇପଲାଇନକୁ ପ୍ରୋତ୍ସାହନ ଦେବ । ଏନକରେଜ ଇନଫ୍ରାଷ୍ଟ୍ରକଚର ଇନଭେଷ୍ଟମେଣ୍ଟ ହୋଲଡିଂ ଲିମିଟେଡ୍ ନ୍ୟାସନାଲ ମୋନିଟାଇଜେସନ୍ ପାଇପଲାଇନ (NMP) ଅଧୀନରେ କିଛି ସମ୍ପତ୍ତି-ସଂଯୁକ୍ତ କ୍ଷେତ୍ରରେ ବିନିଯୋଗ କରିବାକୁ ପ୍ରସ୍ତାବ ଦେଇଛି । ସରକାରୀ ବିବୃତ୍ତି ଅନୁଯାୟୀ ବିନିଯୋଗ ମାଧ୍ୟମରେ ନିଯୁକ୍ତି ମଧ୍ୟ ସୃଷ୍ଟି ହେବ। ବାସ୍ତବରେ, ଯେଉଁ କ୍ଷେତ୍ରରେ ଏନକରେଜ ଇନଫ୍ରାଷ୍ଟ୍ରକଚର ଇନଭେଷ୍ଟମେଣ୍ଟ ହୋଲଡିଂ ଲିମିଟେଡ ନିବେଶ କରିବାକୁ ପ୍ରସ୍ତାବ ଦେଇଛି, ତାହା ମଧ୍ୟ ଏକ ବୃହତ ନିଯୁକ୍ତି ସୃଷ୍ଟି କ୍ଷେତ୍ର ଅଟେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.