ଚେନ୍ନାଇ: ସରକାରୀ ତଥ୍ୟର ବିଶ୍ବାସନୀୟତା ଉପରେ ପ୍ରଶ୍ନ ଉଠାଇଲେ ଆରବିଆଇ ପୂର୍ବତନ ଗଭର୍ଣ୍ଣର ସି ରଙ୍ଗରାଜନ । ମୁ୍ଖ୍ୟ ଆର୍ଥିକ ପରାମର୍ଶଦାତା କୃଷ୍ଣମୃର୍ତ୍ତି ସୁବ୍ରମଣ୍ୟମଙ୍କ ଦ୍ବାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଏଭଳି କହିଛନ୍ତି ରଙ୍ଗରାଜନ ।
ବୁଧବାର ମାଡ୍ରାସ ସ୍କୁଲ ଅଫ୍ ଇକୋନୋମିକ୍ସରେ ଏକ ବକ୍ତୃତା ପ୍ରଦାନ କରି ସେ କହିଛନ୍ତି ଯେ, ‘ତୁମେ ବିଶ୍ବାସ ବିଷୟରେ କହୁଛ, ତଥ୍ୟ ଉପରେ ନିର୍ଭର କରିବାକୁ କହିଥିଲ, ତଥ୍ୟ ଉପରେ ବିଶ୍ବାସ ଏକ ପ୍ରଶ୍ନ ଚିହ୍ନରେ ପରିଣତ ହୋଇଛି ।’
ଏହି କାର୍ଯ୍ୟକ୍ରମରେ କୃଷ୍ଣମୂର୍ତ୍ତି ସୁବ୍ରମଣ୍ୟମ ମୁକ୍ତ ବଜାରରେ ତାଙ୍କର ବିଶ୍ବାସ ଉପରେ ଗୁରୁତ୍ବରୋପ କରିଥିଲେ । ସେ କହିଛନ୍ତି, "ବଜାରର ଅଦୃଶ୍ୟ ହାତ ଉପରେ ବିଶ୍ବାସ କରେ । ଏହା ଦେଶରେ ଧନ ଏବଂ ରୋଜଗାର ସୃଷ୍ଟି କରିବ । "
ଏପଟେ ରଙ୍ଗରାଜନ୍ ଏହା ମଧ୍ୟ କହିଛନ୍ତି ଯେ, ଏକ ନିର୍ଦ୍ଦିଷ୍ଟ କ୍ଷେତ୍ର ସହ ଜଡିତ ତଥ୍ୟ ଉକ୍ତ କ୍ଷେତ୍ରୀୟ ବିଶେଷଜ୍ଞଙ୍କ ଭରସା ଅନୁଯାୟୀ ହେବା ଉଚିତ୍ । ଲୋକମାନେ ପୁରୁଣା ପଦ୍ଧତି କିମ୍ବା ନୂତନ ପଦ୍ଧତିକୁ ନେଇ ବିବାଦ କରୁନାହାଁନ୍ତି, ପଦ୍ଧତିର ପାର୍ଥକ୍ୟ ସମାଧାନ ନୁହେଁ ବୋଲି ସେ କହିଛନ୍ତି । ରଙ୍ଗରାଜନ ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶଦାତା ପରିଷଦର ଅଧ୍ୟକ୍ଷ ରୂପେ ମଧ୍ୟ କାମ କରିଛନ୍ତି । ହେଲେ ଏବେ ସେ ରାଷ୍ଟ୍ରୀୟ ଆୟ ଗଣନା ପାଇଁ କର୍ପୋରେଟ ଡାଟାର ଉପଯୋଗ ଉପରେ ସନ୍ଦେହ ପ୍ରକଟ କରିଛନ୍ତି ।
‘MCA21 ଡାଟା ବ୍ୟବହାର କରିବା ମାନ୍ୟ ଅଟେ । ମୁଁ ଏହାକୁ ପରାମର୍ଶ ଦେଇଛି । କିନ୍ତୁ ଏହାକୁ ନିଶ୍ଚିତ ଭାବେ ବ୍ୟବହାର କରିବା ଏକ ଅସୁବିଧା ଅଛି । କର୍ପୋରେଟ୍ ତଥ୍ୟ ଏକ ମୂଲ୍ୟ, କିନ୍ତୁ ଜାତୀୟ ଆୟ ପ୍ରକୃତ ଅଟେ । MCA21 ତଥ୍ୟ ସର୍ବସାଧାରଣ ଡୋମେନରେ ନାହିଁ ଏବଂ ଆମମାନଙ୍କ ମଧ୍ୟରେ କେହି ନାହିଁ ଯେ ଦେଖିପାରିବ କଣ ଭୁଲ ହୋଇଛି ।’