ETV Bharat / business

7,300 କୋଟିରେ ଆକାଶକୁ ଅଧିଗ୍ରହଣ କଲା ବାୟଜୁସ - ଆକାଶକୁ ଅଧିଗ୍ରହଣ କଲା ବାୟଜୁସ

ଆକାଶ ଏଜୁକେସନାଲ ସର୍ଭିସେସ ଲିମିଡେଟକୁ 7300 କୋଟି ଟଙ୍କା ( 100 କୋଟି ଡଲାର) ରେ ଅଧିଗ୍ରହଣ କରିଛି ବାୟଜୁସ । ଆଗକୁ ଶିକ୍ଷା କ୍ଷେତ୍ରରେ ବିକାଶ ନେଇ ହୋଇଛି ଏହି ଅନୁବନ୍ଧିତା । ଅଧିକ ପଢନ୍ତୁ..

Byjus acquires Aakash in nearly Rs 7,300 crore deal

author img

By

Published : Apr 6, 2021, 4:32 PM IST

ନୂଆଦିଲ୍ଲୀ: କୋଚିଂ ସଂସ୍ଥାନ ଆକାଶ ସହ ବାୟଜୁସର ରଣନୀତିକ ପାର୍ଟନରସିପ । ଆକାଶ ଏଜୁକେସନାଲ ସର୍ଭିସେସ ଲିମିଡେଟ (ଏଇଏସଏଲ) ରେ ପୁଞ୍ଜି ଖଟାଇଲା ବାୟଜୁସ । ଏଡୁଟେକ ଏବଂ ଅନଲାଇନ ଟ୍ୟୁଟରିଂ କମ୍ପାନୀ ବାୟଜୁସ ଆକାଶ ଏଜୁକେସନାଲ ସର୍ଭିସେସ ଲିମିଡେଟକୁ 7300 କୋଟି ଟଙ୍କା ( 100 କୋଟି ଡଲାର) ରେ ଅଧିଗ୍ରହଣ କରିଛି ।

ଏହି ଭାଗୀଦାରୀ ଭାରତରେ ସର୍ବବୃହତ୍ତ ଓ ବିଶ୍ବସନୀୟ ଶିକ୍ଷା ବ୍ରାଣ୍ଡକୁ ଏକାଠି ଆଣିଛି । ଯେଉଁଥିରେ ବାୟଜୁ କଣ୍ଟେଟ ଓ ଟେକନିକ କ୍ଷମତା ସହ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଟେଷ୍ଟର ପ୍ରସ୍ତୁତି ଥିବା ସେଗମେଣ୍ଟରେ ଆକାଶର ବିଶେଷଜ୍ଞତା ସାମିଲ ରହିଛି । ଏହି ଏକତ୍ରୀକରଣ ପରେ ବାୟୁଜୁସ ଆକାଶର ବିକାଶକୁ ତୀବ୍ର କରିବାରେ ଆଗକୁ ନିବେଶ କରିବ ।

ଶିକ୍ଷା କ୍ଷେତ୍ରରେ ଏହା ସର୍ବବୃହତ୍ତ ଷ୍ଟକ ଆଣ୍ଡ କ୍ୟାସ ଡିଲ । ବାୟଜୁସର ପ୍ରତିଷ୍ଠାତା ତଥା ସିଇଓ ବାୟଜୁ ରବୀନ୍ଦ୍ରନ କହିଛନ୍ତି କି, ଆଇଆଇଟି-ଜେଇଇ ପ୍ରବେଶିକା ପରୀକ୍ଷା ପାଇଁ ରହିଥିବା ଦେଶର ଜଣାଶୁଣା କୋଚିଂ ସଂସ୍ଥା ଆକାଶ ସହ ଅନୁବନ୍ଧିକ ହୋଇ ଆମେ ଆନନ୍ଦିତ । ଏହି ଅଧିଗ୍ରହଣ ସହ ଆମେ ଆହୁରୀ ମଜବୁତ ହେବୁ । ଶିକ୍ଷା କ୍ଷେତ୍ରରେ ଆମର ଅଭିଜ୍ଞତାକୁ ପ୍ରୟୋଗ କରି ଉଭୟଙ୍କ ମିଳିତ ଉଦ୍ୟମରେ ଛାତ୍ରଛାତ୍ରୀଙ୍କୁ ସଫଳତାର ସ୍ବାଦ ଚଖାଇବୁ ।

215ରୁ ଅଧିକ କେନ୍ଦ୍ର ସହ ଆକାଶ ମେଡିକାଲ ଓ ଇଞ୍ଜିନିୟରିଂ ପ୍ରବେଶିକ ପରୀକ୍ଷା, ସ୍କୁଲ ବୋର୍ଡ ପରୀକ୍ଷା, ଏନଟିଏସଇ, ଓଲମ୍ପିୟାଡ ଓ ଅନ୍ୟ ଫାଉଣ୍ଡେସନ ସ୍ତରର ପରୀକ୍ଷାର ପ୍ରସ୍ତୁତି କରାଇ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ମୁହାଁ କରାଇଥାଏ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.