ETV Bharat / business

ଏଣିକି ସୁଇମିଂ, ଜିମ ଓ ଗାଡି ପାର୍କିଂ ଉପରେ ଲାଗିବ ଜିଏସଟି

ଏଣିକି ଆପାର୍ଟମେଣ୍ଟରେ କାର ପାର୍କିଂ, ସୁଇମିଙ୍ଗ ପୁଲ, କ୍ଲବ ଓ ଜିମ୍ ନିର୍ମାଣ ଉପରେ ମଧ୍ୟ ଗଣିବାକୁ ପଡିବ ଜିଏସଟି । ଏନେଇ ଅଥରିଟି ଫର ଆଡଭାନ୍ସ ରୁଲିଙ୍ଗ(ଏଏଆର) କରିଛି ନୂଆ ବ୍ୟବସ୍ଥା ।

author img

By

Published : May 5, 2019, 1:36 AM IST

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଏଣିକି ଆପର୍ଟମେଣ୍ଟରେ କାର ପାର୍କିଂ, ସୁଇମିଂ ପୁଲ, କ୍ଲବ ଓ ଜିମ ନିର୍ମାଣ ଉପରେ ମଧ୍ୟ ଗଣିବାକୁ ପଡିବ ଜିଏସଟି । ଏସବୁକୁ ରିୟଲିଷ୍ଟେଟ ଅର୍ଥାତ ନିର୍ମାଣ କାର୍ଯ୍ୟରେ ଗଣତି ହେବ । ତେବେ ଏଥିପାଇଁ ଯଦିଓ ଅଧିକ କର ନୁହେଁ ତଥାପି 12 କିମ୍ବା 5 ପ୍ରତିଶତ କର ଆଦାୟ କରାଯିବ । ଏ ନେଇ ଅଥରିଟି ଫର ଆଡଭାନ୍ସ ରୁଲିଙ୍ଗ(ଏଏଆର) ସୂଚନା ଦେଇଛନ୍ତି ।

ଏଏଆର ର ପଶ୍ଚିମବଙ୍ଗ ପିୟରଲେସ ହାଉସିଂ ଡେଭଲପମେଣ୍ଟଙ୍କ ଏକ ଅପିଲ ପରେ ଏ ନେଇ ନିଷ୍ପତ୍ତି ଦେଇଛନ୍ତି । ବଙ୍ଗୀୟ ପିୟରଲେସ ହାଉସିଂ ଡେଭଲପମେଣ୍ଟ ଏହି ମାମଲାର ସ୍ପଷ୍ଟୀକରଣ ମାଗିଥିଲେ । ସେ ନିଜ ଅଭିଯୋଗରେ ଦର୍ଶାଇଥିଲେ ଯେ, ଘର ନିର୍ମାଣ ସହ ଦିଆଯାଉଥିବା ସମଗ୍ର ଉପଭୋଗକୁ ମଧ୍ୟ କଣ ଅତିରିକ୍ତ ସେବା ଭାବରେ ଗଣାଯିବ କି?

ପୂର୍ବରୁ କାର ପାର୍କିିଂ, କ୍ଲବ ଓ ଜିମ ସେବାଗୁଡିକୁ ସାଧାରଣତଃ ଫ୍ଲାଟ ବୁକିଂ କରିବା ସହ ହିଁ ଯୋଡା ଯାଉଥିଲା । ହେଲେ ଏଥିପାଇଁ ଦେବାକୁ ପଡିବ ଅଧିକ ଟଙ୍କା ।

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.