ETV Bharat / business

ବଜେଟ 2021: ପ୍ରତିରକ୍ଷା ବଣ୍ଟନରେ ଲଗାମ କଷିବ କୋରୋନା!

ଆଶଙ୍କା ମଧ୍ୟରେ ଆଶା ରହିଛି ଯେ ଦେଶର ପ୍ରତିରକ୍ଷା ବଜେଟରେ ବୃଦ୍ଧି ଦେଖାଯାଇପାରେ, ହେଲେ ମହାମାରୀ କୋରୋନା କାରଣରୁ ପୂର୍ବରୁ ପ୍ରଭାବିତ ଅର୍ଥବ୍ୟବସ୍ଥା ଏହା ସାମ୍ନାରେ ବଡ ବାଧା ହୋଇ ନିଶ୍ଚୟ ଛିଡା ହେବ । ଅଧିକ ପଢନ୍ତୁ...

ବଜେଟ 2021: ପ୍ରତିରକ୍ଷା ବଣ୍ଟନରେ ଲଗାମ କଷିବ କୋରୋନା!
ବଜେଟ 2021: ପ୍ରତିରକ୍ଷା ବଣ୍ଟନରେ ଲଗାମ କଷିବ କୋରୋନା!
author img

By

Published : Jan 30, 2021, 10:01 PM IST

ନୂଆଦିଲ୍ଲୀ: ସୋମବାର ଆଗତ ହେବ ଦେଶର ସାଧାରଣ ବଜେଟ । ସବୁଥର ଭଳି ଏଥର ମଧ୍ୟ ବଜେଟରେ ପ୍ରତିରକ୍ଷା କ୍ଷେତ୍ରକୁ ଅଧିକ ଗୁରୁତ୍ବ ଦିଆଯିବ, ଏଥିରେ କୌଣସି ସନ୍ଦେହ ନାହିଁ । ସୀମାରେ ପଡୋଶୀ ଦେଶ ସହ ଜାରି ବିବାଦ ଏହାର ସବୁଠୁ ବଡ କାରଣ ।

ଗୋଟିଏ ପକ୍ଷେ ପାକିସ୍ତାନ କ୍ରମାଗତ ଅସ୍ତ୍ରବିରତି ଉଲ୍ଲଂଘନ କରିଆସୁଥିବା ବେଳେ ଅନ୍ୟପକ୍ଷେ ବେଲଗାମ ଚୀନର ଆଭିମୁଖ୍ୟ ଦ୍ବିପାକ୍ଷିକ ଯୁଦ୍ଧର ଆଶଙ୍କାକୁ ବୃଦ୍ଧି କରିଛି । ଏହି ଆଶଙ୍କାକୁ ଦୃଷ୍ଟିରେ ରଖି ପ୍ରତିରକ୍ଷା କ୍ଷେତ୍ରର ଉପରେ ଅଧିକ ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି ।

ଆଶଙ୍କା ମଧ୍ୟରେ ଆଶା ରହିଛି ଯେ ଦେଶର ପ୍ରତିରକ୍ଷା ବଜେଟରେ ବୃଦ୍ଧି ଦେଖାଯାଇପାରେ, ହେଲେ ମହାମାରୀ କୋରୋନା କାରଣରୁ ପୂର୍ବରୁ ପ୍ରଭାବିତ ଅର୍ଥବ୍ୟବସ୍ଥା ଏହା ସାମ୍ନାରେ ବଡ ବାଧା ହୋଇ ନିଶ୍ଚୟ ଛିଡା ହେବ ।

2020 ବଜେଟରେ ପ୍ରତିରକ୍ଷା କ୍ଷେତ୍ରରେ 6 ପ୍ରତିଶତ ବୃଦ୍ଧି ସହ 4.71 ଲକ୍ଷ ଆବଣ୍ଟିତ ହୋଇଥିଲା । ଏଥର ବଜେଟରେ ବୃଦ୍ଧିର ସମ୍ଭାବନା ତ ରହିଛି ମାତ୍ର ଏହା ସୀମିତ ସ୍ଥରରେ ରହିବ, କାରଣ ବଜେଟରେ ବିଶ୍ବ ମହାମାରୀର ଆର୍ଥିକ ପରିଣାମର ପ୍ରଭାବ ମଧ୍ୟ ରହିବ ।

ଯେଉଁଠି ପାରମ୍ପରିକ ପ୍ରତିରକ୍ଷା କ୍ଷେତ୍ରରେ ମୁଖ୍ୟ ଖର୍ଚ୍ଚ( ଆଧୁନିକୀକରଣ, ନୂଆ ଅସ୍ତ୍ରଶସ୍ତ୍ର କ୍ରୟ), ଓ ରାଜସ୍ବ ବ୍ୟୟ( ଯବାନଙ୍କ ମୁତୟନ, ଦରମା, ପେନସନ)ର କଥା ରହିଛି, ସେଠି ଅନେକ ନୂଆ ପ୍ରାଥମିକତା କ୍ଷେତ୍ରରେ ତତ୍କାଳ ଧ୍ୟାନ ଦେବାର ଆବଶ୍ୟକତା ମଧ୍ୟ ରହିଛି ।

ପ୍ରତିରକ୍ଷା ବଜେଟରେ କିଛି ଆଧୁନିକ ସୈନ୍ୟ ଟେକ୍ନୋଲୋଜୀ ବିକାଶର ଆବଶ୍ୟକତା, ମେକ ଇନ ଇଣ୍ଡିଆ ଓ ଆତ୍ମନିର୍ଭର ଭାରତ ଅନ୍ତର୍ଗତ ସ୍ବଦେଶୀ ପାଇଁ ପ୍ରୟାସ, ପ୍ରତିରକ୍ଷା ଅସ୍ତ୍ରଶସ୍ତ୍ର ନିର୍ମାଣ ଠିକଣାକୁ ବିକଶିତ କରିବା ଦିଗରେ ଧ୍ୟାନକେନ୍ଦ୍ରିତ କରିବାର ଆବଶ୍ୟକତା ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.