ETV Bharat / business

କୋରୋନା ସଙ୍କଟରୁ ମୁକୁଳୁଛି ଭାରତ: ସୁଧୁରୁଛି ଅର୍ଥନୀତି, ଆସୁଛି ବୈଶ୍ବିକ ନିବେଶ

author img

By

Published : Jan 29, 2021, 12:30 PM IST

Updated : Jan 29, 2021, 12:57 PM IST

ଭାରତ କୋରୋନା ଅବଧି ସମୟରେ ପ୍ରତ୍ୟେକ ଭାରତୀୟଙ୍କ ଜୀବନ ରକ୍ଷା କରୁଥିବାବେଳେ ଅର୍ଥନୀତିର କ୍ଷତିରୁ ଦେଶ ପୁନରୁଦ୍ଧାର କରୁଛି । ଏପରିକି ଏହି କଷ୍ଟଦାୟକ ସମୟରେ ମଧ୍ୟ ବିଶ୍ୱ ନିବେଶକମାନଙ୍କ ପାଇଁ ଭାରତ ଏକ ଆକର୍ଷଣୀୟ ଗନ୍ତବ୍ୟସ୍ଥଳ ଭାବରେ ଉଭା ହୋଇଛି । ଅଧିକ ପଢନ୍ତୁ..

କୋରୋନା ସଙ୍କଟରୁ ମୁକୁଳୁଛି ଭାରତ :  ଅର୍ଥନୀତି ସୁଧୁରୁଛି,  ବୈଶ୍ବିକ ନିବେଶ ଆସୁଛି

ନୂଆଦିଲ୍ଲୀ:କୋରୋନା କାଳର ପ୍ରଥମ ବଜେଟ ପାଇଁ ଅନ୍ତିମ ପର୍ଯ୍ୟାୟରେ ପ୍ରସ୍ତୁତି । ଶୁକ୍ରବାର ଠାରୁ ସଂସଦରେ ଆରମ୍ଭ ହୋଇଛି ବଜେଟ ଅଧିବେଶନ । ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଭୟ ଗୃହକୁ ସମ୍ବୋଧନ କରିଛନ୍ତି । ଏଥିରେ ରାଷ୍ଟ୍ରପତି ମୋଦି ସରକାରଙ୍କ ଜନହିତକର ଯୋଜନାକୁ ସମ୍ପର୍କରେ କହିବା ସହ ତାର ଉପଲବ୍ଧିକୁ ବଖାଣିଛନ୍ତି ।

ରାଷ୍ଟ୍ରପତିଙ୍କ ଅଭିଭାଷଣ:

  • କୋରୋନା ସଙ୍କଟ କାଳରେ ହେଉଥିବା ଏହି ଅଧିବେଶକୁ ଗୁରୁତ୍ବପୂର୍ଣ୍ଣ କହିଛନ୍ତି ରାଷ୍ଟ୍ରପତି । ନୂଆ ବର୍ଷ ବି ଆଉ ନୂଆ ଦଶକ ମଧ୍ୟ । ଏଣୁ ଏଭଳି ସମୟରେ ହେଉଥିବା ଏହି ମିଳିତ ଅଧିବେଶନ ଅତ୍ୟନ୍ତ ଜରୁରୀ ।
  • ଆତ୍ମନିର୍ଭର ଭାରତ ଅଭିଯାନର ସଫଳତାକୁ ଦର୍ଶାଇ କୋବିନ୍ଦ କହିଛନ୍ତି କି ପିପିଇ କିଟ୍‌ ଠାରୁ ନେଇ ଟେଷ୍ଟ କିଟ ତିଆରି ପର୍ଯ୍ୟନ୍ତ ଆତ୍ମନିର୍ଭର ଭାରତ ତିଆରିରେ ଦେଶ ନିଜର ମଜବୁତ ଇକୋ ସିଷ୍ଟମର ପରିଚୟ ଦେଇଛି । ଭାରତ ମାନବ ସମାଜ ପ୍ରତି ନିଜର ଦାୟିତ୍ବକୁ ନିର୍ବାହ କରି ଅନେକ ଦେଶକୁ ଭ୍ୟାକ୍ସିନ ମୁହାଁ କରିଛି ।
  • ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ମାଧ୍ୟମରେ 8 ମାସ ପର୍ଯ୍ୟନ୍ତ 80 କୋଟି ଲୋକଙ୍କୁ ପ୍ରତି ମାସରେ 5 କିଲୋ ଅତିରିକ୍ତ ଖାଦ୍ୟଶସ୍ୟ ନିଶୁଳ୍କ ସୁନିଶ୍ଚିତ କରାଯାଇଛି । ପ୍ରାୟ 31 ହଜାର କୋଟି ଗରିବ ମହିଳାଙ୍କ ଜନଧନ ଖାତାକୁ ସିଧା ଟ୍ରାନ୍ସଫର ହୋଇଛି ।
  • ଆମ ପାଇଁ ଗର୍ବର ବିଷୟ କି ଆଜି ଭାରତ ଦୁନିଆର ସବୁଠୁ ବଡ ଟୀକାକରଣ ଅଭିଯାନ ଚଲାଇଛି । ଏହି କାର୍ଯ୍ୟକ୍ରମର ଉଭୟ ଭ୍ୟାକ୍ସିନ ଭାରତରେ ନିର୍ମିତ । ସଙ୍କଟ ସମୟରେ ଭାରତର ମାନବ ସମାଜ ପ୍ରତି ଦାୟିତ୍ବବାନ ଅଛି ।
  • କୃଷକଙ୍କ ହିତ ପାଇଁ ସରକାର ଚିନ୍ତିତ
  • ରାଷ୍ଟ୍ରପତି କୋବିନ୍ଦ କହିଛନ୍ତି କି, କୃଷକଙ୍କ ହିତ ପାଇଁ ସରକାର ଗମ୍ଭୀର ଅଛନ୍ତି । ମୋ ସରକାର ସ୍ବାମୀନାଥ ଆୟୋଗର ସୁପାରିଶ ଲାଗୁ କରି ବ୍ୟୟ ତୁଳନାରେ ଦେଢ ଗୁଣା ଏମଏସପି ଦେବାକୁ ନିଷ୍ପତ୍ତି କରିଥିଲା । ମୋ ସରକାର ଆଜି କେବଳ ଏମଏସପିରେ ରେକର୍ଡ ପରିମାଣର କ୍ରୟ କରିଛି, ବରଂ କ୍ରୟ କେନ୍ଦ୍ରର ସଂଖ୍ୟାକୁ ମଧ୍ୟ ବଢାଉଛି । ସରକାର ଗତ 6 ବର୍ଷରେ ମଞ୍ଜି ଠାରୁ ବଜାର ପର୍ଯ୍ୟନ୍ତ ସମସ୍ତ ବ୍ୟବସ୍ଥାରେ ସକରାତ୍ମକ ପରିବର୍ତ୍ତନ ପାଇଁ ପ୍ରୟାସ କରିଛନ୍ତି । ଯେପରି ଭାରତୀୟ କୃଷି ଆଧୁନିକ ହେବା ସହ କୃଷିର ବିସ୍ତାର ମଧ୍ୟ ହେବ ।
  • ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ଲାଭ ମଧ୍ୟ ଦେଶର ଛୋଟ କୃଷକଙ୍କୁ ହୋଇଛି । ଏହି ଯୋଜନା ଅଧିନରେ ଗତ 5 ବର୍ଷରେ କୃଷକଙ୍କୁ 17 ହଜାର କୋଟି ଟଙ୍କାର ପ୍ରିମିୟମରେ ପ୍ରାୟ 90 ହଜାର କୋଟି ଟଙ୍କା, କ୍ଷତିପୂରଣ ଆକାରରେ ମିଳିଛି ।
  • ଏଥିସହ ସେ କୃଷି ଆଇନକୁ ମଧ୍ୟ ପ୍ରଶଂସା କରିଛନ୍ତି । ବ୍ୟାପକ ବିମର୍ଶ ପରେ ସଂସଦ 7ମାସ ପୂର୍ବରୁ 3 ଗୁରୁତ୍ବପୂର୍ଣ୍ଣ କୃଷି ସଂସ୍କାର ଆଣିଛି । ଆଉ ଏହାର ବଡ ଲାଭ ମଧ୍ୟ 10 କୋଟିରୁ ଅଧିକ କ୍ଷୁଦ୍ର ଚାଷୀଙ୍କୁ ତୁରନ୍ତ ମିଳିବା ଆରମ୍ଭ ହୋଇଛି । ବର୍ତ୍ତମାନ ଏହି ଆଇନର କାର୍ଯ୍ୟକାରିତାକୁ ଦେଶର ସର୍ବୋଚ୍ଚ ନ୍ୟାୟଳୟ ସ୍ଥଗିତ କରିଛନ୍ତି । ଆଉ ମୋ ସରକାର ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ସମ୍ମାନ ଦେଇ ଏହାର ପାଳନ କରିବ । ତେବେ ମୋ ସରକାର ସ୍ପଷ୍ଟ କରିବାକୁ ଚାହେଁ କି 3 କୃଷି ଆଇନ ତିଆରି ପୂର୍ବରୁ, ପୁରୁଣା ବ୍ୟବସ୍ଥା ଅଧିନରେ ଯେଉଁ ଅଧିକାର ତଥା ସୁବିଧା ଥିଲା, ସେଥିରେ କୌଣସି ଅଭାବ ଦେଖାଯିବ ନାହିଁ । ଆହୁରି ଏହି କୃଷି ସୁଧାର ଜରିଆରେ ସରକାର କୃଷକଙ୍କୁ ନୂଆ ସୁବିଧା ଉପଲବ୍ଧ କରିବା ସହ ନୂଆ ଅଧିକାର ମଧ୍ୟ ଦେଇଛନ୍ତି ।
  • ଶିକ୍ଷା ନୀତିରେ ପ୍ରଥମଥର ଛାତ୍ରଛାତ୍ରୀଙ୍କୁ ନିଜ ରୁଚି ହିସାବରେ ପଢିବାର ସୁଯୋଗ ଦିଆଯାଇଛି । କୌଣସି କୋର୍ସ ମଧ୍ୟରେ ବି ବିଷୟ ଓ ଷ୍ଟ୍ରିମ ବଦଳିବା ବିକଳ୍ପ ପିଲାଙ୍କୁ ଦିଆଯାଇଛି ।
  • ଦେଶର ଗ୍ରାମୀଣ କ୍ଷେତ୍ରରେ କାର୍ଯ୍ୟରତ ମହିଳାଙ୍କ ସ୍ବାସ୍ଥ୍ୟକୁ ଧ୍ୟାନରେ ରଖି ସରକାର 1 ଟଙ୍କାରେ ସୁବିଧା ସାନିଟାରୀ ନ୍ୟାପକିନ ଦେବା ଯୋଜନା ଚଲାଇଛନ୍ତି ।
  • ସରକାର ପ୍ରାୟ 31 ହଜାର କୋଟି ଟଙ୍କା ଗରିବ ମହିଳାଙ୍କ ଜନଧନ ଖାତାକୁ ଟଙ୍କା ଟ୍ରାନ୍ସଫର କରିଛନ୍ତି । ସମଗ୍ର ଦେଶରେ ଉଜ୍ଜଳା ଯୋଜନାର ଲାଭାର୍ଥୀ ଗରିବ ମହିଳାଙ୍କୁ 14 କୋଟିରୁ ଅଧିକ ମାଗଣା ଗ୍ୟାସ ସିଲିଣ୍ଡର ମଧ୍ୟ ମିଳିଛି ।
  • LAC ଉପରେ ଭାରତର ସାର୍ବଭୌମତ୍ୱ ରକ୍ଷା ପାଇଁ ଅତିରିକ୍ତ ସୈନ୍ୟବଳ ନିୟୋଜିତ କରାଯାଇଛି । ସେନା ଶତ୍ରୁଙ୍କୁ ଉପଯୁକ୍ତ ଜବାବ ଦେଉଛି ।
  • ଗତ ବର୍ଷ ଅର୍ଥନୀତି ଗଭୀର ଭାବେ ପ୍ରଭାବିତ ହୋଇଥିଲେ ମଧ୍ୟ ସରକାର କୋରୋନା ଟିକା ସଞ୍ଜୀବନୀ ସହ ଅର୍ଥନୀତିକୁ ସୁଧାରିବାକୁ ଚେଷ୍ଟା କରିଛନ୍ତି । ଭାରତ କୋରୋନା ଅବଧି ସମୟରେ ପ୍ରତ୍ୟେକ ଭାରତୀୟଙ୍କ ଜୀବନ ରକ୍ଷା କରୁଥିବାବେଳେ ଅର୍ଥନୀତିର କ୍ଷତିରୁ ଦେଶ ପୁନରୁଦ୍ଧାର କରୁଛି । ଏପରିକି ଏହି କଷ୍ଟଦାୟକ ସମୟରେ ମଧ୍ୟ ବିଶ୍ୱ ନିବେଶକମାନଙ୍କ ପାଇଁ ଭାରତ ଏକ ଆକର୍ଷଣୀୟ ଗନ୍ତବ୍ୟସ୍ଥଳ ଭାବରେ ଉଭା ହୋଇଛି ।

ଅର୍ଥବ୍ୟବସ୍ଥା ଉପରେ ରାଷ୍ଟ୍ରପତିଙ୍କ ଅଭିଭାଷଣର ମୁଖ୍ୟାଂଶ

  • ଅର୍ଥବ୍ୟବସ୍ଥାକୁ ସମ୍ଭାଳିବା ପାଇଁ ରେକର୍ଡ ଆର୍ଥିକ ପ୍ୟାକେଜର ଘୋଷଣା ସହ ମୋ ସରକାର ଏସବୁ ବିଷୟ ଉପରେ ମଧ୍ୟ ଧ୍ୟାନ ଦେଇଛି । ଯେପରି କୌଣସି ଗରିବ ଭୋକରେ ନ ରହିବ ।
  • ମହାମାରୀ ହେତୁ ସହରରୁ ପ୍ରବାସୀମାନେ ନିଜ ଗାଁକୁ ଫେରିଆସିଥିଲା ବେଳେ ସେମାନଙ୍କୁ କାମ ଯୋଗାଇଦେବା ପାଇଁ ମୋ ସରକାର 6ଟି ରାଜ୍ୟରେ ଗରିବ କଲ୍ୟାଣ ରୋଜଗାର ଅଭିଯାନ ଆରମ୍ଭ କରିଥିଲେ । ଏହି ଅଭିଯାନ ଯୋଗୁଁ, 50 କୋଟି ମାନବ ଦିବସ ସହ ସମାନ ରୋଜଗାର ସୃଷ୍ଟି ହୋଇଛି ।
  • ଗତ ବର୍ଷ ଡିସେମ୍ବରରେ ୟୁପିଆଇରେ 4 ଲକ୍ଷ କୋଟି ଟଙ୍କାରୁ ଅଧିକ ଡିଜିଟାଲ ପେମେଣ୍ଟ ହୋଇଛି । ଆଜି ଦେଶର 200ରୁ ଅଧିକ ବ୍ୟାଙ୍କ ୟୁପିଆଇ ବ୍ୟବସ୍ଥା ସହ ଜଡିତ ହୋଇଛି ।
  • 3 ଲକ୍ଷ କୋଟି ଟଙ୍କାର ଜରୁରୀକାଳୀନ କ୍ରେଡିଟ ଲାଇନ ଗ୍ୟାରେଣ୍ଟି ଯୋଜନା, କଠିନ ସ୍ଥିତିରେ ଫସିଥିବା ଏମଏସଏମଇ ପାଇଁ 20 ହଜାର କୋଟିର ବିଶେଷ ଯୋଜନା ଓ ଫଣ୍ଡ ଅଫ ଫଣ୍ଡସ୍‌ ଭଳି ପ୍ରୟାସ ଲକ୍ଷାଧିକ ଲଘୁ ଉଦ୍ୟୋଗକୁ ଲାଭ ପହଞ୍ଚାଇଛି ।
  • ଜେମ ପୋର୍ଟାଲ ଦ୍ବାରା ଦେଶର ବିଚ୍ଛିନ୍ନାଞ୍ଚଳର ଏମଏସଏମଇକୁ ସରକାରଙ୍କ କ୍ରୟରେ ପାରଦର୍ଶୀ ସହ ଅଧିକ ଭାଗୀଦାରି ମଧ୍ୟ ମିଳିଛି ।
  • ଫେସଲେସ ଟ୍ୟାକ୍ସ ଆସେସମେଣ୍ଟ ଓ ଅଫିସର ସୁବିଧା ଦେବା ସହ ହିଁ ମୋ ସରକାର ଦେଶରେ ଉଦ୍ୟୋଗିତାକୁ ଉତ୍ସାହିତ କରିବା ପାଇଁ କମ୍ପାନୀ ଅଧିନିୟମର ଅନେକ ବ୍ୟବସ୍ଥାକୁ ଅଣ-ଅପରାଧୀ କରିଛି ।
  • ମ୍ୟାନୁଫେକ୍ଚରିଂ ସହ ଜଡିତ 10 ସେକ୍ଟର ପାଇଁ ପ୍ରଥମଥର ଦେଶରେ ପ୍ରାୟ ଦେଢ ଲକ୍ଷ କୋଟି ଟଙ୍କାର ପ୍ରଡକ୍ସନ ଲିଙ୍କ ଇସେଟିଭ ସ୍କିମ ଲାଗୁ କରାଯାଇଛି । ଏହାର ଲାଭ ଇଲେକ୍ଟ୍ରୋନିକ୍ସ ସମେତ ଅନେକ ସାମଗ୍ରୀର ବିନିର୍ମାଣରେ ଦେଖିବାକୁ ବି ମିଳିଛି ।
  • ଦେଶର ଭିତ୍ତିଭୂମିକୁ ଆଧୁନିକୀକରଣ କରିବା ପାଇଁ ମୋ ସରକାର 110 ଲକ୍ଷ କୋଟିରୁ ଅଧିକ ମୂଲ୍ୟର ଜାତୀୟ ଭିତ୍ତିଭୂମି ପାଇପଲାଇନ ଉପରେ ମଧ୍ୟ କାର୍ଯ୍ୟ କରୁଛି । ଆହୁରି ମଧ୍ୟ ଭାରତମାଳା ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟରେ 6ଟି ନୂତନ ଏକ୍ସପ୍ରେସ ୱେ ଏବଂ 18 ଟି ନୂଆ ଆକ୍ସେସ୍ ନିୟନ୍ତ୍ରିତ କରିଡର ନିର୍ମାଣ କାର୍ଯ୍ୟ ଚାଲିଛି ।
  • ଗ୍ରାମଗୁଡିକର ରାସ୍ତା ସହିତ ଇଣ୍ଟରନେଟ୍ ସଂଯୋଗ ମଧ୍ୟ ସମାନ ଗୁରୁତ୍ୱପୂର୍ଣ୍ଣ । ପ୍ରତ୍ୟେକ ଗ୍ରାମକୁ ବିଦ୍ୟୁତ୍ ଯୋଗାଇବା ପରେ ମୋ ସରକାର ଦେଶର 6 ଲକ୍ଷରୁ ଅଧିକ ଗାଁକୁ ଅପ୍ଟିକାଲ୍ ଫାଇବର ସହିତ ସଂଯୋଗ କରିବା ପାଇଁ ପ୍ରଚାର କରୁଛି ।
  • ଦୁନିଆର ଉଚ୍ଚତମ ସର୍ଦ୍ଦାର ପଟେଲ ପ୍ରତିମୂର୍ତ୍ତିର ଗର୍ବ ବହନ କରୁଥିବା କେଭାଡିଆ ବର୍ତ୍ତମାନ ଦେଶର ଅନେକ ସହରରୁ ସିଧାସଳଖ ଟ୍ରେନ ଚଳାଇବା ଆରମ୍ଭ କରିଛି ।
  • ଦେଶକୁ ଗ୍ୟାସ ଭିତ୍ତିକ ଅର୍ଥନୀତିରେ ପରିଣତ କରିବା ପାଇଁ ଗ୍ୟାସ ସଂଯୋଗ ମଧ୍ୟ ଦ୍ରୁତ ଗତିରେ କାର୍ଯ୍ୟ କରାଯାଉଛି । କିଛି ଦିନ ପୂର୍ବରୁ କୋଚି-ମାଙ୍ଗାଲୋର ଗ୍ୟାସ ପାଇପ ଲାଇନର ଉଦଘାଟନ କରାଯାଇଛି । ଡୋବି-ଦୁର୍ଗାପୁର ଗ୍ୟାସ ପାଇପଲାଇନ ନିର୍ମାଣ ଦ୍ୱାରା 'ଉର୍ଜା ଗଙ୍ଗା' ର ପ୍ରବାହ ବୃଦ୍ଧି ପାଉଛି । ଏହି ପାଇପଲାଇନ ପଶ୍ଚିମବଙ୍ଗକୁ ଯିବ ଏବଂ ପୂର୍ବ ଭାରତର ବିଭିନ୍ନ ଶିଳ୍ପକୁ ବିଶେଷ କରି ସାର କାରଖାନା ଯୋଗାଇବ ।
  • ସେହିଭଳି ତାମିଲନାଡୁର ସାର କାରଖାନା ଏବଂ ଅନ୍ୟାନ୍ୟ ଶିଳ୍ପ ୟୁନିଟ୍ ଗ୍ୟାସ ପାଇପ ଲାଇନ ସହିତ ସଂଯୋଗ କରିବା ପାଇଁ ତୁତିକୋରିନ୍-ରାମନାଥପୁରମ୍ ଗ୍ୟାସ୍ ପାଇପଲାଇନରେ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି ।
  • ସହରରେ ଗରିବଙ୍କ ପାଇଁ ସ୍ବୀକୃତ 1 କୋଟିରୁ ଅଧିକ ଘର ମଧ୍ୟରୁ ପ୍ରାୟ 40 ଲକ୍ଷର ନିର୍ମାଣ ପୂରା ହୋଇଛି । ସହରରେ କାମ କରୁଥିବା ଶ୍ରମକଙ୍କୁ ଭଲ ଘର ଯେପରି ମିଳିବ, ସେଥିପାଇଁ ବିଭିନ୍ନ ଯୋଜନା ଆରମ୍ଭ ହୋଇଛି ।
  • ଆଜି ଦେଶରେ 27 ସହରରେ ମେଟ୍ରୋ ସେବାର ବିସ୍ତାର କାମ ଚାଲିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 29, 2021, 12:57 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.