ନୂଆଦିଲ୍ଲୀ: କୋଭିଡ-19 ମହାମାରୀ ଯୋଗୁଁ ଲୋକଙ୍କ ଜୀବନରେ ଗୁରୁତ୍ବପୂର୍ଣ୍ଣ ହୋଇଛି ସ୍ବାସ୍ଥ୍ୟ ସେବା ସେକ୍ଟର । ଏହି ସେକ୍ଟରରେ କମ୍ପାନୀଙ୍କ କହିବାନୁସାରେ ଏଭଳି ସଘଡିସନ୍ଧି ମୂହୂର୍ତ୍ତରେ ଦେଶର ସ୍ବାସ୍ଥ୍ୟ ସେବା ଢାଞ୍ଚାରେ ସୁଧାର ପାଇଁ ଅଧିକ ବଜେଟ ଆବଣ୍ଟନର ଆବଶ୍ୟକତା ରହିଛି ।
ଫାର୍ମା କ୍ଷେତ୍ର ଭାରତକୁ ‘ଦୁନିଆର ଫାର୍ମସୀ’ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଫାର୍ମା କ୍ଷେତ୍ରର ଆଶା ଆଗାମୀ ବଜେଟରେ ବିଶେଷ କରି ଅନୁସନ୍ଧାନ ଏବଂ ବିକାଶ ତଥା ଅଭିନବତା ପାଇଁ ସମର୍ଥନ ଦିଆଯିବ ।
ନେଟହେଲଥର ସଭାପତି ତଥା ଆପୋଲୋ ହସ୍ପିଟାଲର କାର୍ଯ୍ୟନିର୍ବାହୀ ଭାଇସ ଚେୟାରପର୍ସନ ପ୍ରୀତା ରେଡ୍ଡୀ କହିଛନ୍ତି ଯେ ଏହି ସ୍ବାସ୍ଥ୍ୟସେବା ଦେଶର ଇକୋସିଷ୍ଟମରେ ଏକ ବଡ ପରିବର୍ତ୍ତନ ଆଣିଛି । ସେ କହିଛନ୍ତି କି, ‘ ଏହି ବଜେଟରେ ସ୍ବାସ୍ଥ୍ୟ ସେବୈା ଢାଞ୍ଚାରେ ନିବେଶ ବଢାଇବା , ସ୍ବାସ୍ଥ୍ୟ କର୍ମୀଙ୍କୁ କୌଶଳ ବିକାଶ ଓ ପ୍ରଶିକ୍ଷଣ ପାଇଁ ରାଷ୍ଟ୍ରୀୟ ସ୍ତରରେ କାର୍ଯ୍ୟକ୍ରମ , ମେଡିକାଲ କଲେଜ ସଂଖ୍ୟା ବୃଦ୍ଧି , ଲାଗୁ ହୋଇଥିବା ପିପିପି ମଡେଲ ଓ ସ୍ଥାନୀୟ ବିନିର୍ମାଣକୁ ପ୍ରୋତ୍ସାହନ ଦେବା ଜରୁରୀ ରହିଛି ।
ଏଣୁ ଏଥର ସରକାରଙ୍କ ପାଇଁ ଏହା ପ୍ରମୁଖ ପ୍ରାଥମିକତା ହେବା ଦରକାର । ସେ କହିଛନ୍ତି କି, ‘ ଘରୋଇ କ୍ଷେତ୍ରର କମ୍ପାନୀ ଆଶା କରୁଛି କି ଏଥର ବଜେଟରେ ସ୍ବାସ୍ଥ୍ୟ ସେକ୍ଟରକୁ ଅତିରିକ୍ତ ପ୍ରୋତ୍ସାହନ ମିଳିବ । ଯାହା ଦ୍ବାରା ସ୍ଥିତିରେ ସୁଧାର ହେବ ।
ସେହିଭଳି ଫୋର୍ଟିସ ହେଲଥକେୟାରର ସିଇଓ ଆଶୁତୋଷ ରଘୁବଂଶୀ କହିଛନ୍ତି କି କୋଭିଡ-19 ମହାମାରୀ ଯୋଗୁଁ ସ୍ବାସ୍ଥ୍ୟ ସେବା କ୍ଷେତ୍ର ପାଇଁ ଅଧିକ ବଜେଟ ଆବଣ୍ଟନର ଜରୁରୀ ରହିଛି । ଏହି ସେକ୍ଟର କେବହଳ ବିଦେଶୀ ମୁଦ୍ରା ଆମଦାନୀ ଅର୍ଜିତ କରିବା ପାଇଁ ନୁହେଁ ବରଂ ରୋଜଗାର ଦେବା ଦୃଷ୍ଟିରୁ ମଧ୍ୟ ଗୁରୁତ୍ବପୂର୍ଣ୍ଣ ।
ଇଣ୍ଡିଆନ ଫର୍ମାସ୍ୟୁଟିକଲ ଆଲାୟନ୍ସ (ଆଇପିଏ)ର ମହାସଚିବ ସୁଦର୍ଶନ ଜୈନ କହିଛନ୍ତି କି ମୋଟ ପଲିସି ଇକୋସିଷ୍ଟମ ସ୍ବାସ୍ଥ୍ୟସେବା କ୍ଷେତ୍ର ଉପରେ ଧ୍ୟାନ ଦେବା ଏବଂ ସ୍ବାସ୍ଥ୍ୟ ଭିତ୍ତିଭୂମି ନିର୍ମାଣ ଉପରେ ଧ୍ୟାନ ଦେବା ଉଚିତ ।
ସେ କହିଛନ୍ତି ଯେ ଗବେଷଣା ଏବଂ ବିକାଶ ଏବଂ ନବସୃଜନ ପାଇଁ ଫାର୍ମା ଶିଳ୍ପ ସମର୍ଥନ ଏବଂ ପ୍ରୋତ୍ସାହନ ଆଶା ରଖିଛି ।