ETV Bharat / business

ଚାଷୀଙ୍କ ପାଇଁ ବଡ ଘୋଷଣା: ମିଳିବ 16.5 କୋଟିର କୃଷି ଋଣ - Finance Budget 2021

ବଜେଟ୍‌ 2021ରେ କୃଷି କ୍ଷେତ୍ରକୁ ସରକାର ପ୍ରାଧାନ୍ୟ ଦେଇଛନ୍ତି । 2022 ସୁଦ୍ଧା ଚାଷୀଙ୍କ ଆୟ ଦୁଇଗୁଣ ହେବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । ଅଧିକ ପଢନ୍ତୁ...

ଚାଷୀଙ୍କ ଆୟ ଦୁଇଗୁଣ ହେବ
ଚାଷୀଙ୍କ ଆୟ ଦୁଇଗୁଣ ହେବ
author img

By

Published : Feb 1, 2021, 12:28 PM IST

Updated : Feb 1, 2021, 4:51 PM IST

ନୂଆଦିଲ୍ଲୀ: ବଜେଟ୍‌ 2021ରେ କୃଷି କ୍ଷେତ୍ରକୁ ମଧ୍ୟ ପ୍ରାଧାନ୍ୟ ଦେଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏମଏସପିକୁ ଗୁରୁତ୍ବ ଦେବା ସହ ଖର୍ଚ୍ଚର ଦେଢଗୁଣା ଏମଏସପି କରାଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । ଏମଏସପି ପାଇଁ 75 ହଜାର କୋଟି ଟଙ୍କା ଆବଣ୍ଟନ କରାଯାଇଛି ।

ସେହିପରି ଚାଷୀଙ୍କ ଆୟ 2022 ସୁଦ୍ଧା ଦୁଇଗୁଣ ହେବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । ଧାନକିଣାରେ 2021ରେ 1.74 କୋଟି ଖର୍ଚ୍ଚ ହେବ । ଏଥିରୁ ଲାଭ ପାଇବେ 1.54 କୋଟି ଚାଷୀ । ସେପଟେ ଚଳିତ ବର୍ଷ ଚାଷୀଙ୍କ ଠାରୁ 75100 କୋଟି ର ଗହମ କିଣାଯାଇଛି । 22 ଟି ଫସଲ ରପ୍ତାନୀ କରିବେ କୃଷକ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।

ଦେଶରେ 5 ନୂଆ ବଡ କୃଷି ହବ୍ ହେବ । 1 ହଜାରରୁ ଅଧିକ ମଣ୍ଡିକୁ ଅନଲାଇନରେ ଯୋଡାଯିବ ବୋଲି ଅର୍ଥମନ୍ତ୍ରୀ ସଂସଦରେ କହିଛନ୍ତି । କୃଷି ଋଣକୁ ବଢାଇ 16.5 ଲକ୍ଷ ଟଙ୍କା ରଖାଯାଇଛି । ମାଇକ୍ରୋ ଇରିଗେସନ୍ ପାଇଁ 5000 କୋଟିର ଅତିରିକ୍ତ ବଜେଟ ରହିଛି।

‘ଏକ ରାଷ୍ଟ୍ର ଏକ ରାସନ’ ଅନ୍ତର୍ଗତ ବାକି ଥିବା 4ଟି ରାଜ୍ୟକୁ ଯୋଡାଯିବ । ପଶୁପାଳନ ଡାଏରୀ ପାଇଁ 40 ହଜାର କୋଟି । ଜଳସେଚନ ପାଇଁ 5 ହଜାର କୋଟି ଓ ଡାଲି ଚାଷୀଙ୍କ ପାଇଁ 10 ହଜାର କୋଟି ବ୍ୟୟବରାଦ ହୋଇଥିବା ଅର୍ଥମନ୍ତ୍ରୀ କହିଛନ୍ତି ।

ଚାଷୀଙ୍କ ପାଇଁ ବଡ ଘୋଷଣା

କୃଷି କ୍ଷେତ୍ରରେ ବଜେଟ୍‌ର ମୁଖ୍ୟାଂଶ :

  • କୃଷକଙ୍କୁ 75 ହଜାର କୋଟି ଟଙ୍କା ଦିଆଯାଇଛି
  • ଖର୍ଚ୍ଚର ଦେଢଗୁଣା ଏମଏସପି କରାଯିବ
  • କୃଷକଙ୍କ ଠାରୁ ସରକାର କିଣିବା ଉପରେ ପ୍ରାଧାନ୍ୟ
  • ଡାଲି, ଗହମ, ଧାନ ଆଦି ଫସଲର ବଢିଲା ଏମଏସପି
  • ଏମଏସପିରେ କିଣା ଜାରି ରହିବ
  • ଏକ ଦେଶ ଏକ ରାସନ କାର୍ଡ ହେବ
  • ମଣ୍ଡିଗୁଡିକୁ ଇଣ୍ଟରନେଟ ସହିତ ଯୋଡାଯିବ
  • କୃଷି ଋଣକୁ ବଢାଇ 16.5 ଲକ୍ଷ ଟଙ୍କା ରଖାଯାଇଛି
  • ଅପରେସନ ଗ୍ରୀନ ସ୍କିମର ଘୋଷଣା
  • ପାଞ୍ଚଟି ମତ୍ସ୍ୟଜୀବୀ ବନ୍ଦରକୁ ଅର୍ଥନୈତିକ କାର୍ଯ୍ୟକଳାପର ହବ୍ ଭାବରେ ବିକଶିତ କରାଯିବ
  • ତାମିଲନାଡୁରେ ମତ୍ସ୍ୟ ଅବତରଣ କେନ୍ଦ୍ର ବିକଶିତ ହେବ
  • ପ୍ରବାସୀ ଶ୍ରମିକଙ୍କ ତଥ୍ୟ ସହିତ ସଂଯୁକ୍ତ ଏକ ପୋର୍ଟାଲ ଲଞ୍ଚ ହେବ

Last Updated : Feb 1, 2021, 4:51 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.