ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଆଗତ କରିବାବେଳେ ଭିତ୍ତିଭୂମି ଉପରେ ଅଧିକ ନିବେଶ ପାଇଁ କହିଛନ୍ତି । ସରକାର ଆଗାମୀ ଦିନରେ ଭିତ୍ତିଭୂମି ସରଞ୍ଜନାର ବିକାଶ ପାଇଁ 100 ଲକ୍ଷ କୋଟି ଟଙ୍କାର ନିବେଶ କରିବେ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।
ଜାଣନ୍ତୁ ଭିତ୍ତିଭୂମି କ୍ଷେତ୍ରରେ ଆଉ କଣ ଘୋଷଣା କରାଯାଇଛି...
- ରାଷ୍ଟ୍ରୀୟ ଅବସରଞ୍ଚନା ପାଇପଲାଇନରେ 6 ହଜାରରୁ ଅଧିକ ଯୋଜନା ଘୋଷଣା କରାଯିବ
- ରାଷ୍ଟ୍ରୀୟ ରସଦ ନୀତି ମଧ୍ୟ ଶୀଘ୍ର ଜାରି କରାଯିବ
- ନିୟନ୍ତ୍ରିତ ରାଜମାର୍ଗର ଘୋଷଣା କରାଯିବ
- 9000 କେଲୋମିଟରରୁ ଅଧିକ ଇକୋନୋମିକ କରିଡର ବିକଶିତ କରାଯିବ
- ଉଡାନ ଯୋଜନାର ସମର୍ଥନ କରିବାକୁ ଯାଇ 2024 ସୁଦ୍ଧା 100 ନୂଆ ବିମାନବନ୍ଦର କରାଯିବ
- 27000 କିଲୋମିଟରର ରେଲୱେ ଲାଇନର ବିଦ୍ୟୁତକରଣର ଲକ୍ଷ୍ୟ
- ‘ଭାରତ ନେଟ’ ପ୍ରୋଗ୍ରାମ ପାଇଁ ୬ ହଜାର କୋଟିର ଅନୁଦାନ
- ଭିତ୍ତିଭୂମିରେ ପ୍ରାକୃତିକ ବିପର୍ଯ୍ୟୟକୁ ଧ୍ୟାନ ରଖାଯିବ