ETV Bharat / business

ଆଜିଠୁ ବିଏସଏନଏଲରେ VRS ଆବେଦନ ଆରମ୍ଭ

1.6 ଲକ୍ଷ ବିଏସଏନଏଲ କର୍ମଚାରୀଙ୍କ ପାଇଁ ବଡ ଖବର । ଆଜି ଠାରୁ ଲାଗୁ ହେଲା କେନ୍ଦ୍ର ଅନୁମୋଦିତ ଭିଆରଏସ ( ସ୍ବେଚ୍ଛାକୃତ ଅବସର) ସ୍କିମ । ଏହା ଦ୍ବାରା କାର୍ଯ୍ୟକାଳ ସରିବା ପୂର୍ବରୁ ଆକର୍ଷଣୀୟ ପ୍ୟାକେଜ ନେଇ କର୍ମଚାରୀ ଚାକିରୀରୁ ଅବସର ନେଇପାରିବେ ।

ପ୍ରତିକାତ୍ମକ ଫଟୋ
author img

By

Published : Nov 4, 2019, 12:54 PM IST

ନୂଆଦିଲ୍ଲ: ଆଜି(ସୋମବାର)ଠାରୁ ଭିଆରଏସ (ସ୍ବେଚ୍ଛାକୃତ ଅବସର) ପାଇଁ ଆବେଦନ କରିପାରିବେ ବିଏସଏନଏଲ କର୍ମଚାରୀ । କମ୍ପାନୀରେ କାର୍ଯ୍ୟରତ 1.59 ଲକ୍ଷ କର୍ମଚାରୀଙ୍କ ମଧ୍ୟରୁ 1.6 ଲକ୍ଷ ଭିଆରଏସ ପାଇଁ ଯୋଗ୍ୟ ଅଛନ୍ତି ।

ଆର୍ଥିକ ସଙ୍କଟ ଭିତରେ ଫସିରହିଛି ଏକମାତ୍ର ରାଷ୍ଟ୍ରାୟାତ ଟେଲିକମ ସେବା କମ୍ପାନୀ ବିଏସଏନଏଲ । ଏହାକୁ ମୁକୁଳାଇବା ପାଇଁ କେନ୍ଦ୍ର ସରକାର ଅକ୍ଟୋବର 23ରେ ଏକ ସୁଦୃଢ ପ୍ରୋତ୍ସାହନମୂଳକ ପ୍ୟାକେଜର ଘୋଷଣା କରିଥିଲେ । ଏଥିରେ କର୍ମଚାରୀଙ୍କ ଭିଆରଏସ ପାଇଁ ଆକର୍ଷଣୀୟ ସ୍କିମ ମଧ୍ୟ ରହିଛି । ଏହି ଯୋଜନାକୁ ତୁରନ୍ତ ଲାଗୁ ପାଇଁ ନଭେମ୍ବର ପହିଲାରେ ଅନୁଷ୍ଠିତ ଏକ ବୈଠକରେ କେନ୍ଦ୍ର ଟେଲିକମ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ନିର୍ଦ୍ଦେଶ ଦେଇଥିଲେ ।

ପରେ ଏଥିରେ ତତ୍ପରତା ଦେଖାଇ କମ୍ପାନୀ ଆଜିଠାରୁ ଏହି ସ୍କିମର ଆରମ୍ଭ କରିଛି । ରିପୋର୍ଟ ମୁତାବକ, ବିଏସଏନଏଲର ଭିଆରଏସ ୱିଣ୍ଡୋ ଆଜିଠୁ ଆସନ୍ତା 30 ଦିନ ପର୍ଯ୍ୟନ୍ତ ଖୋଲାରହିବ । ଏଥିମଧ୍ୟରେ କାର୍ଯ୍ୟକାଳ ସରିବା ପୂର୍ବରୁ ଅବସର ନେବାକୁ ଇଚ୍ଛା ରଖୁଥିବା କର୍ମଚାରୀମାନେ ଆବେଦନ କରିପାରିବେ ।

ଏହି ସ୍କିମ ଅନୁଯାୟୀ କର୍ମଚାରୀଙ୍କୁ ଚାକିରୀ କାଳର ବଞ୍ଚିଥିବା ବର୍ଷ ପାଇଁ 100ରୁ 125 ପ୍ରତିଶତ ଦରମା ଦିଆଯିବ । ଏଥିରେ ପେନସନ ମଧ୍ୟ ସାମିଲ ରହିବ । ଏହା ବ୍ୟତୀତ ଲୋନ ନେବାକୁ ଚାହୁଁଥିଲେ 3 ମାସ ସମୟ ଲାଗିବ । ତେବେ ଏସବୁର କମ୍ପାନୀ ସେବା ଉପରେ କୌଣସି ପ୍ରଭାବ ପଡିବନାହିଁ ।

ଯଦି 80 ହଜାର କର୍ମଚାରୀ ଭିଆରଏସ ବିକଳ୍ପ ବାଛନ୍ତି, ତେବେ କମ୍ପାନୀର7500 କୋଟି ଟଙ୍କା ବଞ୍ଚିବ । ବିଶେଷ କରି 50 ବର୍ଷ ବୟସରୁ ଉର୍ଦ୍ଧ୍ବ କର୍ମଚାରୀ ଏଥିପାଇଁ ଆବେଦନ କରିପାରିବେ ।

Intro:Body:

testing

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.