ETV Bharat / business

ବଏକଟ ଚାଇନା: ସ୍ମାର୍ଟଫୋନ ବଜାରରେ ପ୍ରଭାବ ଶୂନ୍ୟ - Chinese smartphone

ଅନଲାଇନରେ ଟ୍ରେଣ୍ଡ କରୁଛି ବଏକଟ ଚାଇନା । ହେଲେ ଉପଭୋକ୍ତା ସାମଗ୍ରୀ ବିକ୍ରି ଉପରେ ପ୍ରଭାବ ଦେଖିବାକୁ ମିଳୁନି । ଚୀନ କବଜାରେ ଥିବା ସ୍ମାର୍ଟଫୋନ ବଜାର ଉପରେ ଯେପରି ଚୀନ ବିରୋଧୀ ଅଭିଯାନ କାଟୁ କରୁନି । ଅଧିକ ପଢନ୍ତୁ..

Boycott China
ବଏକଟ ଚାଇନା : ସାଓମୀ , ରିୟଲମି ଭଳି ଉପଭୋକ୍ତା ଉତ୍ପାଦ ବିକ୍ରିରେ ପଡିନି ପ୍ରଭାବ
author img

By

Published : Jun 19, 2020, 3:25 PM IST

ନୂଆଦିଲ୍ଲୀ: ଲଦାଖ ଗଲୱାନ ଘାଟିରେ ଚୀନ ସେନା 20 ଭାରତୀୟ ଯବାନଙ୍କୁ ହତ୍ୟା କରିବା ପରେ ତେଜିଛି ଚୀନ ବିରୋଧୀ ସ୍ବର । ‘ଚାଇନା ସାମଗ୍ରୀ ବର୍ଜନ କରି କେବଳ ସ୍ବଦେଶୀ ସାମଗ୍ରୀ ବ୍ୟବହାର କରିବା। ’ ଏହି ନାରା ଏବେ ସୋସିଆଲ ମିଡିଆ ଠାରୁ ଆରମ୍ଭ କରି ସବୁଠି ଚର୍ଚ୍ଚା ହେଉଛି । ହେଲେ ଏହାର ପ୍ରଭାବ ସାଓମି, ରିୟଲମି , Haier ଭଳି କମ୍ପାନୀର ସ୍ମାର୍ଟଫୋନ ଓ ସ୍ଥାୟୀ ଉପଭୋକ୍ତା ସାମଗ୍ରୀ ବିକ୍ରି ଉପରେ ଦେଖିବାକୁ ମିଳୁନି ।

ତେବେ କମ୍ପାନୀ ଏ ନେଇ ପ୍ରତିକ୍ରିୟା ଦେବାରୁ ମନା କରିଦେଇଛି । ହେଲେ ଏହି କମ୍ପାନୀଗୁଡିକର ବରିଷ୍ଠ ଅଧିକାରୀମାନେ କହିଛନ୍ତି କି ସେମାନଙ୍କ ବିକ୍ରୟ ଏପର୍ଯ୍ୟନ୍ତ ପ୍ରଭାବିତ ହୋଇନାହିଁ ।

ଏକ ସ୍ମାର୍ଟଫୋନ କମ୍ପାନୀର ଅଧିକାରୀ କହିଛନ୍ତି ଯେ, ‘‘ କୋଭିଡ-19 ମହାମାରୀ ଯୋଗୁଁ ଲୋକ ଘରୁ କାମ କରୁଛନ୍ତି । ପିଲାମାନେ ଘରୁ ହିଁ ଅନଲାଇନ କ୍ଲାସ କରୁଛନ୍ତି । ଏଭଳି ସ୍ଥିତିରେ ବହୁ କମ୍ପାନୀଙ୍କ ବଢୁଥିବା ଚାହିଦାକୁ ପୂରା କରିବା ପାଇଁ ମହଙ୍ଗା ଆମଦାନୀ କରିବାକୁ ପଡୁଛି ।

ବୈଦ୍ୟୁତିକ ଉପକରଣ ନିର୍ମାଣକାରୀ ଉଦ୍ୟୋଗଙ୍କ ସଂଗଠନ ସିଏମା କହିଛି କି, ନିକଟର ଘଟଣା ଯୋଗୁଁ ସୋସିଆଲ ମିଡିଆ ପ୍ଲାର୍ଟଫର୍ମ ଏବଂ ଅନ୍ୟ ଉପାୟ ମାଧ୍ୟରେ ଚୀନ ଉତ୍ପାଦ ବହିସ୍କାର ଟ୍ରେଣ୍ଡ ଚାଲିଛି । ଏହାର ପ୍ରଭାବ ଗ୍ରାହକଙ୍କ କ୍ରୟ ଆଚରଣରେ ଦେଖିବାକୁ ମିଳିପାରେ ।

ଭାରତରେ ଯୋଗାଣର ଏକ ବଡ ଅଂଶର ଜଡ ଚୀନରେ ରଥିବା ଅଛପା ନାହିଁ ବୋଲି କହିଛନ୍ତି ଇଣ୍ଡିଆ ସେଲୁଲାର୍ ଆଣ୍ଡ ଇଲେକ୍ଟ୍ରୋନିକ୍ସ ଆସୋସିଏସନ (ICEA)ର ଅଧ୍ୟକ୍ଷ ପଙ୍କଜ ମହିନ୍ଦ୍ରୁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.