ନୂଆଦିଲ୍ଲୀ: ବାୟୋକନର ଲିମିଟେଡର ପ୍ରମୁଖ କିରଣ ମଜୁମଦାର ସ’ଙ୍କ କୋରୋନା ରିପୋର୍ଟ ପଜେଟିଭି ଆସିଛି । ଏନେଇ ସେ ଟ୍ବିଟ କରି ସୂଚନା ଦେଇଛନ୍ତି ।
ସେ ଟ୍ବିଟ କରି ଲେଖିଛନ୍ତି କି, ‘ପଜେଟିଭି ଆସିବା ପରେ କୋରୋନା ଆକ୍ରାନ୍ତ ସଂଖ୍ୟାରେ ଆଉ ଏକ ମାମଲା ଯୋଡି ହୋଇଛି । ମୋ ଠାରେ ସାମାନ୍ୟ ଲକ୍ଷଣ ରହିଛି । ମୁଁ ଆଶା କରୁଛି କି ଏହି ଲକ୍ଷଣରେ ଅଧିକ ପରିବର୍ତ୍ତନ ନ ହେଉ ।’
ପ୍ରକାଶ ଯେ, କିରଣ ମଜୁମଦାମର ସ’ ଦେଶର ସବୁଠୁ ବଡ ବାୟୋଟେକ କମ୍ପାନୀ ବାୟୋକନର ଚେୟାରପର୍ସନ । କର୍ପୋରେଟ ଜଗତର ଜଣେ ଜଣାଶୁଣା ଚେହେରା ସେ । ସେ ମେଡିକାଲ ସେଣ୍ଟର ଜରିଆରେ ସମାଜସେବା ମଧ୍ୟ କରନ୍ତି ।
ଫୋବର୍ସ ମୁତାବକ ସ’ ଙ୍କ ନେଟୱର୍ଥ 310 କୋଟି ଡଲାର (21,957 କୋଟି ଟଙ୍କା) ରହିଛି । ଦୁନିଆର 100 ଶକ୍ତିଶାଳୀ ମହିଳାଙ୍କ ଫୋବର୍ସ ଲିଷ୍ଟରେ ମଧ୍ୟରେ କିରଣଙ୍କ ସ୍ଥାନ 65 ନମ୍ବରରେ ରହିଛି ।