ନୂଆଦିଲ୍ଲୀ: ଯଦି ବ୍ୟାଙ୍କରେ କୌଣସି ଜରୁରୀ କାମ ଅଛି, ତେବେ ଶୀଘ୍ର ସାରନ୍ତୁ । ମେ ମାସର ପ୍ରଥମ ଦିନ ବନ୍ଦ ରହିବ ବ୍ୟାଙ୍କ । ଏଥିସହ ମେ 2 ତାରିଖ ବି ଖୋଲିବନି ବ୍ୟାଙ୍କ । ସେହିପରି ମେ ମାସରେ 12 ଦିନ ବ୍ୟାଙ୍କ ସେବା ବନ୍ଦ ରହିବ ।
ଦେଶରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ଲଗାତାର ବଢୁଛି । ଏଭଳି ସ୍ଥିତିରେ ବ୍ୟାଙ୍କ ଆସୋସିଏସନ ବ୍ୟାଙ୍କକୁ କହିଛି କି ସେ ବ୍ୟାଙ୍କ କାର୍ଯ୍ୟ ସମୟ ହ୍ରାସ କରିବ । ଅନେକ ରାଜ୍ୟରେ ବ୍ୟାଙ୍କର କାର୍ଯ୍ୟ ସମୟ ହ୍ରାସ ମଧ୍ୟ କରାଯାଇଛି । ଏଥିସହ କୋରୋନାକୁ ଧ୍ୟାନରେ ରଖି ଅନେକ ବ୍ୟାଙ୍କ 50 ପ୍ରତିଶତ ଷ୍ଟାଫ ସହ କାମ କରିପାରିବେ । ତେବେ ଏଭଳି ସ୍ଥିତିରେ ବ୍ୟାଙ୍କ ଯିବାକୁ ଚାହୁଁଥିଲେ, ଆପଣ ଜାଣିବା ଦରକାର କି କେବେ ବ୍ୟାଙ୍କ ଖୋଲା ହେବ ଆଉ ବନ୍ଦ ରହିବ ।
ତେବେ ଆସନ୍ତୁ ଜାଣିବା କେଉଁ କେଉଁ ଦିନ ବ୍ୟାଙ୍କ ବନ୍ଦ ରହିବ
ମେ 1: ଶ୍ରମିକ ଦିବସ
ମେ 2: ରବିବାର
ମେ 7 : ଜମାତ ଉଲ ବିଦା ଅବସରରେ ଜମ୍ମୁକଶ୍ମୀରର ସବୁ ବ୍ୟାଙ୍କ ବନ୍ଦ
ମେ 8: ଦ୍ବିତୀୟ ଶନିବାର
ମେ 9: ରବିବାର
ମେ 13: ରମଜାନ ଇଦ
ମେ 14: ଭଗବାନ ଶ୍ରୀ ପର୍ଶୁରାମ ଜୟନ୍ତୀ
ମେ 16: ରବିବାର
ମେ 22: ଶେଷ ଶନିବାର
ମେ 23: ରବିବାର
ମେ 26: ବୁଦ୍ଧ ପୂର୍ଣ୍ଣିମା
ମେ 30: ରବିବାର