ନୂଆଦିଲ୍ଲୀ: ବ୍ୟାଙ୍କିଙ୍ଗ ସେକ୍ଟରର 'ନନ୍ ପରଫର୍ମିଂ ଆସେଟ' ବା ଅନାଦାୟ ସମ୍ପତ୍ତି (ଏନପିଏ) 2020 ସେପ୍ଟେମ୍ବରରେ ହ୍ରାସ ହୋଇଛି । 2018 ମାର୍ଚ୍ଚ ମାସରେ ବ୍ୟାଙ୍କରେ ବୁଡି ରହିଥିବା ଋଣ ପରିମାଣ 10.36 ଲକ୍ଷ କୋଟି ସହ ଏହାର ସର୍ବୋଚ୍ଚ ସ୍ତରରେ ରହିଥିଲା ବେଳେ 2020 ସେପ୍ଟେମ୍ବର ଶେଷ ସୁଦ୍ଧା ଏହା ହ୍ରାସ ହୋଇ 8.08 ଲକ୍ଷ କୋଟି ଟଙ୍କା ରହିଯାଇଛି । ଅର୍ଥ ରାଷ୍ଟ୍ର ମନ୍ତ୍ରୀ ଅନୁରାଗ ଠାକୁର ମଙ୍ଗଳବାର ଏନେଇ ରାଜ୍ୟସଭାରେ ସୂଚନା ଦେଇଛନ୍ତି । ଠାକୁର କହିଛନ୍ତି ଯେ, ସରକାରଙ୍କ ଅନେକ ପଦକ୍ଷେପ ମଧ୍ୟରେ ଏନପିଏରେ ହ୍ରାସ ଦେଖାଦେଇଛି ।
ଏହା ବ୍ୟତିତ ଯେଉଁ ସବୁ ପୁର୍ନଗଠିତ ସମସ୍ୟାଗ୍ରସ୍ତ ଖାତାକୁ ପୂର୍ବରୁ କୋହଳ କରାଯାଇଥିଲା ଓ ସେ ସମ୍ବନ୍ଧରେ ବ୍ୟାଙ୍କ କ୍ଷତିର ବ୍ୟବସ୍ଥା କରିନାହିଁ । ତାହା ପାଇଁ ପ୍ରାବଧାନ କରାଯାଇଛି । ଏଭଳି ସମସ୍ତ ଋଣର ପୁର୍ନଗଠନ ସୁବିଧା ପ୍ରତ୍ୟାହାର କରାଯାଇଛି ।
ସେ କହିଛନ୍ତି କି ସରକାର ଦ୍ବାରା ସଙ୍କଟଗ୍ରସ୍ତ ଋଣର ଚିହ୍ନଟ, ସଂକଳ୍ପ, ପୁନପଞ୍ଜୀକରଣ ଓ ସୁଧାରର ରଣନୀତି ପରିମାଣ ସ୍ବରୂପ 2020 ସେପ୍ଟେମ୍ବର 30 ଯାଏଁ ଏନପିଏ 2,27,388 କୋଟି ଟଙ୍କାରୁ ହ୍ରାସ ହୋଇ 8,08,799 କୋଟି ଟଙ୍କା ରହିଯାଇଥିଲା ।