ନୂଆଦିଲ୍ଲୀ: ଆସନ୍ତା 2 ବର୍ଷ ମଧ୍ୟରେ ଉଦୀୟମାନ ଏସୀୟ ଦେଶର ବ୍ୟଙ୍କର ପୁଞ୍ଜି ହ୍ରାସ ଘଟିବ ବୋଲି ପୂର୍ବାନୁମାନ କରିଛି ମୁଡିସ ଇନଭେଷ୍ଟର୍ସ ସର୍ଭିସ । ଏଥିସହ ମୁଡିସ କହିଛି କି , ଯଦି ନୂଆ ନିବେଶ ମିଳିବ ନାହିଁ ତେବେ ଏହି ଅବଧିରେ ଭାରତ ବ୍ୟାଙ୍କର ପୁଞ୍ଜି ସବୁଠୁ ଅଧିକ ଖସିବ ।
ସୋମବାର ଜାରି ରିପୋର୍ଟରେ ମୁଡିସ କହିଛି କି, ଉଦୀୟମାନ ବଜାରର ବ୍ୟାଙ୍କ ପାଇଁ ସମ୍ପତ୍ତିର ଅନିଶ୍ଚିତ ଗୁଣବତ୍ତା ସବୁଠୁ ବଡ ଆହ୍ବାନ । ଏହାର କାରଣ କୋଭିଡ-19 ମହାମାରୀ ଯୋଗୁଁ ପରିଚାଳାନା ପରିସ୍ଥିତି ଚ୍ୟାଲେଞ୍ଜିଂ ହେବା ।
ରିପୋର୍ଟ ମୁତାବକ, ଉଦୀୟମାନ ବଜାରରେ 2021 ପାଇଁ ବ୍ୟାଙ୍କର ପରିଦୃଶ୍ୟ ନକରାତ୍ମକ ରହିଛି । ସେପଟେ ବୀମା କମ୍ପାନୀଙ୍କ ପାଇଁ ଏହା ସ୍ଥିର ଅଛି ।
ମୁଡିସ କହିଛି କି, ‘‘ ଏସିଆପେସିଫିକ ସ୍ଥାନରେ ବ୍ୟାଙ୍କରେ ବୃଦ୍ଧି ହେଉଥିବା ଏନପିଏ ଓ ବୀମା କମ୍ପାନୀର ବୃଦ୍ଧି-ହ୍ରାସ ନିବେଶ ପୋର୍ଟୋଫୋଲିୟୋ ଚିନ୍ତାର ବିଷୟ । ଆସନ୍ତା 2 ବର୍ଷ ମଧ୍ୟରେ ଉଦୀୟମାନ ଏସିଆରେ ବ୍ୟାଙ୍କର ପୁଞ୍ଜି ଖସିବ । ସାର୍ବଜନୀକ ବା ଘରୋଇ ନିବେଶ ନ ମିଳିବା ସ୍ଥିତିରେ ଭାରତ ଓ ଶ୍ରୀଲଙ୍କାର ବ୍ୟାଙ୍କ ପୁଞ୍ଜି ସର୍ବାଧିକ ହ୍ରାସ ହେବ ।