ETV Bharat / business

କାଟୁ କରୁଛି ସରକାରଙ୍କ ସଂସ୍କାର: ବ୍ୟାଙ୍କ ଖାତାକୁ ଫେରୁଛି ବୁଡିଯାଇଥିବା ଟଙ୍କା

ବ୍ୟାଙ୍କ ଖାତାକୁ ଫେରୁଛି ବୁଡିଯାଇଥିବା ଟଙ୍କା । ସଳଖୁଛି ବ୍ୟାଙ୍କ ଅଣ୍ଟା ।2018-19ରେ 1.75 ଲକ୍ଷ କୋଟି ଟଙ୍କା ଏନପିଏ ମଧ୍ୟରୁ 75,000 କୋଟି ଟଙ୍କା (43 ପ୍ରତିଶତ) ଫେରସ୍ତ ମିଳିଛି ।

ପ୍ରତିକାତ୍ମକ ଫଟୋ
author img

By

Published : May 5, 2019, 3:16 AM IST

ନୂଆଦିଲ୍ଲୀ: କାଟୁ କରୁଛି ସରକାରଙ୍କ କଡା ସଂସ୍କାର । ଖାତାକୁ ଫେରୁଛି ବୁଡିଯାଇଥିବା ଟଙ୍କା । ସଳଖୁଛି ବ୍ୟାଙ୍କ ଅଣ୍ଟା । 2018-19ରେ 1.75 ଲକ୍ଷ କୋଟି ଟଙ୍କା ଏନପିଏ ମଧ୍ୟରୁ 75,000 କୋଟି ଟଙ୍କା (43 ପ୍ରତିଶତ) ଫେରସ୍ତ ମିଳିଛି । ଶନିବାର ଏନେଇ ରିପୋର୍ଟ ପ୍ରକାଶ ପାଇଛି ।

ସରକାରଙ୍କ ଏହି ରିପୋର୍ଟ ଟି ଅଧିକ ଗୁରୁତ୍ବପୂର୍ଣ୍ଣ । କାରଣ ଚଳିତ ମାସ ଦେବାଳିଆ ଆଇନକୁ 3 ବର୍ଷ ପୂରିବ । ମାର୍ଚ୍ଚ ପର୍ଯ୍ୟନ୍ତ , ବିଭିନ୍ନ ଦେବାଳିଆ ଏବଂ ଋଣ ଶୋଧନ ଅକ୍ଷମତା ନ୍ୟାୟଧିକରଣଙ୍କ ପାଖରେ 1,143 ମାମଲା ପଡିରହିଛି । ଆଉ ଏଥିମଧ୍ୟରୁ 32 ପ୍ରତିଶତ ମାମଲା 270 ଦିନରୁ ଅଧିକ ସମୟ ଧରି ପେଣ୍ଡିଂ ରହିଛି । ଏହି 94ଟି ମାମଲା ସମାଧାନ ପାଇଁ 270 ବଦଳରେ 324 ଦିନ ନେଇଥିଲା ।

ପ୍ରକାଶ ଥାଉ ଯେ, ବହୁ ବଡ ବଡ ଶିଳ୍ପପତିଙ୍କ ଯୋଗୁଁ ବ୍ୟାଙ୍କ ଗୁଡିକ ଅନାଦେୟ ଋଣ ଭାରରେ ବୁଡିଚାଲିଥିଲେ । ଯେଉଁଥି ପାଇଁ ସୁଧହାର ବଢିବା ସହ ଋଣ ପରିସୀମା ସଙ୍କୁଚିତ ହୋଇଯାଇଥିଲା । ପରେ ବାଧ୍ୟ ହୋଇ ସରକାର ବ୍ୟାଙ୍କ ଗୁଡିକୁ ଟଙ୍କା ଦେଇ ସେମାନଙ୍କ ଆର୍ଥିକ ସ୍ଥିତିକୁ ମଜବୁତ କରିଚାଲିଛନ୍ତି । ଏପଟେ ଟଙ୍କା ଠକି ଫେରାର ହୋଇଥିବା ପଳାତକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଟଙ୍କା ଆଦାୟ କରିବାକୁ ସକ୍ଷମ ହୋଇଛନ୍ତି ।

Intro:Body:

blank

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.