ETV Bharat / business

କୋରୋନା ମୁକାବିଲା: ସୁଧ ହାର କମାଇଲା ବ୍ୟାଙ୍କ ଅଫ ଇଂଲଣ୍ଡ - ଅର୍ଥନୀତି ଉପରେ କୋରୋନା ପ୍ରଭାବ

ପ୍ରାଣଘାତୀ କୋରୋନା ଭାଇରସ ମୁକାବିଲା ପାଇଁ ପ୍ରସ୍ତୁତ ହେଉଛି ବ୍ରିଟେନ ବ୍ୟାଙ୍କ । ଲୋକଙ୍କ ରୋଜଗାର କମ୍ପାନୀଙ୍କ କାରବାର ସହ ଆର୍ଥିକ ସ୍ଥିରତା ବଜାୟ ରଖିବାକୁ ସୁଧହାର କମାଇଲା ବ୍ୟାଙ୍କ ଅଫ ଇଂଲଣ୍ଡ ।

Bank of England cuts key interest rate in response to virus
କୋରୋନା ମୁକାବିଲା: ସୁଧ ହାର କମାଇଲା ବ୍ୟାଙ୍କ ଅଫ ଇଂଲଣ୍ଡ
author img

By

Published : Mar 11, 2020, 5:33 PM IST

ଲଣ୍ଡନ: ବୃଦ୍ଧି ପାଉଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏଥିଯୋଗୁଁ ଆତଙ୍କିତ ବିଶ୍ବବାସୀ । ଫଳରେ ବିଗୁଡିଛି ବେପାର । ଏଣୁ ଏହି ଭାଇରସ ପ୍ରଭାବର ମୁକାବିଲା ପାଇଁ ବ୍ୟାଙ୍କ ଅଫ ଇଂଲଣ୍ଡ ବୁଧବାର ଏହାର ମୁଖ୍ୟ ସୁଧ ହାରକୁ 0.5 ପ୍ରତିଶତ ହ୍ରାସ କରି 0.25 ପ୍ରତିଶତ ରଖିଛି ।

କେନ୍ଦ୍ରୀୟ ବ୍ୟାଙ୍କ ଏ ନେଇ କହିଛି ଯେ, ଏଭଳି କଷ୍ଟ ସମୟରେ ଏହି ପଦକ୍ଷେପ କମ୍ପାନୀଙ୍କୁ ସହାୟତା ଓ ଗ୍ରାହକଙ୍କ ଆତ୍ମବିଶ୍ବାସ ବଢାଇବାରେ ସାହାଯ୍ୟ କରିବ । ବ୍ରିଟିଶ ଅର୍ଥନୀତି ଉପରେ କୋରୋନା ଭାଇରସ ପ୍ରଭାବ ଅଧିକ ହୋଇପାରେ । ଏଥିଯୋଗୁଁ ଆଗାମୀ ଦିନରେ ଆର୍ଥିକ କାର୍ଯ୍ୟକଳାପ ଯଥେଷ୍ଟ ଦୁର୍ବଳ ହୋଇପାରେ ବୋଲି ଆଶଙ୍କା କରାଯାଉଛି ।

ବ୍ୟାଙ୍କ ଏକ ବିବୃତ୍ତିରେ କହିଛି ଯେ, କୋରୋନାରେ ପ୍ରଭାବିତ ଅଞ୍ଚଳରେ ଉପୁଜିଥିବା ଆର୍ଥିକ ସମସ୍ୟାକୁ ଦୃଷ୍ଟିରେ ରଖି ବ୍ରିଟିଶ କମ୍ପାନୀ ଏବଂ ପରିବାରକୁ ସାହାଯ୍ୟ ପାଇଁ ସୁଧ ହାର ହ୍ରାସ ହେଉଛି ।

ଏହି ପଦକ୍ଷେପ ଗୁଡିକ କମ୍ପାନୀଙ୍କ କାରବାର ଓ ଲୋକଙ୍କ ରୋଜଗାରକୁ ସ୍ଥିର ରଖିବାରେ ସାହାଯ୍ୟ କରିବ । ଏଥିସହ ଏହା ଅସ୍ଥାୟୀ ପ୍ରତିବନ୍ଧକକୁ ଦୂର କରିବାରେ ସହଯୋଗ ହେବ | ବ୍ରିଟେନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 373 ରେ ପହଞ୍ଚିଥିବା ବେଳେ 6 ଜଣଙ୍କ ମୃତ୍ୟୁ ଘଟିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.