ETV Bharat / business

ବଜାଜ ଅଟୋ ଗ୍ରାହକଙ୍କ ପାଇଁ ଖୁସି ଖବର, ବଢିଲା ଫ୍ରି ସର୍ଭିସ ଅବଧି - ବଜାଜ ଅଟୋ ଗ୍ରାହକ

କୋଭିଡ-19 ମହାମାରୀର ଦ୍ବିତୀୟ ଲହରକୁ ରୋକିବା ପାଇଁ ସ୍ଥାନୀୟ ସ୍ତରରେ ଲାଗୁ ଲକଡାଉନ ହୋଇଛି । ଏହାକୁ ଦୃଷ୍ଟିରେ ରଖି ବଜାଜ ଅଟୋ ବଢାଇଛି ଫ୍ରି ସର୍ଭିସ ଅବଧି । ଅଧିକ ପଢନ୍ତୁ..

Bajaj Auto extends free service period of all models till July 31

author img

By

Published : May 19, 2021, 6:16 PM IST

ନୂଆଦିଲ୍ଲୀ: ବଜାଜ ଅଟୋ ଗାଡି ଥିଲେ ଆପଣଙ୍କ ପାଇଁ ରହିଛି ଖୁସି ଖବର । ବଜାଜ ଅଟୋ ତାର ସବୁ ମଡେଲର ମାଗଣା ସର୍ଭିସ ଅବଧି ଜୁଲାଇ 31 ଯାଏଁ ବଢାଇଛି । ବଜାଜ ଅଟୋ ସମଗ୍ର ଦେଶରେ ଏଭଳି ସୁବିଧା ଦେଇଥିବା ନେଇ ବୁଧବାର କହିଛି ।

ଅନେକ ରାଜ୍ୟ ଦ୍ବାରା କୋଭିଡ-19 ମହାମାରୀର ଦ୍ବିତୀୟ ଲହରକୁ ରୋକିବା ପାଇଁ ସ୍ଥାନୀୟ ସ୍ତରରେ ଲକଡାଉନ ଲାଗୁ ହୋଇଛି । ଏଣୁ ଯାତାୟତ ବି ବନ୍ଦ ରହିଛି । ଏହାକୁ ଦୃଷ୍ଟିରେ ରଖି କମ୍ପାନୀ ଏଭଳି ନିଷ୍ପତ୍ତି ନେଇଛି । ଏକ ବିବୃତ୍ତିରେ କମ୍ପାନୀ କହିଛି କି ଏପ୍ରିଲ ପହିଲାରୁ ମେ 31 ମଧ୍ୟରେ ଶେଷ ହେବାକୁ ଥିବା ଗାଡିର ମାଗଣା ସେବା ଅବଧି ଏବେ ଜୁଲାଇ 31 ଯାଏଁ ବଢାଇ ଦିଆଯାଇଛି ।

ତେବେ ବଢିଥିବା ମାଗଣା ସର୍ଭିସ ଅବଧି ସମସ୍ତ ଦୁଇଚକିଆ ଓ ବାଣିଜ୍ୟିକ ବାହାନ ଉପରେ ଲାଗୁ ରହିଛି । ବଜାଜ ଅଟୋର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରାକେଶ ଶର୍ମା କହିଛନ୍ତି ‘‘ ଗତ ବର୍ଷ ଭଳି ଆମେ ନିଜ ସମସ୍ତ ଗ୍ରାହକଙ୍କ ପାଇଁ ପୁଣି ଥରେ ସର୍ଭିସ ଅବଧିକୁ ଦୁଇ ମାସ ପାଇଁ ବଢାଉଛୁ । ’’

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.