ETV Bharat / business

କୋଭିଡ ଝଟକା: କର୍ମଚାରୀଙ୍କ ଦରମା ଇନକ୍ରିମେଣ୍ଟ 3.6 ପ୍ରତିଶତକୁ ଖସିଲା

author img

By

Published : Aug 24, 2020, 4:54 PM IST

ଚଳିତ ଆର୍ଥିକ ବର୍ଷରେ କର୍ମଚାରୀଙ୍କ ଦରମା ବୃଦ୍ଧିରେ ଦୁଇଟି ଜିନିଷ 'ସମୟ' ଏବଂ କୋଭିଡ -19 ର ପ୍ରଭାବ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଯେଉଁଥିପାଇଁ କର୍ମଚାରୀଙ୍କ ହାରାହାରୀ ଦରମା ବୃଦ୍ଧି 3.6 ପ୍ରତିଶତକୁ ହ୍ରାସ ପାଇଛି । ଅଧିକ ପଢନ୍ତୁ..

ଚଳିତ ଆର୍ଥିକ ବର୍ଷ ମାତ୍ର 3.6 ପ୍ରତିଶତ ବଢିଛି କର୍ମଚାରୀଙ୍କ  ଦରମା

ନୂଆଦିଲ୍ଲୀ: କୋରୋନା ଭାଇରସ ମହାମାରୀ ମଧ୍ୟରେ କମ୍ପାନୀଗୁଡିକ ଚଳିତ ଆର୍ଥିକ ବର୍ଷ 2020-21ରେ ନିଜ କର୍ମଚାରୀଙ୍କ ଦରମା ହାରାହାରି 3.6 ପ୍ରତିଶତ ବଢାଇଛନ୍ତି । ଗତ ଆର୍ଥିକ ବର୍ଷରେ କର୍ମଚାରୀଙ୍କ ଦରମା ହାରାହାରି 8.6 ପ୍ରତିଶତ ବଢିଥିଲା ।

ଅଗ୍ରଣୀ ପରାମର୍ଶଦାତା କମ୍ପାନୀ ଡେଲୋଏଟ୍ ଟଚ୍ ଟୋହମାଟସୁ ଇଣ୍ଡିଆ (Deloitte Touche Tohmatsu India)LLP ଦ୍ୱାରା କରାଯାଇଥିବା ଏକ ସର୍ଭେରେ ଏହି ତଥ୍ୟ ପ୍ରକାଶ ପାଇଛି । ସର୍ବେକ୍ଷଣ ଅନୁଯାୟୀ, ଚଳିତ ଆର୍ଥିକ ବର୍ଷରେ କର୍ମଚାରୀଙ୍କ ଦରମା ବୃଦ୍ଧିରେ ଦୁଇଟି ଜିନିଷ 'ସମୟ' ଏବଂ କୋଭିଡ -19 ର ପ୍ରଭାବ ପ୍ରମୁଖ ଭୂମିକା ଗ୍ରହଣ କରିଛି ।

ସୋମବାର ପ୍ରକାଶ ପାଇଥିବା ଏହି ସର୍ଭେ ରିପୋର୍ଟରେ କୁହାଯାଇଛି ଯେ, 2020 ମାର୍ଚ୍ଚ ରେ ଲକଡାଉନ ଆରମ୍ଭ ପୂର୍ବରୁ ଦରମା ବୃଦ୍ଧି ବିଷୟରେ ନିଷ୍ପତ୍ତି ନେଇଥିବା ସଙ୍ଗଠନ ଗୁଡିକ ଅନ୍ୟ କର୍ମଚାରୀଙ୍କ ତୁଳନାରେ ନିଜ କର୍ମଚାରୀଙ୍କୁ ଅଧିକ ଦରମା ପ୍ରଦାନ କରିଛନ୍ତି। ସେହିପରି , ବହୁ ସଂଖ୍ୟକ କମ୍ପାନୀ ବିଶ୍ବାସ କରନ୍ତି ଯେ କୋଭିଡ -19 ଯୋଗୁଁ ସେମାନଙ୍କ ଆୟ 2020-21 ରେ 20 ପ୍ରତିଶତରୁ ଅଧିକ ହ୍ରାସ ପାଇବ। ଏହିପରି କମ୍ପାନୀଗୁଡିକ ସେମାନଙ୍କର କର୍ମଚାରୀଙ୍କ ବହୁତ କମ ଇନକ୍ରିମେଣ୍ଟ ବା ଦରମା ବୃଦ୍ଧି କରିଛନ୍ତି ।

ସର୍ବେ ଅନୁଯାୟୀ, "2020 ରେ କେବଳ 10 ଟି ମଧ୍ୟରୁ 4 କମ୍ପାନୀ କର୍ମଚାରୀଙ୍କ ଦରମା ବୃଦ୍ଧି କରିଛନ୍ତି। 33 ପ୍ରତିଶତ କମ୍ପାନୀ କର୍ମଚାରୀଙ୍କ ଦରମାରେ କୌଣସି ବୃଦ୍ଧି ନକରିବାକୁ ନିଷ୍ପତ୍ତି ନେଇଛନ୍ତି। ସେପଟେ ଅନ୍ୟ କମ୍ପାନୀଗୁଡିକ ଏପର୍ଯ୍ୟନ୍ତ ଏସମ୍ଭନ୍ଧରେ ନିଷ୍ପତ୍ତି ନେଇ ନାହାଁନ୍ତି। ଏହି ହିସାବରେ, 2020 ରେ ହାରାହାରୀ ଦରମା ବୃଦ୍ଧି 3.6 ପ୍ରତିଶତ ଅଟେ, ଯାହା ପୂର୍ବ ବର୍ଷର ଅଧାରୁ କମ ଅଟେ। ଗତ ବର୍ଷ କମ୍ପାନୀଗୁଡିକ ସେମାନଙ୍କ କର୍ମଚାରୀଙ୍କୁ 8.6 ପ୍ରତିଶତ ଦରମା ବୃଦ୍ଧି ପ୍ରଦାନ କରିଥିଲେ।

ସର୍ଭେର କୁହାଯାଇଛି କି, ଦରମା ବୃଦ୍ଧିର ଏହି ରିପୋର୍ଟ 10 ବର୍ଷର ସର୍ବନିମ୍ନ । ଚଳିତ ଆର୍ଥିକ ବର୍ଷରେ 10 ପ୍ରତିଶତରୁ କମ କମ୍ପାନୀ ସେମାନଙ୍କ କର୍ମଚାରୀଙ୍କୁ 10 ପ୍ରତିଶତରୁ ଅଧିକ ଦରମା ବୃଦ୍ଧି ପ୍ରଦାନ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.