ETV Bharat / business

APP କରୁଛି କାମ, 30 ଲକ୍ଷ କର୍ମଚାରୀଙ୍କୁ ଛଟେଇ କରିବ IT କମ୍ପାନୀ - କର୍ମଚାରୀ ଛଟେଇ

ଖର୍ଚ୍ଚ ବଞ୍ଚାଇବାକୁ ଆଇଟି କମ୍ପାନୀ କରିବ ବଡ ପରିମାଣରେ ଛଟେଇ । 2022 ସୁଦ୍ଧା 30 ଲକ୍ଷ କର୍ମଚାରୀଙ୍କୁ ଛଟେଇ କରିବ ଆଇଟି କମ୍ପାନୀ । ଅଧିକ ପଢନ୍ତୁ...

APP କରୁଛି କାମ ,  30 ଲକ୍ଷ କର୍ମଚାରୀଙ୍କୁ ଛଟେଇ କରିବ IT କମ୍ପାନୀ

author img

By

Published : Jun 18, 2021, 7:01 AM IST

ମୁମ୍ବାଇ: 2022 ସୁଦ୍ଧା 30 ଲକ୍ଷ କର୍ମଚାରୀଙ୍କୁ ଛଟେଇ କରିବ ଆଇଟି କମ୍ପାନୀ । ଏହା ଦ୍ବାରା ଏସବୁ କମ୍ପାନୀଗୁଡିକର 100 ଅରବ ଡଲାରର ସଞ୍ଚୟ ହେବ । ଯାହାର ଅଧିକାଂଶ ଅଂଶ ବାର୍ଷିକ ଦରମା ଉପରେ ଖର୍ଚ୍ଚ ହୋଇଥାଏ । ଏକ ରିପୋର୍ଟରେ ଏନେଇ ସୂଚନା ଦିଆଯାଇଛି ।

ବିଭିନ୍ନ ଶିଳ୍ପରେ ବିଶେଷ କରି ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସ୍ବଚାଳନାର ଗତି ଧରିବା ସହ 1.6 କୋଟି ଲୋକଙ୍କୁ ରୋଜଗାର ଦେଉଛି ଘରୋଇ ସଫ୍ଟୱେର କମ୍ପାନୀ । ନାସକମ୍ ଅନୁଯାୟୀ, ଘରୋଇ ଆଇଟି କ୍ଷେତ୍ରରେ ପ୍ରାୟ 1.6 କୋଟି ଲୋକ ନିଯୁକ୍ତି ପାଇଛନ୍ତି । ସେମାନଙ୍କ ମଧ୍ୟରୁ 90 ଲକ୍ଷ ଲୋକ ସ୍ବଳ୍ପ ଦକ୍ଷତା ସେବା ଏବଂ ବିପିଓ ସେବାରେ ନିୟୋଜିତ ଅଛନ୍ତି ।

ବୁଧବାର ଜାରି ବ୍ୟାଙ୍କ ଅଫ୍ ଆମେରିକାର ଏକ ରିପୋର୍ଟ ଅନୁଯାୟୀ, ଏହି 90 ଲକ୍ଷ ଲୋକଙ୍କ ମଧ୍ୟରୁ 30 ପ୍ରତିଶତ କିମ୍ବା ପ୍ରାୟ 30 ଲକ୍ଷ ଲୋକ ଚାକିରୀ ହରାଇବେ । ଆଉ ଏହାର ମୁଖ୍ୟ କାରଣ ହେଉଛି ରୋବୋଟିକ୍ ପ୍ରୋସେସ୍ ଅଟୋମେସନ୍ ବା ଆରପିଏ । କେବଳ ଆରପିଏ ପ୍ରାୟ ସାତ ଲକ୍ଷ କର୍ମଚାରୀଙ୍କ ସ୍ଥାନ ନେବ । ଆଉ ବାକି ଚାକିରି, ଅନ୍ୟାନ୍ୟ ବୈଷୟିକ ଆପ୍ ଗ୍ରେଡେସନ୍ ଏବଂ ଦକ୍ଷତା ବୃଦ୍ଧି ହେତୁ ଯିବ ।

ଏଥିରେ ଆହୁରୀ ମଧ୍ୟ କୁହାଯାଇଛି କି ଆରପିଏର ଆମେରିକାରେ ଖରାପ ପ୍ରଭାବ ପଡିବ । ସେଠାରେ ପ୍ରାୟ 10 ଲକ୍ଷ ଚାକିରୀ ଯିବ । ରିପୋର୍ଟ ଅନୁସାରେ ଭାରତରେ ରିସୋର୍ସ ପାଇଁ କର୍ମଚାରୀଙ୍କ ଦରମା ଉପରେ ବାର୍ଷିକ 25000 ଡଲାର ଓ ଆମେରିକୀୟ ରିସୋର୍ସ ପାଇଁ 50,0000 ଡଲାର ଖର୍ଚ୍ଚ ଆଧାର ଉପରେ ଏହାକୁ କର୍ପୋରେଟ ପାଇଁ ବାର୍ଷିକ ଦରମା ତଥା ସମ୍ବନ୍ଧିତ ଖର୍ଚ୍ଚ ଉପରେ ପ୍ରାୟ 100 ଅରବ ଡଲାର ସଞ୍ଚୟ ହେବ ।

‘‘ଟିସିଏସ, ବିପ୍ରୋ, ଇମ୍ଫୋସିସ, ଏଚସିଏଲ , ଟେକ ମହିନ୍ଦ୍ରା, କୋଗ୍ନିଜେଣ୍ଟ ଓ ଅନ୍ୟ ଆରପିଏ କୌଶଳ ବୃଦ୍ଧି ମଧ୍ୟରେ 2022 ପର୍ଯ୍ୟନ୍ତ କମ କୌଶଳ ଥିବା ଭୂମିକାରେ 30 ଲକ୍ଷ ସଞ୍ଚୟ ପାଇଁ ଯୋଜନା କରୁଥିବା ଜଣାପଡିଛି ।

RPA ଏକ ରୋବଟ୍ ନୁହେଁ ବରଂ ସଫ୍ଟୱେର୍ ର ଏକ ଆପ୍ଲିକେଶନ । ଯାହା ନିୟମିତ ଏବଂ କଠିନ ପରିଶ୍ରମ କାମ କରିଥାଏ । ଏହା କର୍ମଚାରୀମାନଙ୍କୁ ଅଧିକ ଭିନ୍ନ କାର୍ଯ୍ୟ ଉପରେ ଧ୍ୟାନ ଦେବାକୁ ସାହାଯ୍ୟ କରିଥାଏ । ଏହା ସାଧାରଣ ସଫ୍ଟୱେର ଆପ୍ଲିକେଶନ ଭଳି ନୁହେଁ । କାରଣ ଏହା କର୍ମଚାରୀଙ୍କ କାର୍ଯ୍ୟ କରିବାର ଶୈଳର ନକଲ କରିଥାଏ । ଏହା ସମୟ ସଞ୍ଚୟ କରେ, ମୂଲ୍ୟ ହ୍ରାସ କରେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.