ETV Bharat / business

ଅଟକିଛି ଅଟୋ ଉଦ୍ୟୋଗ ଉତ୍ପାଦନ, ଯୋଗାଣ ଆରମ୍ଭକୁ ଅପେକ୍ଷା

author img

By

Published : Apr 27, 2020, 8:49 PM IST

ଯୋଗାଣ ଶୃଙ୍ଖଳା ଖୋଲିନଥିବାରୁ ଗାଡି ନିର୍ମାତା ସେମାନଙ୍କ ଉତ୍ପାଦନ ଆରମ୍ଭ କରୁନାହାନ୍ତି । ଏଥିପାଇଁ ବି ବଡ ବଡ ଗାଡି କମ୍ପାନୀଙ୍କ ଉତ୍ପାଦନ ଏଯାଏଁ ଆରମ୍ଭ ହୋଇନାହିଁ ।

automakers yet to resume production wait for supply chain to restart
ଅଟକିଛି ଅଟୋ ଉଦ୍ୟୋଗ ଉତ୍ପାଦନ , ଯୋଗାଣ ଆରମ୍ଭକୁ ଅପେକ୍ଷା

ନୂଆଦିଲ୍ଲୀ: ଉଦ୍ୟୋଗକୁ ଆଶିଂକ ଭାବେ ପୁଣି ଖୋଲିବାକୁ ଅନୁମତି ଦେଇଛନ୍ତି କେନ୍ଦ୍ର ସରକାର । ହେଲେ ଏହି ଅନୁମତିର ସପ୍ତାହେ ପରେ ବି ମାରୁତି ସୁଜୁକି, ଟାଟା ମୋଟର୍ସ, ଟୋୟଟା ଓ ମର୍ସଡିଜ ବେଞ୍ଜ ଭଳି କମ୍ପାନୀଙ୍କ ଉତ୍ପାଦନ ଆରମ୍ଭ ହେବା ବାକି ରହିଛି । ଆଉ ଏହାର ମୁଖ୍ୟ କାରଣ ହେଉଛି ଯୋଗାଣ ଶୃଙ୍ଖଳା ବାଧାପ୍ରାପ୍ତ ହେବା ।

କମ୍ପାନୀ କହିଛି ଯେ, ସେମାନଙ୍କ ଯୋଗାଣକାରୀ ଏବଂ ଡିଲରମାନେ ଦେଶର ଅନେକ ଅଞ୍ଚଳରେ ଏବେ ମଧ୍ୟ ଲକଡାଉନରେ ରହିଛନ୍ତି । ଏଣୁ ଯନ୍ତ୍ରାନ୍ସ ନିର୍ମାତାଙ୍କ ଠାରୁ ଡିଲର ପର୍ଯ୍ୟନ୍ତ ଯୋଗାଣ ରାସ୍ତା ଖୋଲିବା ଆବଶ୍ୟକ । ଏହି ପରିପ୍ରେକ୍ଷୀରେ ମାରୁତି ସୁଜୁକି ଇଣ୍ଡିଆର ମୁଖପାତ୍ର କହିଛନ୍ତି ଯେ, ସେମାନଙ୍କ ଉତ୍ପାଦନ ଏ ପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ ।

ଗତ ସପ୍ତାହରେ ହରିୟାଣା ସରକାର କମ୍ପାନୀଙ୍କୁ ମାନସର କାରଖାନା ପୁଣି ଆରମ୍ଭ କରିବାକୁ ଅନୁମତି ଦେଇଥିଲେ । ହେଲେ କମ୍ପାନୀର ଅଧ୍ୟକ୍ଷ ଆର.ସି ଭାର୍ଗଭ କହିଥିଲେ ଯେ, ଯେବେ କମ୍ପାନୀ ଲଗାତାର ଗାଡି ଉତ୍ପାଦନ ଓ ବିକ୍ରି ପାଇଁ ସକ୍ଷମ ହେବ, ସେତେବେଳେ କାରଖାନା ଆରମ୍ଭ ହେବ ।

ଦୁଇଚକିଆ ଯାନ କମ୍ପାନୀ ହୋଣ୍ଡା ମୋଟରସାଇକେଲ ଓ ସ୍କୁଟର ଇଣ୍ଡିଆ , ୟମହା ମୋଟର ନିଜ କଳକାରଖାନାରେ ଲକଡାଉନ ପରେ ଉତ୍ପାଦନ ଆରମ୍ଭ ନେଇ ଆଶା ପ୍ରକାଶ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.