ETV Bharat / business

ରୋଜଗାର ଗିଳିଲା କୋରୋନା, ବନ୍ଦ ହେଲା 71 ଲକ୍ଷ ପିଏଫ ଆକାଉଣ୍ଟ

author img

By

Published : Mar 17, 2021, 6:32 PM IST

2020-21 ଆର୍ଥିକ ବର୍ଷର ଏପ୍ରିଲରୁ ଡିସେମ୍ବର ମଧ୍ୟରେ ବନ୍ଦ ହୋଇଥିବା ପିଏଫ ଆକାଫଣ୍ଟ ସଂଖ୍ୟା 6.5 ପ୍ରତିଶତ ବଢିଛି । ଯାହାକି 2019-20 ଆର୍ଥିକ ବର୍ଷର ପ୍ରଥମ 9 ମାସରେ 66.7 ଲକ୍ଷ ଆକାଉଣ୍ଟ ବନ୍ଦ ହୋଇଥିଲା ।

ରୋଜଗାର ଗିଳିଲା କୋରୋନା, ବନ୍ଦ ହେଲା 71 ଲକ୍ଷ ପିଏଫ ଆକାଉଣ୍ଟ
ରୋଜଗାର ଗିଳିଲା କୋରୋନା, ବନ୍ଦ ହେଲା 71 ଲକ୍ଷ ପିଏଫ ଆକାଉଣ୍ଟ

ନୂଆଦିଲ୍ଲୀ: କୋଭିଡ-19 ମହାମାରୀ ପ୍ରତିହିତ ପାଇଁ ଲାଗୁ ଲକଡାଉନ ପ୍ରଭାବ ଜୀବନ ସହ ଜୀବିକା ଉପରେ ଗଭୀର ଭାବେ ଦେଖିବାକୁ ମିଳିଛି । କୋରୋନା ଲକ୍ଷାଧିତ ଚାକିରୀ ଗିଳିଥିବା ବେଳେ ରୋଜଗାର ହରାଇ ହଜାର ସଂଖ୍ୟକ ଲୋକ ବେକାର ହୋଇଛନ୍ତି । ଯାହାର ପ୍ରଭାବରେ ଚଳିତ ଆର୍ଥିକ ବର୍ଷର ପ୍ରଥମ 9 ମାସରେ 71 ଲକ୍ଷ ପିଏଫ ( ଭବିଷ୍ୟନିଧି ପାଣ୍ଠି) ଆକାଉଣ୍ଟ ବନ୍ଦ ହୋଇଛି ।

ଲୋକସଭାରେ ଏକ ଲିଖିତ ଉତ୍ତରେ ଶ୍ରମମନ୍ତ୍ରୀ ସନ୍ତୋଷ ଗଙ୍ଗୱାର ଦେଇଥିବା ସୂଚନା ଅନୁସାରେ 2020-21 ଆର୍ଥିକ ବର୍ଷର ଏପ୍ରିଲରୁ ଡିସେମ୍ବର ମଧ୍ୟରେ ବନ୍ଦ ହୋଇଥିବା ପିଏଫ ଆକାଫଣ୍ଟ ସଂଖ୍ୟା 6.5 ପ୍ରତିଶତ ବଢିଛି । ଯାହାକି 2019-20 ଆର୍ଥିକ ବର୍ଷର ପ୍ରଥମ 9 ମାସରେ 66.7 ଲକ୍ଷ ଆକାଉଣ୍ଟ ବନ୍ଦ ହୋଇଥିଲା ।

ତେବେ ଇପିଏଫ ଆକାଉଣ୍ଟ ବନ୍ଦ ହେବାର ଅନେକ କାରଣ ରହିଛି । ଏଥିରେ ଅବସର, ଚାକିରି ଯିବା ଓ ଚାକିରୀ ବଦଳାଇବା ବି ସାମିଲ ଅଛି । ଏହି ସମୟରେ ଦେଶର 5 କୋଟିରୁ ଅଧିକ ଆକ୍ଟିଭ ଇପିଏଫ ଆକାଉଣ୍ଟସ ରହିଛି ।

ତେବେ ଚଳିତ ଆର୍ଥିକ ବର୍ଷର ପ୍ରଥମ 9 ମାସ ଭିତରେ ଇପିଏଫ ଆକାଉଣ୍ଟରୁ ଉଠାଣ 33 ପ୍ରତିଶତ ବଢିଛି । 2020 ଏପ୍ରିଲ-ଡିସେମ୍ବରରେ ଇପିଏଫ ଆକାଉଣ୍ଟଗୁଡିକରୁ ମୋଟ 73498 କୋଟି ଟଙ୍କା ଉଠାଣ ହୋଇଥିଲା । ଯାହାକି ଗତ ଆର୍ଥିକ ବର୍ଷ ସମାନ ଅବଧିରେ 55125 କୋଟି ଥିଲା ।

କୋରୋନା ଭାଇରସ ମହାମାରୀ କାରବାର ଜଗତ ପାଇଁ ଅଦ୍ଭୁଦପୂର୍ବ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଅନେକ ବିଜନେସ ବନ୍ଦ ହୋଇଥିଲା ବେଳେ ଲକଡାଉନ କାରଣରୁ ବହୁ କମ୍ପାନୀରେ ତାଲା ଝୁଲିଲା । ଉତ୍ପାଦନ ଓ ବ୍ୟବସାୟ ବନ୍ଦ କାରଣରୁ କମ୍ପାନୀ ମାନେ ଖର୍ଚ୍ଚ କାଟ ପାଇଁ କର୍ମଚାରୀଙ୍କୁ ଚାକିରୀରୁ ହଟାଇଲେ । ଫଳରେ ପିଏଫ ଆକାଉଣ୍ଟ ବହୁତ ସଂଖ୍ୟକ ବନ୍ଦ ସହ ଉଠାଣ ପରିମାଣ ବଢିଛି । 2019ରେ ଇପିଏଫଓ ଉଠାଣ 54.4 ଲକ୍ଷ ଥିଲା । 2020 ରେ ଏହା ଦ୍ବିଗୁଣା ହୋଇ 1.3 କୋଟିରେ ପହଁଞ୍ଚିଛି ।

ସରକାର କୋରୋନା ସଙ୍କଟରେ ଜୁଝୁଥିବା ଘରୋଇ କ୍ଷେତ୍ରର କର୍ମଚାରୀଙ୍କୁ ନିଜ ଇପିଏଫ ଖାତାରୁ ଟଙ୍କା ଉଠାଣର ସୁଯୋଗ ଦେଇଥିଲା । ସେମାନେ ନିଜ ସଞ୍ଚୟର 75 ପ୍ରତିଶତ ପର୍ଯ୍ୟନ୍ତ ଉଠାଣ କରିବାକୁ ଅନୁମତି ପାଇଥିଲେ । କୋରୋନା ସଙ୍କଟ ସମୟରେ ଚାକିରୀ ହରାଇଥିବା ଅନେକ ଲୋକ ଏହି ସୁବିଧାର ଲାଭ ଉଠାଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.