ହାଇଦ୍ରାବାଦ: COVID-19 ମହାମାରୀ, ଯାହା ଆମ ଆଖି ସାମ୍ନାରେ ଉନ୍ମୋଚିତ ହୋଇଛି, ଏକ ବିଶ୍ୱଯୁଦ୍ଧର ତୀବ୍ରତାରେ ବିନାଶ ହେବାର ଆଶଙ୍କା ରହିଛି । ପ୍ରତିଷେଧକ ପଦକ୍ଷେପ ନେବାରେ ବିଫଳ ହୋଇଥିବା ଦେଶଗୁଡିକ ମାନବିକ କ୍ଷତିର ସମ୍ମୁଖୀନ ହୋଇଛନ୍ତି । ଆଉ ଯେଉଁମାନେ ସତର୍କତା ଅବଲମ୍ବନ କରିଛନ୍ତି ସେମାନେ ଗୁରୁତର ଆର୍ଥିକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଦେଶରେ ମୋଟ ଘରୋଇ ଉତ୍ପାଦ(ଜିଡିପି) ଗଭୀର ଭାବେ ହ୍ରାସ ପାଇବା ଆଶଙ୍କା ଦେଖାଦେଇଛି ।
ମାନବ ଜୀବନକୁ ପ୍ରାଧାନ୍ୟ ଦେଇ ମାର୍ଚ୍ଚ 25ରୁ ଦେଶବ୍ୟାପି ଲକଡାଉନ ଜାରି କରିବା ସହ ଦେଶର ଅର୍ଥନୀତି ଆଇସିୟୁରେ ଭର୍ତ୍ତି କରିଦିଆଯାଇଛି । ଜନତାଙ୍କ ସ୍ବାସ୍ଥ୍ୟର ସୁରକ୍ଷା ହେଉଛି ସରକାରଙ୍କ ସାମ୍ବିଧାନିକ ଦାୟିତ୍ବ । ଯେତେବେଳେ ରାଜ୍ୟ ସରକାର ସେମାନଙ୍କ ଜନତାଙ୍କ ଜୀବନକୁ ବଞ୍ଚାଇବାକୁ ସମସ୍ତ ଶକ୍ତିକୁ ଖର୍ଚ୍ଚ କରୁଛନ୍ତି ସେହି ସମୟରେ ଆର୍ଥିକ ଘାଟା ବଡ ଚ୍ୟାଲେଞ୍ଜ ସୃଷ୍ଟି କରୁଛି ।
ରାଜ୍ୟଗୁଡିକ ନିଜେ ସଂଗ୍ରହ କରୁଥିବା ଟିକସ ରାଜସ୍ବ 46 ପ୍ରତିଶତ ଏବଂ ଅଣ ଟିକସ ରାଜସ୍ବ 8 ପ୍ରତିଶତ । ଆଉ ଅବଶିଷ୍ଟ ହେଉଛି କେନ୍ଦ୍ରୀୟ କର( 26 ପ୍ରତିଶତ) ଏବଂ ଅନୁଦାନ(20 ପ୍ରତିଶତ ) ରହିଥାଏ । ହେଲେ ରାଜ୍ୟର ସରକରଙ୍କ ଗୁରୁତ୍ବପୂର୍ଣ୍ଣ ଆୟର ଉତ୍ସ ହେଉଛି SGST (39.9 ପ୍ରତିଶତ), ପେଟ୍ରୋଲିୟମ ଉତ୍ପାଦ ଉପରେ ଭାଟ (21.5 ପ୍ରତିଶତ), ସମ୍ପତ୍ତି ପଞ୍ଜିକରଣ ଉପରେ ଷ୍ଟାମ୍ପ ରେଜିଷ୍ଟ୍ରେସନ ଡ୍ୟୁଟି (11.9 ପ୍ରତିଶତ) ଓ ଗାଡିବାହନ ପଞ୍ଜିକରଣ ଟିକସ (5.7 ପ୍ରତିଶତ) ଆଦି ଲକଡାଉନ ଯୋଗୁଁ ଠପ ହୋଇଯାଇଛି । ଏଣୁଯୋଗୁଁ ରାଜ୍ୟ ରାଜକୋଷ ଏବେ ଖାଲି ।
ଉତ୍ତରପ୍ରଦେଶକୁ ଯଦି ଦେଖିବା ତେବେ ଏହି ରାଜ୍ୟକୁ ଏପ୍ରିଲ ମାସରେ କର୍ମଚାରୀଙ୍କୁ ଦରମା ଓ ପେନସନଭୋଗୀଙ୍କୁ ପେନସନ ଦେବାରେ ହିଁ 1200 କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିଛି । ହେଲେ ରାଜ୍ୟର ଆୟ ମାତ୍ର 2284 କୋଟି ଟଙ୍କା ରହିଛି । ଏଭଳି କ୍ଷେତ୍ରରେ ଆୟ ଚାରଣା ବ୍ୟୟ 1 ଟଙ୍କା ସ୍ଥିତି ଉପୁଜିଛି ।
ଆୟ ଏବଂ ବ୍ୟୟ ଅସନ୍ତୁଳନ ମଧ୍ୟରେ ଚାପି ହୋଇଥିବା ରାଜ୍ୟ ସରକାର ଏବେ କେନ୍ଦ୍ର ସହାୟତାକୁ ଅନାଇ ରହିଛନ୍ତ । ଏହା ଯୁକ୍ତିଯୁକ୍ତ ମଧ୍ୟ କି ଏଭଳି ଅସାଧାରଣ ପରିସ୍ଥିତିରେ କେନ୍ଦ୍ର ସେମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବ ବୋଲି ଆଶା କରିବା । ଏଣୁ ଏଭଳି ଆର୍ଥିକ ସଙ୍କଟରେ କେନ୍ଦ୍ର ରାଜ୍ୟକୁ ଉଦ୍ଧାର କରିବା ଜରୁରୀ ରହିଛି । ଦଶନ୍ଧି ଧରି ଭାରତୀୟ ଅର୍ଥନୀତିରେ ସହଯୋଗୀ ସଂଘୀୟତାର ଧାରଣା ଆଦର୍ଶ ହୋଇଆସୁଛି । ହେଲେ ରାଜ୍ୟର ଆର୍ଥିକ ସ୍ବାଧିନତା ବାଟବଣା ହେଉଛି । ଏପଟେ ଅର୍ଥର ପ୍ରବାହ ମଧ୍ୟ ନାହିଁ ।
2017 ରେ ଲାଗୁ ହୋଇଥିବା ଜିଏସଟି ଅଧିନିୟମ ଅନୁଯାୟୀ ରାଜ୍ୟମାନେ ସେମାନଙ୍କର ଟିକସ କ୍ଷମତାର ଏକ ବଡ ଅଂଶ ଜିଏସଟି ପରିଷଦକୁ ହସ୍ତାନ୍ତର କରନ୍ତି। ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ ପଞ୍ଚଦଶ ଅର୍ଥ ଆୟୋଗ କଣ କରିବାକୁ ଯାଉଛନ୍ତି ସେ ସମ୍ପର୍କରେ କୌଣସି ସ୍ପଷ୍ଟତା ନାହିଁ । ଏପଟେ ଆର୍ଥିକ ଦାୟିତ୍ବ ଏବଂ ବଜେଟ୍ ପରିଚାଳନା (FRBM) ଅଧିନିୟମ 2003 ଅଧୀନରେ ଋଣ ନେବା ବ୍ୟତୀତ ରାଜ୍ୟ ସରକାରଙ୍କ ପାଖରେ ଅନ୍ୟ କିଛି ବିକଳ୍ପ ନାହିଁ।
ଅଧୟନରୁ ଜଣାପଡିଛି ଯେ, କୋରୋନା କଟକଣା ଯୋଗୁଁ କେନ୍ଦ୍ର ଅପେକ୍ଷା ରାଜ୍ୟର ଆର୍ଥିକ ବଜେଟ ଅଧିକ ପ୍ରଭାବିତ ହୋଇଛି । ରାଜ୍ୟଗୁଡିକ ଆକଳନ କରିଥିଲେ ଯେ ଗତ ଆର୍ଥିକ ବର୍ଷରେ ସେମାନେ ଭାଟ୍ ଏବଂ ବିକ୍ରୟ କର ମାଧ୍ୟମରେ 3.26 ଲକ୍ଷ କୋଟି ଟଙ୍କା, ଏକ୍ସାଇଜ ଡ୍ୟୁଟି ବାବଦରେ 1.75 ଲକ୍ଷ କୋଟି ଟଙ୍କା ଓ ଷ୍ଟାମ୍ପ ଏବଂ ରେଜିଷ୍ଟ୍ରେସନ ଜରିଆରେ 1.4 ଲକ୍ଷ କୋଟି ଟଙ୍କା ପାଇବେ ! ହେଲେ କରୋନା ପ୍ରଭାବ ଯୋଗୁଁ ସମସ୍ତ ଆକଳନ ଫସର ଫାଟିଛି । ଦିନକୁ ଦିନ ଖର୍ଚ୍ଚ ଏବଂ କୋରୋନା ସଙ୍କଟ ମୁକାବିଲା ପାଇଁ ଆବଶ୍ୟକ ପାଣ୍ଠି କିପରି ପୂରଣ ହେବ ସେ ନେଇ ରାଜ୍ୟଗୁଡିକ ଚିନ୍ତା ବଢିଛି ।
ଏପଟେ ରାଜ୍ୟଗୁଡିକ କେନ୍ଦ୍ରକୁ ଆଶା ରଖିଥିଲା ବେଳେ କେନ୍ଦ୍ରର ସ୍ଥିତି ମଧ୍ୟ ଏତେଟା ଭଲ ନାହିଁ । ଏବେ ସୁଦ୍ଧା ଏପ୍ରିଲ ମାସର ଜିଏସଟି ରିପୋର୍ଟ ମଧ୍ୟ ପ୍ରକାଶ କରିନାହାନ୍ତି।