ସାନ ଫ୍ରାନ୍ସିସ୍କୋ: ବ୍ୟବହାରକାରୀଙ୍କୁ ପ୍ରାୟ 25 ଡଲାର ଲେଖାଏଁ ଦେବେ ଆପଲ ଆଇଫୋନ । ମୁଖ୍ୟ ରୂପରେ ଆଇଫୋନ 6, 7 ଏବଂ SE ଉପକରଣଗୁଡିକର ଉପଭୋକ୍ତାଙ୍କୁ ସମୁଦାୟ 500 ମିଲିୟନ୍ ଡଲାର୍ ଦେବ । 2017ରେ ବ୍ୟାଟେରୀ ସଫ୍ଟୱେର୍ ଅପଡେଟ୍ ସହିତ ଜଡିତ ଏକ ଆକ୍ସନ୍ ସମାଧାନ ମାମଲା ଅଧିନରେ ଆପଲ୍ ଏହି ନିଷ୍ପତ୍ତି ନେଇଛି ।
ପ୍ରାରମ୍ଭିକ ପ୍ରସ୍ତାବିତ ଆକ୍ସନ୍ କ୍ଲାସ୍ ସେଟଲମେଣ୍ଟକୁ ଏବେ ବି ସାନ ଜୋସ, କାଲିଫର୍ନିଆରେ ଆମେରିକୀୟ ଜିଲ୍ଲା ଜଜ୍ ଏଡୱାର୍ଡ ଡାଭିଲାଙ୍କ ଅନୁମୋଦନ ଦରକାର ରହିଛି । ଯଦି ଆପଣଙ୍କର ପାଖରେ ଏକ ଆଇଫୋନ ଅଛି ଏବଂ ଏହାର କାର୍ଯ୍ୟଦକ୍ଷତାକୁ ନେଇ ଅସନ୍ତୁଷ୍ଟ । ତେବେ ଏ ନେଇ ଅଭିଯୋଗ କରିପାରିବେ ।
2017 ରେ ଆପଲ ସ୍ବୀକାର କରିଛି ଯେ ସଫ୍ଟୱେର୍ ଅପଡେଟ୍ କାରଣରୁ କିଛି ଆଇଫୋନ୍ ମଡେଲର ବ୍ୟାଟେରୀ ଧୀମା କରିଦିଆଯାଇଛି । ଆଇଫୋନ୍ ନିର୍ମାତାଙ୍କ କହିବାନୁଯାୟୀ, ଅପ୍ରତ୍ୟାଶିତ ସଟଡାଉନକୁ ରୋକିବା ଏବଂ ଉପକରଣ ଗୁଡ଼ିକର ଜୀବନ ବଞ୍ଚାଇବା ପାଇଁ ଏହି ଅପଡେଟ୍ ଆବଶ୍ୟକ ।
ତେବେ କ୍ୟୁପର୍ଟିନୋସ୍ଥିତ ଟେକ୍ ଦିଗ୍ଗଜୟ ମଧ୍ୟ ସଠିକ୍ ଭାବରେ ଯୋଗାଯୋଗ ହୋଇନଥିବା ନେଇ ଉପଭୋକ୍ତାଙ୍କୁ କ୍ଷମା ମାଗିଛି ଏବଂ ପ୍ରଭାବିତ ଗ୍ରାହକଙ୍କୁ ଆଇଫୋନ୍ ବ୍ୟାଟେରୀ ବଦଳାଇବାକୁ ପ୍ରସ୍ତାବ ଦେଇଛି |
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ