ETV Bharat / business

ଆପୋଲୋ ହସ୍ପିଟାଲ ଆରମ୍ଭ କଲା ସ୍ପୁଟନିକ ଭି ଟୀକାକରଣ

author img

By

Published : May 17, 2021, 10:46 PM IST

ସ୍ପୁଟନିକ ଭି ଟିକାକରଣ ପାଇଁ ଡ଼ ରେଡ୍ଡୀ ଲାବୋରେଟୋରୀ ସହ ହାତ ମିଳାଇଛି ଆପୋଲୋ । ଟୀକାକରଣ କାର୍ଯ୍ୟକ୍ରମକୁ ତୀବ୍ର କରିବାକୁ ଉଭୟ କରୁଛନ୍ତି ଚେଷ୍ଟା । ଅଧିକ ପଢନ୍ତୁ..

ଆପୋଲୋ ହସ୍ପିଟାଲ ଆରମ୍ଭ କଲା ସ୍ପୁଟନିକ ଭି ଟୀକାକରଣ
ଆପୋଲୋ ହସ୍ପିଟାଲ ଆରମ୍ଭ କଲା ସ୍ପୁଟନିକ ଭି ଟୀକାକରଣ

ନୂଆଦିଲ୍ଲୀ: ହାଇଦ୍ରାବାଦରେ ସ୍ପୁଟନିକ ଭି ଟୀକାକରଣ ଆରମ୍ଭ କଲା ଆପୋଲୋ ହସ୍ପିଟାଲ । କୋରୋନା ଟୀକାକରଣ ଅଭିଯାନକୁ ଦ୍ରୁତ କରିବା ଲକ୍ଷ୍ୟରେ ନୂଆ ଟିକା ସ୍ପୁଟନିକ ଭି ପାଇଁ ଡ଼ା ରେଡ୍ଡୀ ଲାବୋରେଟୋରୀ ସହ ହାତ ମିଳାଇଛି ଆପୋଲୋ । ଏ ନେଇ ସୋମବାର ଆପୋଲୋ ହସ୍ପିଟାଲ ଓ ଡ଼ା ରେଡ୍ଡୀ ଲାବୋରେଟୋରୀ ସୂଚନା ଦେଇଛି ।

ସ୍ପୁଟନିକ ଭି ଟିକାକରଣ କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟ ସୋମବାର ହାଇଦ୍ରାବାଦରେ ହୋଇଥିଲା ବେଳେ ମଙ୍ଗଳବାର ବିଶାଖାପାଟନମର ଆପୋଲୋ କେନ୍ଦ୍ରରେ ଆରମ୍ଭ ହେବ । କୋୱିନ ୱେବସାଇଟରେ ପଞ୍ଜୀକରଣ ସହିତ ସରକାରଙ୍କ ଦ୍ବାରା ଜାରି କରାଯାଇଥିବା SOP ଅନୁସାରେ ଟୀକାକରଣ କରାଯିବ ।

ଆପୋଲୋ ହସ୍ପିଟାଲର ଡିଭିଜନ ସଭାପତି କେ ହରି ପ୍ରସାଦ ଏକ ବିବୃତ୍ତିରେ କହିଛନ୍ତି ଯେ , ‘‘ପାଇଲଟ୍ ପର୍ଯ୍ୟାୟ ଡା. ରେଡ୍ଡିଜ ଏବଂ ଆପୋଲୋକୁ ସିଷ୍ଟମ ଏବଂ କୋଲ୍ଡ ଚେନ ଲଜିଷ୍ଟିକ୍ସର ପରୀକ୍ଷା କରି ଲଞ୍ଚ କରିବାକୁ ଅନୁମତି ଦେବ । ଆମର ବିଶ୍ବାସ ରହିଛି ଯେ ସ୍ପୁଟନିକ ଭି ଟିକା ସହିତ ଆମେ ସମସ୍ତ ସମୁଦାୟ ପାଇଁ ଏହି ଟିକା ଉପଲବ୍ଧ ହେବାରେ ଯୋଗଦାନ ଦେଇପାରିବୁ । ’’

ଘରୋଇ କ୍ଷେତ୍ର ପାଇଁ ଟୀକାକରଣ କାର୍ଯ୍ୟକ୍ରମର ଉଦଘାଟନ ସହିତ ସ୍ବାସ୍ଥ୍ୟସେବା ପ୍ରମୁଖ ସେମାନଙ୍କ ହସ୍ପିଟାଲ ନେଟୱାର୍କରେ ଟୀକାକରଣ କେନ୍ଦ୍ର ଖୋଲିଛନ୍ତି । ଏଥିସହ ଟୀକାକରଣ ହାରକୁ ତୀବ୍ର କରିବା ପ୍ରଚେଷ୍ଟାକୁ ଜୋରଦାର କରିଛନ୍ତି । ସେହିଭଳି କର୍ପୋରେଟରମାନଙ୍କ ସହିତ ସେମାନଙ୍କ ପରିସରରେ ଟୀକାକରଣ ପାଇଁ ମଧ୍ୟ ଆଲୋଚନା ହୋଇଛି । ବର୍ତ୍ତମାନ ଆପୋଲୋ ହସ୍ପିଟାଲ୍, ଆପୋଲୋ ସ୍ପେକ୍ଟ୍ରା ହସ୍ପିଟାଲ୍ ଏବଂ ଆପୋଲୋ କ୍ଲିନିକ୍ ସମେତ ଦେଶର 60 ଟି ସ୍ଥାନରେ କୋଭିଡ ଟିକା ପରିଚାଳନା କରୁଛୁ ।

ପାଇଲଟ କାର୍ଯ୍ୟକ୍ରମ ପାଇଁ ସ୍ପୁଟନିକ ଭି ଟିକାର ଯୋଗାଣ ଡା ରେଡ୍ଡୀଜ ଦ୍ବାରା ଏବେ ସୁଦ୍ଧା ଆମଦାନୀ ହୋଇଥିବା 1.5 ଲକ୍ଷ ଡୋଜ ର ପ୍ରଥମ ବ୍ୟାଚ ସହ କରାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.