ETV Bharat / business

ନିସ୍ବ ଅମ୍ବାନୀ, ସର୍ବସ୍ବ ବିକି ସୁଝିବେ ଋଣ

author img

By

Published : Jul 11, 2019, 7:55 PM IST

ଋଣ ଚାପ ତଳେ ଅଣନିଶ୍ବାସୀ ଶିଳ୍ପପତି ଅନୀଲ ଅମ୍ବାନୀ । କୋଟି କୋଟି ଟଙ୍କାର ଋଣ ଯୋଗୁଁ ଏବେ ହେଡକ୍ବାର୍ଟରରୁ ରେଡିଓ ୟୁନିଟ, ମ୍ୟୁଚୁଆଲ ଫଣ୍ଡ ଓ ରୋଡ ପ୍ରୋଜେକ୍ଟ ସବୁ ବିକ୍ରି କରି ଆଣିବେ ଟଙ୍କା ।

ଫାଇଲ ଫଟୋ

ନୂଆଦିଲ୍ଲୀ: ଏବେ ବି ଟଳିନି ଶିଳ୍ପପତି ଅନୀଲ ଅମ୍ବାନୀଙ୍କ ସମସ୍ୟା । କମିନି କମ୍ପାନୀ ମୁଣ୍ଡରେ ଥିବା ଋଣ ବୋଝ । ଏସବୁ ଅଡୁଆରୁ ମୁକ୍ତି ପାଇବାକୁ ଦରକାର 22,000 କୋଟି ଟଙ୍କା । ଆଉ ଏଥିଲାଗି ଅନୀଲ ଏବେ ହେଡକ୍ବାର୍ଟରରୁ ଆରମ୍ଭ କରି ରେଡିଓ ୟୁନିଟ, ମ୍ୟୁଚୁଆଲ ଫଣ୍ଡ ଓ ରୋଡ ପ୍ରୋଜେକ୍ଟକୁ ବିକ୍ରି କରିବାକୁ ପଡିବ । ପୂର୍ବରୁ ସେ ପାଖାପାଖି 35ହଜାର କୋଟି ଟଙ୍କାର ଋଣ ପରିଶୋଧ କରିଛନ୍ତି ।

ରିପୋର୍ଟ ମୁତାବକ, ରିଲାନ୍ସ ଭିତ୍ତିଭୂମିର 9ଟି ରୋଡମ୍ୟାପ ବିକ୍ରି କରି ଅନୀଲ 9000 କୋଟି ଟଙ୍କା ଏକଜୁଟ କରିବେ । ସେପଟେ ରିଲାନ୍ସ କେପିଟାଲ ଲିମିଟେଡର ରେଡିଓ ଷ୍ଟେସନ ବିକି 1200 କୋଟି ଓ ଫାଇନ୍ସାସିଆଲ ବିଜନେସରେ ନିଜ ହୋଲ୍ଡିଙ୍ଗକୁ ମୋନଟାଇଜ କରି 11500 କୋଟି ଏକତ୍ର ନେଇ ଯୋଜନା ରହିଛି ।

ଏହା ପୂର୍ବରୁ ଅନୀଲ ନିଜ ସମ୍ପତ୍ତି ବିକ୍ରି କରି 35 ହଜାର କୋଟି ଟଙ୍କାର ଋଣ ଭରିଛନ୍ତି । କିନ୍ତୁ ଏତେ ପରେ ବି କମ୍ପାନୀକୁ ଭାରୀ ଋଣ ବୋଝ ଲଦି ହୋଇ ରହିଛି । ପ୍ରକାଶ ଥାଉ ଯେ, ଅନୀଲଙ୍କ 4ଟି ବଡ କମ୍ପାନୀ ଉପରେ ପାଖାପାଖି 93,900 କୋଟି ଟଙ୍କା ଋଣ ଚାପ ରହିଛି ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.