ETV Bharat / business

2 ବର୍ଷରେ 15000 କୋଟି ଟଙ୍କା ନିବେଶ କରିବ ଅମୁଲ - Amul MD R S Sodhi

ଅମୁଲ ଆସନ୍ତା 2 ବର୍ଷରେ ବିଭିନ୍ନ ରାଜ୍ୟରେ ଡାଏରୀ ପ୍ଲାଣ୍ଟ ସ୍ଥାପନ କରିବ । ଏଥିପାଇଁ 1000 କୋଟି ଟଙ୍କା ନିବେଶ କରାଯାଉଥିବାବେଳେ ଖାଇବା ତେଲ ସୁବିଧା ଭଳି ନୂତନ ଉତ୍ପାଦ ପାଇଁ 500 କୋଟି ଟଙ୍କା ବ୍ୟୟ କରିବ କମ୍ପାନୀ । ଅଧିକ ପଢନ୍ତୁ..

Amul to invest Rs 1,500 cr
Amul to invest Rs 1,500 cr
author img

By

Published : Sep 7, 2020, 12:46 PM IST

ନୂଆଦିଲ୍ଲୀ: ଗୁଜୁରାଟ କୋ-ଅପରେଟିଭ ମିଲ୍କ ମାର୍କେଟିଂ ଫେଡେରେସନ ଲି। (GCMMF) ଆସନ୍ତା ଦୁଇ ବର୍ଷରେ 1,500 କୋଟି ଟଙ୍କା ନିବେଶ ନେଇ ଘୋଷଣା କରିଛି । GCMMF ଅମୁଲ ବ୍ରାଣ୍ଡ ନାଁରେ ଉତ୍ପାଦ ବିକ୍ରି କରିଥାଏ ।

GCMMFର ପରିଚାଳନା ନିର୍ଦ୍ଦେଶକ ଆର ଏସ ସୋଢି (R S Sodhi)କହିଛନ୍ତି କି କମ୍ପାନୀ ଆସନ୍ତା 2 ବର୍ଷରେ ଦୁଗ୍ଧ ପ୍ରକ୍ରିୟାକରଣ ପ୍ଲାଣ୍ଟ ସ୍ଥାପନା ପାଇଁ 1000 କୋଟି ଟଙ୍କା ଖର୍ଚ୍ଚ କରିବ । ଏହା ବ୍ୟତୀତ ଖାଇବା ତେଲ ସୁବିଧା ଭଳି ନୂତନ ଉତ୍ପାଦ ପାଇଁ 500 କୋଟି ଟଙ୍କା ବ୍ୟୟ ହେବ ।

ସୋଢି ସୂଚନା ଦେଇଛନ୍ତି କି, GCMMF ଚଳିତ ଆର୍ଥିକ ବର୍ଷରେ ରାଜସ୍ବରେ 12ରୁ 15 ପ୍ରତିଶତ ବୃଦ୍ଧି ଲକ୍ଷ୍ୟ ରଖିଛି । ଗତ ଆର୍ଥିକ ବର୍ଷରେ କମ୍ପାନୀର ଆୟ 38,550 କୋଟି ଟଙ୍କା ଥିଲା ।

କୋଭିଡ-19 ପରେ ବି ଆମଦାନୀ ଭଲ ବଢିବା ନେଇ ଆଶା ରହିଛି । କାରଣ ବ୍ରାଣ୍ଡେଡ ଖାଦ୍ୟ ଉତ୍ପାଦର ଚାହିଦାରେ ବୃଦ୍ଧି ଦେଖାଦେଇଛି । ଏହି ଲକ୍ଷ୍ୟରେ କମ୍ପାନୀ ଆସନ୍ତା 2 ବର୍ଷରେ ବିଭିନ୍ନ ରାଜ୍ୟରେ ଡାଏରୀ ପ୍ଲାଣ୍ଟ ସ୍ଥାପନ କରିବ । ଏଥିପାଇଁ 1000 କୋଟି ଟଙ୍କା ନିବେଶ କରାଯିବ ବୋଲି ସୋଢି କହିଛନ୍ତି ।

ସେ କହିଛନ୍ତି ଯେ ଆମେ ଆମର ପ୍ରକ୍ରିୟାକରଣ କ୍ଷମତାକୁ ଦୈନିକ 380 ଲକ୍ଷ ଲିଟରରୁ 420 ଲକ୍ଷ ଲିଟରକୁ ବୃଦ୍ଧି କରିବୁ। ନୂତନ ବ୍ୟବସାୟ ବିଷୟରେ ସୋଢି କହିଛନ୍ତି ଯେ ଅମୁଲ ମିଠା ଉତ୍ପାଦନ ଆରମ୍ଭ କରିଛନ୍ତି। ଏଥିପାଇଁ ବେକେରୀ ଉତ୍ପାଦର ଉତ୍ପାଦନ ମଧ୍ୟ ଆରମ୍ଭ ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.